ଆତଙ୍କବାଦୀଙ୍କ ଆକ୍ରମଣରେ ଭାଇ ହେଲା ସହିଦ ତ ଭଉଣୀ ବାହାଘରରେ ଭାଇ ହେଇ ପହଞ୍ଚିଗଲେ 100 CRPF କମାଣ୍ଡୋ, ପୁରା ଘଟଣା ଜାଣିଲେ ଆପଣଙ୍କ ଆଖିରେ ଲୁହ ରହିବନି !

ବନ୍ଧୁଗଣ ଭାଇ ଭଉଣୀଙ୍କ ସମ୍ପର୍କ ସବୁଠାରୁ ପବିତ୍ର ହୋଇଥାଏ । ଭାଇ ଭଉଣୀ ପରସ୍ପରର ସବୁଠାରୁ ଭଲ ସାଙ୍ଗ ହୋଇଥାନ୍ତି । ଯେତେବେଳେ ଭଉଣୀ ବିବାହ ହୁଏ ସେତେବେଳେ ବିବାହର ସମସ୍ତ ଦାୟିତ୍ଵ ଭାଇ ନେଇଥାଏ । ସମସ୍ତ ଭାଇଙ୍କର ଗୋଟିଏ ଇଛା ଥାଏ ଯେ, ସେମାନେ ତାଙ୍କ ଭଉଣୀର ବିବାହ ମଣ୍ଡପ ସଜେଇବେ । ଯେତେବେଳେ ଶେଷ ଥର ପାଇଁ ଝିଅ ନିଜ ଘରୁ ବାହାରି ଶାଶୁ ଘରୁ ଯାଇଥାଏ ସେତେବେଳେ ମଧ୍ୟ ତା ସହିତ ତାର ଭାଇ ଛିଡା ହୋଇଥାଏ ।

ବନ୍ଧୁଗଣ ବର୍ତ୍ତମାନ ବିବାହ ସିଜନ ଚାଲିଛି ଓ ଗତ କିଛି ଦିନ ହେବ ଉତ୍ତର ପ୍ରଦେଶ ରାୟବରେଲିରେ ହୋଇଥିବା ଏକ ବିବାହର ଚର୍ଚା ବହୁତ ମାତ୍ରାରେ ହେଉଛି । ଏହି ବିବାହ ଖବର ସୋସିଆଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ଏହି ବିବାହ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବିବାହ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବିବାହ ବିଷୟରେ ।

ଏହି ବିବାହ ସେହି ଝିଅର ଥିଲା ଯାହାର ଭାଇ ଦେଶ ପାଇଁ ସହିଦ ହୋଇଛି । ଭଉଣୀ ଗୋଟିଏ ଭାଇ ହରାଇଲା ହେଲେ ବିବାହର ସମସ୍ତ ଭାର ଉଠାଇବା ପାଇଁ ତା ପାଖକୁ ଅନେକ ଭାଇ ଚାଲି ଆସିଲେ । ରାୟବରେଲିରେ ସିଆରପିଏଫ ସହିଦ ଯବାନ ଶୈଳେନ୍ଦ୍ର ସିଂହଙ୍କ ଭଉଣୀର ବିବାହ ଥିଲା । ଏହି ବିବାହ ସମାରୋହ ସାଧାରଣ ଢଙ୍ଗରେ ହେବାକୁ ଯାଉଥିଲା ।

ହେଲେ ଯେତେବେଳେ ବିବାହ ସମାରୋହରେ ସିଆରପିଏଫ ଯବାନ ପହଞ୍ଚି ଥିଲେ ସେତେବେଳେ ବିବାହ ବହୁତ ସ୍ପେଶିଆଲ ହୋଇଗଲା । ଯେଉଁ ମାନେ ବି ଏହି ବିବାହ ସମାରୋହରେ ଯୋଗ ଦେଇଥିଲେ ସେମାନେ ସହିଦ ଶୈଳେନ୍ଦ୍ରଙ୍କ କଥା ଭାବି ଭାବୁକ ହୋଇଯାଇଥିଲେ ଓ ଅନେକ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା । ଗତ କିଛି ମାସ ପୂର୍ବରୁ ଭଉଣୀ ନିଜ ଭାଇକୁ ହରାଇ ବସିଥିଲା ।

ହେଲେ ବିବାହ ସମାରୋହ ଚାଲୁଥିବା ବେଳେ ହଠାତ ଗୋଟେ ପରେ ଗୋଟେ ଦେଢ ଦର୍ଜନ ସିଆରପିଏଫ ଯବାନ ଯୋଗ ଦେଇଥିଲେ । ସମସ୍ତ ଯବାନ ବିବାହର ଭାଇର କର୍ତ୍ତବ୍ୟ ପାଳନ କରିଲେ । ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଭରି ଯାଇଥିଲା । ବନ୍ଧୁଗଣ ୨୦୧୮ରେ ଶୈଳେନ୍ଦ୍ର ପ୍ରତାପ ସିଂହ ସିଆରପିଏଫରେ ଚାକିରି ପାଇଥିଲେ । ତାଙ୍କ କମ୍ପାନୀ ଜାମୁ କାଶ୍ମୀରର ସୋପୋରରେ ସେବା ଦେଉଥିଲେ ।

ହେଲେ ୫ ଅକ୍ଟୋବର ୨୦୨୦ରେ ହୋଇଥିବା ପୁଲୁବାମାରେ ଆତଙ୍କି ଆକ୍ରମଣରେ ଶୈଳେନ୍ଦ୍ରଙ୍କୁ ଗୁଳି ଲାଗି ଥିଲା ଓ ସେ ସହିଦ ହୋଇଗଲେ । ଶୈଳେନ୍ଦ୍ର ସହିଦ ହୋଇଗଲେ ମଧ୍ୟ ତାଙ୍କ ସାଥି ସିଆରପିଏଫ ଯବାନ ମାନେ ଭାଇର କର୍ତ୍ତବ୍ୟ ପାଳନ କରିବା ପାଇଁ ଶୈଳେନ୍ଦ୍ରଙ୍କ ଭଉଣୀ ବିବାହରେ ପହଞ୍ଚି ଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *