ପରିସ୍ଥିତିରେ ପଡି ଭାଉଜ ମଥାରେ ସିନ୍ଦୂର ଦେଲା ଦିଅର, ଯିଏ ଶୁଣୁଛି ସିଏ କହୁଛି ଏମିତି ଯୁବକଙ୍କୁ ଶହେ ସଲାମ୍ ! ଜାଣନ୍ତୁ ପୁରା ଘଟଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ସଂସାର କରିବା ଦ୍ଵାରା ଅନେକ ସମ୍ପର୍କ ଗଢି ଉଠିଥାଏ । ଯେପରି ପୁରୁଷ ଜଣେ ବିଭା ହୋଇ ନିଜ ସ୍ତ୍ରୀକୁ ଘରକୁ ଆଣିଲା ପରେ ସେମାନେ ସ୍ଵାମୀ ଓ ସ୍ତ୍ରୀ ର ଆକ୍ଷା ପାଇଥାନ୍ତି । ସେହିପରି କେନ୍ଦ୍ରପଡା ଜିଲ୍ଲାର କୁମ୍ଭାରଟଙ୍କା ଗ୍ରାମରେ ଏପରି କିଛି ଖବର ଶୁଣିବାକୁ ମିଳିଛି । ଯେଉଁଠାରେ ଜଣେ ଦିଅର ନିଜର ଭାଉଜଙ୍କୁ ବିଭା ହୋଇ ନିଜ ସ୍ତ୍ରୀର ଆକ୍ଷା ଦେଇଛନ୍ତି । ତେବେ ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ନିହାତି ଲାଗିପାରେ କିନ୍ତୁ ଏହା ହିଁ ଏକ ସତ୍ୟ ଘଟଣା ଅଟେ ।

ତେବେ ସୂଚନା ମୁତାବକ ଗୋଟିଏ ଘର ପରିବାର ସ୍ଵାମୀ ଓ ସ୍ତ୍ରୀ ସହିତ ସଂପୂର୍ଣ୍ଣ ଘର ପରିବାର ସଦସ୍ୟ ଭଲ ଭାବରେ ବସବାସ କରୁଥିଲେ । ହେଲେ ଗତ ଦେଢ ବର୍ଷ ପୂର୍ବେ ଘରର ବଡ ପୁଅର ଦେହାନ୍ତ ଘଟିଯାଇଥିଲା । ସେଥିପାଇଁ ଘରର ବଡ ବୋହୁ ନିଜର ୩ ଜଣ ସନ୍ତାନକୁ ନେଇ ଶାଶୁ ଘରେ ଚଳୁଥିଲା । ତାପରେ ବୋହୁଙ୍କର ଶାଶୁ ଓ ଶଶୁର ମିଶି ଏକ ଉଚିତ ପଦକ୍ଷେପ ନେବାକୁ ଯୋଜନା କରିଲେ ।

ସେଥିପାଇଁ ଘରେ ଥିବା ବିଧବା ବଡ ବୋହୁଙ୍କୁ ନିଜ ସାନ ପୁଅ ସହିତ ବିବାହ କରାଇବାକୁ ମନସ୍ଥ କରିଲେ । ତାପରେ ସାନ ପୁଅକୁ ଏହି ବିଷୟରେ ମତ ମଗାଯାଇଥିଲା । ସାନ ପୁଅ ଅନିଲ ମଧ୍ୟ ବହୁ ଭାବି ଚିନ୍ତି ଏପରି ଭାଉଜଙ୍କ ସହିତ ବିବାଘର ପାଇଁ ପ୍ରସ୍ତାବରେ ରାଜି ହୋଇଯାଇଥିଲେ ।

ତେବେ ଘରର ସାନ ପୁଅ ଅନିଲଙ୍କର ଏହି ନିଷ୍ପତ୍ତିରେ ଘର ପରିବାର ତଥା ବନ୍ଧୁବାନ୍ଧବ ଓ ପଡୋଶୀ ମାନେ ମଧ୍ୟ ବହୁତ ଖୁସି ଅଛନ୍ତି । କାରଣ ଅନିଲଙ୍କର ମା’ ଙ୍କ କହିବା ଅନୁଯାଇ ବଡ ଚାଲିଗଲା ପରେ ବଡ ବୋହୁ ୩ ପିଲାଙ୍କୁ ନେଇ ଏକୁଟିଆ ହୋଇଯାଇଥିଲା । ସାନ ପୁଅ ଅନିଲକୁ ଆଉ କେଉଁଠାରେ ବିବାହ କରାଇଥିଲେ । ଆଉ ଏକ ନୂଆ ବୋହୁ ଘରକୁ ଆସି ନିଜ ସଂସାର ନିଜେ ଦେଖିଥାନ୍ତା ।

ତେବେ ବଡ ବୋହୁ ସହିତ ସାନ ପୁଅର ବାହାଘର କରାଇଦେବା ପରେ ସେହି ବଡ ବୋହୁ ପୁଣି ଥରେ ଘରର ବୋହୁ ହୋଇକି ରହିବ । ଯାହା ଦ୍ଵାରା ସଂପୂର୍ଣ୍ଣ ଘରଟି ହସଖୁସିରେ ଚଳିବ । ତେବେ ଅନିଲ ମଧ୍ୟ ଏହି ବିବାହ ପ୍ରସ୍ତାବରେ ରାଜି ହେଲା ପରେ ବୈଦିକ ନୀତି ନିୟମରେ ବାହାଘର କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଛି ।

ଯାହାକୁ ନେଇ ଘର ପରିବାର ତଥା ସମଗ୍ର ଗ୍ରାମବାସୀ ମଧ୍ୟ ଏଥିରେ ଖୁସି ଅଛନ୍ତି । ତେବେ ଘରର ସାନ ପୁଅର ଏଭଳି ଏକ ଉଚିତ ପଦକ୍ଷେପ ନେଇଥିବାରୁ ସମସ୍ତଙ୍କ ପାଇଁ ଏକ ଆଦର୍ଶର ପ୍ରତୀକ ସାଜିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *