Cyclone Update: ଭୟଙ୍କର ରୂପ ନେବ ବାତ୍ୟା ‘Sitrang’ ? ଦେଖନ୍ତୁ କଣ କହୁଛି ପାଣିପାଗ ବିଭାଗ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ଉପକୂଳରେ ଆସିବ ବଡ ଜୁଆର । ବାତ୍ୟା ଯେତିକି ଯେତିକି ପାଖେଇ ଆସିବ ଉପକୂଳିଆ ଲୋକଙ୍କ ମନରେ ସେତିକି ସେତିକି ଛନକା ପଶୁଛି । କାରଣ ବିଦେଶୀ ପାଣିପାଗ ବିଜ୍ଞାନୀ ଯେଉଁ ପୂର୍ବାନୁମାନ କରିଲେଣି ତାହାକୁ ନେଇ ଆଶଙ୍କା ସୃଷ୍ଟି ହେଲାଣି । କାରଣ ବିଶେଷଜ୍ଞ କହୁଛନ୍ତି ଯେ ଏହି ବାତ୍ୟା ମହାବାତ୍ୟା ର ରୂପ ନେଇପାରେ । ଘଣ୍ଟା ପ୍ରତି ୨୨୦ କିମି ରୁ ୨୫୦ କିମି ପର୍ଯ୍ୟନ୍ତ ବହିପାରେ ପବନ ଆଉ ସମୁଦ୍ର ରେ ଉଠିପାରେ ୨୦ ଫୁଟ ଉଚ୍ଚର ଜୁଆର ।

ମାତ୍ର ଯଦି ଏହିଭଳି ହୁଏ ତେବେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ଆଣ୍ଡାମାନ ସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପରବର୍ତ୍ତୀ ସମୟରେ ବଂଗୋପ ସାଗରରେ ବାତ୍ୟା ରୂପ ନେଲେ ଏହାର ନାମ ରହିବ ସିତ୍ରାଙ୍ଗ । ଏଥର ଥାଇଲାଣ୍ଡ ଏହି ବାତ୍ୟା ର ନାମକରଣ କରିଛି । ଆସନ୍ତା ୨୪ ତାରିଖରେ ଏହା ବଙ୍ଗୋପ ସାଗରରେ ଏହୟା ସାମ୍ଭାବ୍ୟ ବାତ୍ୟା ରୂପ ନେବାନେଇ ପୂର୍ବାନୁମାନ କରୁଛି ପାଣିପାଗ ବିଭାଗ ।

ଚଳିତ ବର୍ଷରେ ମୌସୁମୀ ଅପସରଣ ପରବର୍ତ୍ତୀ ସମୟରେ ଏହା ହେବ ପ୍ରଥମ ବାତ୍ୟା । ୨୦୧୮ ପରେ ଅକ୍ଟୋବରରେ ପ୍ରଥମ ଥର ହେବାକୁ ଯାଉଅଛି ବାତ୍ୟା । ସେହିଭଳି ବଙ୍ଗୋପ ସାଗରରେ ଚଳିତ ବର୍ଷ ଏହା ଦ୍ଵିତୀୟ ସାମୁଦ୍ରିକ ଝଡ । ଏହା ପୂର୍ବରୁ ଗତ ମଈ ମାସରେ ବାତ୍ୟା ଆସାମୀ ଅନେକ କ୍ଷୟକ୍ଷତି ଘଟାଇ ଥିଲା ।

ତେବେ ବହୁ ପୂର୍ବ ରୁ କାନ୍ନଡାର ଏକ ୟୁନିଭରସିଟି ରେ ପାଣିପାଗ ଏବଂ ଜଳବାୟୁ ଉପରେ ରିସର୍ଜ କରୁଥିବା ଜଣେ PHD ଗବେଷକ ସୂଚନା ଦେଇଥିଲେ ଯେ ଅକ୍ଟୋବର ୧୭ ତାରିଖରେ ଏକ ଡିପ୍ରେସନ ସୃଷ୍ଟି ହେବାର ସମ୍ଭାବନା ଥିଲା । ଯାହା କ୍ରମଶଃ ଘନୀଭୂତ ହୋଇ ଅକ୍ଟୋବର ୧୮ ତାରିଖ ସୁଧା ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବ । ଯଦି ଏହା ବାତ୍ୟା ରେ ପରିଣତ ହୁଏ ତେବେ ଏହାର ନାମ ସିତ୍ରାଙ୍ଗ ରଖାଯାଇପାରେ ବୋଲି ସେ କହିଛନ୍ତି ।

ବିଜନେସ ଷ୍ଟାଣ୍ଡାର୍ଟ ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବେ ସାମ୍ଭାବ୍ୟ ବାତ୍ୟା କୁ ନେଇ ପୂର୍ବାନୁମାନ କରାଯାଇଛି । ସେହି ସମୟରେ ଜଣା ପଡିଥିଲା ବାଂଲାଦେଶ ଏବଂ ପଶ୍ଚିମ ବଙ୍ଗ ର ସୁନ୍ଦର ବନରେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିପାରେ । ତେବେ ରବିବାର ଦିନ ହୋଇଥିବା ପୂର୍ବାନୁମାନ ଅନୁସାରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ରେ ଲ୍ୟାଣ୍ଡଫଲ କରିପାରେ ।

ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ଏହି ବାତ୍ୟା ଆନ୍ଦ୍ରପ୍ରଦେଶରୁ ବାଂଲାଦେଶ ମଧ୍ୟରେ କିମ୍ବା ପଶ୍ଚିମବଙ୍ଗ ର ସୁନ୍ଦର ବନ ଉପକୂଳର କୌଣସି ସ୍ଥାନରେ ମଧ୍ୟ ଲ୍ୟାଣ୍ଡଫଲ କରିପାରେ । ଆକଳନ ଅନୁସାରେ ଏହି ବାତ୍ୟା କ୍ରମଶ ଶକ୍ତିଶାଳୀ ହୋଇ ମହାବାତ୍ୟା ଅଥବା ସୁପର ସାଇକ୍ଳୋନରେ ପରିଣତ ହୋଇପାରେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *