ମାଡି ଆସୁଛି ବନ୍ୟାପାଣି, ଭୀଷଣ ରୂପ ଧାରଣ କରିଛି ମହାନଦୀ, ଦେଖନ୍ତୁ Video

ବନ୍ଧୁଗଣ ଏବେ ଚାରି ଆଡେ ବର୍ଷା ଘଡିଏ ବି ଛାଡୁନି । ଅବିରତ ବର୍ଷୁଛି ଯେ ବର୍ଷୁଛି । ଫୁଲିଛି ମହାନଦୀ ଦୁଇ କୁଳ ଖାଇ ଗଡୁଛି । ସ୍ଥାନୀୟ ଅଞ୍ଚଳରେ ପସିଛି ବନ୍ୟା ପାଣି । କେଉଁଠି ଜଳ ବନ୍ଦୀ ତ ଆଉ କେଉଁଠି ରାସ୍ତା ଘାଟ ଚାଷ ଜମିରେ ପାଣିର ପ୍ରଭାବ । ହୀରାକୁଦ ଗେଟ ଖୋଲିବା ପରେ ଭୀଷଣ ରୂପ ଧାରଣ କରିଛି ମହାନଦୀ । ସାଙ୍ଗରେ ଆଣୁଛି ବନ୍ୟା ତଳ ମୁଣ୍ଡରେ ସୁବର୍ଣ୍ଣ ପୁର, ବୌଦ୍ଧ ଓ କଟକରେ ବଡୁଛି ମହାନଦୀ ଜଳ ସ୍ତର ।

ଆସନ୍ତା କାଲି ଅପରାହ୍ନରେ କଟକ ମୁଣ୍ଡାଳିରେ ଅତିକ୍ରମ କରିବ ସାଢେ 10 କୋଟି କ୍ୟୁସେକ ବନ୍ୟା ପାଣି । ସନ୍ଧ୍ୟାରେ ସର୍ବାଧିକ ଜଳ ପ୍ରଭାବିତ ହେବ । ହୀରାକୁଦ ପାଣି ଛାଡି ଥିବା ବେଳେ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ହେଉଛି । ଏହା ଫଳରେ ମହାନଦୀରେ ମାଧ୍ୟମ ଧରଣର ବନ୍ୟା ଆସୁଛି ବୋଲି କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନ । କେନ୍ଦ୍ରାପଡା, ଜଗତସିଂହ ପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଅଞ୍ଚଳ ପ୍ରଭାବିତ ହୋଇପାରେ ।

ମୁକବାଲା ପାଇଁ ମୁତୟନ ହେବେ 7ଟି ଓଡ୍ରାଫ ଓ 10ଟି ଅଗ୍ନିସମ ବାହିନୀ ଟିମ । ମହାନଦୀ ଅବବାହିକାର ସବୁ ଜିଲ୍ଲାପାଳଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ଏସଆରସି । ସମସ୍ତ କ୍ଷତ୍ରିୟ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଆଲର୍ଟ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

ଅନ୍ୟ ପଟେ ନଦୀ ବନ୍ଧ ଉପରେ ରହିଛି ତୀକ୍ଷଣ ନଜର । ଦୁଇ ମାଧ୍ୟମ ଧରଣର ବନ୍ୟା ଆସିଥିଲେ ବି ବିଶେଷ କ୍ଷତି ହୋଇ ନଥିବା କହିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନ ।ହୀରାକୁଦରୁ 34ଟି ଗେଟ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି । ଉପର ମୁଣ୍ଡରୁ ଆସୁଥିବା ପାଣି ଏବେ ସ୍ତିର ରହିଛି । ଫଳରେ ଆଉ ଅଧିକ ଗେଟ ଖୋଲା ଯିବ ନାହିଁ ବୋଲି ହୀରାକୁଦ ଡ୍ୟାମ ମୁଖ୍ୟ ଜନ୍ତ୍ରୀ କହିଛନ୍ତି ।

ମହାନଦୀ ଉଛୁଳି ଗାଁ ଗଣ୍ଡାରେ ପଶିଲାଣି ପାଣି । ବିଭିନ୍ନ ସ୍ଥାନର ବ୍ରିଜ ଉପରେ ଚାଲୁଛି ପାଣି । ବୌଦ୍ଧ ଜିଲ୍ଲାର ହରବଙ୍ଗା ବ୍ଲକରେ ମହାନଦୀ ଆଣିଛି ବନ୍ୟା ସ୍ଥିତି 55ଟି ଜ୍ଞାନ ପ୍ରଭାବିତ ହୋଇଛି । ବିଭିନ୍ନ ସ୍ଥାନରେ ରାସ୍ତା ଘାଟରେ ବନ୍ୟା ପାଣି ଥିବାରୁ ଯାତାୟାତ ପ୍ରଭାବିତ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *