ଷ୍ଟ୍ରଙ୍ଗରୁମ ଭିତରେ କିଏ ? ଯାହାକୁ ପୋଲିସ ଦେଉଛି ସୁରକ୍ଷା, ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ ତେବେ ଭୁବନେଶ୍ୱର ରେ ଲାଠି ଚାର୍ଜ । ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗ ରୁମ୍‌ ସମ୍ମୁଖରେ ପ୍ରବଳ ଭିଡ଼ । ଯାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ କଲା ଲାଠି ଚାର୍ଜ । ଅଭିଯୋଗ ଅନୁଯାୟୀ ବିଜେବି କଲେଜସ୍ଥିତ ଷ୍ଟ୍ରଙ୍ଗରୁମ୍‌ ସିଲ୍‌ ହେବା ପରେ ଜଣେ ବ୍ୟକ୍ତି ଭିତରକୁ ପଶିବାର ଲୋକେ ଦେଖିଥିଲେ । ଏହାପରେ କ୍ଷିପ୍ର ବେଗରେ ବ୍ୟାପିଥିଲା ଖବର । ଆଉ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଜମିଥିଲା ଭିଡ଼ ।

ବେକରେ ଏକ ପରିଚୟପତ୍ର ଝୁଲାଇ ସଂପୃକ୍ତ ଯୁବକ ପଶିଥିବା ଅଭିଯୋଗ ହୋଇଛି । ତେବେ ଯୁବକ ଜଣକ ଷ୍ଟ୍ରଙ୍ଗ ରୁମ୍‌ରେ ପଶିବା ସହ ମଝିରେ ମଝିରେ ଏଲ୍ଇଡି ଟିଭି ଅଚଳ ହେଉଥିବାରୁ ଲୋକଙ୍କ ସନ୍ଦେହ ବଢ଼ିଥିଲା । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହାସହ ସିସିଟିଭି ରେକର୍ଡିଂ ଠିକ ଭାବେ ହେଉନଥିବା ଲୋକ ଅଭିଯୋଗ କରିଛନ୍ତି । ଏହାପରେ ଉକ୍ତ ବ୍ୟକ୍ତିକୁ ଆକ୍ରମଣ କରିଥିଲେ ସାଧାରଣ ଜନତା ।

ତେବେ ପୋଲିସ ଯେତେ ବୁଝା ସୁଝା କରିଥିଲେ ବି ଲୋକେ ବୁଝି ନଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଷ୍ଟ୍ରଙ୍ଗରୁମ୍‌ ସାମ୍ନାରେ ଲାଠି ଚାର୍ଜ କରିଥିଲା । ଏହାସହ ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରିଥିଲା । ଲୋକଙ୍କ ଆକ୍ରମଣରେ ଦୁଇ ଜଣ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ଏବେ ବି ଉତ୍ତେଜନା ଜାରି ରହିଛି । ଲୋକଙ୍କୁ ବୁଝାଇବାକୁ ଏଡିଏମ୍ ଏବଂ ପୋଲିସ ଅଧିକାରୀ ଉଦ୍ୟମ ଚଳାଇଛନ୍ତି । ପୋଲିସ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଏହା ଭିତରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଦେଖା ଯାଉଛି ଯେ ଜଣେ ଯୁବକ ଷ୍ଟ୍ରଙ୍ଗ ରୁମ ଭିତରେ ପଶି ଲୁଚି ରହୁଛି ଏବଂ ପୋଲିସ ତାକୁ ସୁରକ୍ଷା ପ୍ରଦାନ କରୁଛି । ତେବେ ସେହି ଯୁବକ ଜଣଙ୍କ କିଏ ବୋଲ ବର୍ତ୍ତମାନ ଚର୍ଚ୍ଚା ରେ ରହିଛି । ତେବେ ଷ୍ଟ୍ରଙ୍ଗ ରୁମ୍ ରେ ସିସିଟିଭି ଠିକ୍ ଅଛି । ସିସିଟିଭି ୨୪ ଘଣ୍ଟା ଧରି ଚାଲିଛି । କେବେବି ବନ୍ଦ ହୋଇନି ।

ଷ୍ଟ୍ରଙ୍ଗ ରୁମ୍ ଭିତରେ ଥିବା ଯୁବକ ହେଉଛନ୍ତି ନିର୍ବାଚନ କମିଶନରଙ୍କ ଦ୍ଵାରା ନିଯୁକ୍ତ ଅଥରାଇଡ଼ ପର୍ସନ । ଅଭିଯୋଗ ଉପରେ ମତ ରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ  ସଂଗ୍ରାମ କେଶରୀ ମହାପାତ୍ର । ଯେଉଁ ଅପ୍ରୀତିକର ଘଟଣା ଘଟିଲା ଓ ଆହତ ହୋଇଥିବା ପୋଲିସ କର୍ମଚାରୀ ଓ ସାଧାରଣ ଲୋକଙ୍କ ଆସୁ ଆରୋଗ୍ୟ କାମନା କଲେ ଜିଲ୍ଲାପାଳ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *