ଭିନ୍ନ ଜାତିରେ ବିବାହ କଲେ ମିଳିବ 10 ଲକ୍ଷ ଟଙ୍କା ! ହେଲେ ଆପଣ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭିନ୍ନ ଜାତିରେ ବିବାହ କରିଲେ ମିଳିବ ୧୦ ଲକ୍ଷ ଟଙ୍କା ! ତେବେ ହଁ ବନ୍ଧୁଗଣ ସାମାଜିକ ଜାତିପ୍ରଥାକୁ ନେଇ ଭିନ୍ନ ଭିନ୍ନ ଏରିଆରେ ବିଭିନ୍ନ ପ୍ରକାର ମତ ଦେଖିବାକୁ ମିଳିଥାଏ । ତେବେ ଜଣେ ଜାତିର ଲୋକ ନିଜ ସମାନ ଜାତିର ଲୋକଙ୍କୁ ବିବାହ କରିବା ଦ୍ଵାରା ସାମାଜିକ ନୀତିପ୍ରଥା ଦ୍ରୁଷ୍ଟିରୁ ସେହି ବିବାହକୁ ଶୀକୃତି ମିଳିଥାଏ । ଏହା ସହ ସେହି ବିବାହକୁ ଘର ଲୋକେ ତଥା ସମାଜରେ ପ୍ରାଧାନ୍ୟ ମିଳିଥାଏ ଓ ଲୋକେ ଏପରି ବିବାହକୁ ପସନ୍ଦ ମଧ୍ୟ କରିଥାନ୍ତି ।

ହେଲେ ଯଦି ଗୋଟିଏ ଜାତିର ଲୋକ ଅନ୍ୟ ଏକ ଜାତିରେ ବିବାହ କରିଥାଏ । ତାହା ଏହି ସମାଜ ସହଜରେ ଗ୍ରହଣ କରିପାରିନଥାଏ । ତେବେ ଏଭଳି ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ବାସକୁ ଆଖି ଆଗରେ ରଖି ସରକାର ଏକ ସ୍ଵତନ୍ତ୍ର ପଦକ୍ଷେପ ନେଇଛନ୍ତି । ତେବେ ରାଜସ୍ଥାନର ସରକାର ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ଯଦି ବିବାହ କରିବ । ଏଥିପାଇଁ ରାଜସ୍ଥାନ ସରକାର ସେହି ଦମ୍ପତ୍ତିଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।

ତେବେ ଏହି ପ୍ରୋତ୍ସାହନ ରାଶିର ବ୍ୟବସ୍ଥା ସରକାର ୨୦୦୬ ମସିହାରୁ ହିଁ ଆରମ୍ଭ କରିଦେଇଥିଲେ । ଯେଉଁ ବ୍ୟକ୍ତି ଯଦି ଅନ୍ୟ ଜାତିରେ ବିବାହ କରିଥାଏ । ତେବେ ସରକାର ସେମାନଙ୍କୁ ୫୦, ୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରୁଥିଲେ । ତାପରେ ଏହି ଆର୍ଥିକ ପ୍ରୋତ୍ସାହନ ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ତେବେ ବର୍ତ୍ତମାନର ଏକ ବହୁତ ବଡ ବିଶେଷ ଘୋଷଣା ଅନୁସାରେ ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ କରିବା ଦ୍ଵାରା ତାଙ୍କୁ ସରକାର ୧୦ ଲକ୍ଷ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ଦେବାର ବ୍ୟବସ୍ଥା କରାଯାଇଛି ।

ତେବେ ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଯାଉଛନ୍ତି । ଯେଉଁଥିରେ ରାଜ୍ୟ ୭୫ ପ୍ରତିଶତ ଦେଉଥିବା ବେଳେ କେନ୍ଦ୍ର ସରକାରଙ୍କ ତରଫରୁ ୨୫ ପ୍ରତିଶତ ଅର୍ଥ ଦେଉଛନ୍ତି । ତେବେ ସାମାଜିକ ଜାତିପ୍ରଥା ଭଳି ଅନେକ କିଛି ଅନ୍ଧ ବିଶ୍ବାସକୁ ଦୂର କରିବା ନିମନ୍ତେ ରାଜସ୍ଥାନ ସରକାରଙ୍କ ତରଫରୁ ଭିନ୍ନ ଜାତିରେ ବିବାହ କରୁଥିବା ଲୋକଙ୍କୁ ଏପରି ଆର୍ଥିକ ରାଶି ଦେବାର ଭିନ୍ନ ପ୍ରୟାସ କରିଛନ୍ତି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *