ଭାରତରେ ପାୱାରଫୁଲ ଲୀଡର, ସହଯୋଗ ଲୋଡୁଛନ୍ତି ବଡ ବଡ ଦେଶ, ଗୋଟିଏ ଦିନରେ Russia, USA & Britain ପ୍ରତିନିଧି ଭାରତ ଆସି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ରୁଷ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ କରାଯିବା ପରଠାରୁ ରୁଷର ଏହା ପ୍ରଥମ ଉଚ୍ଚସ୍ତରୀୟ ଭାରତ ଗସ୍ତ । ଅନ୍ୟପକ୍ଷରେ ବ୍ରିଟେନ୍‌ର ବିଦେଶ ସଚିବ ଲିଜ୍‌ ଟ୍ରୁସ୍‌ ଏବଂ ଆମେରିକାର ଉପ ଜାତୀୟ ସୁରକ୍ଷା ଉପଦେଷ୍ଟା ଦଲୀପ ସିଂହ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।


ୟୁକ୍ରେନ୍‌-ଋଷ ଯୁଦ୍ଧ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି । ଫେବୃୟାରୀ ୨୪ରେ ୟୁକ୍ରେନ୍ ଉପରେ ଆକ୍ରମଣ ପରେ ରୁଷିଆ ବହିବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍ ବୁଧବାର ଚାଇନାରେ ପହଞ୍ଚିଛନ୍ତି । ଆଫଗାନିସ୍ତାନ ପ୍ରସଙ୍ଗରେ ଚାଇନା ଆୟୋଜନ କରିଥିବା ଦୁଇଦିନିଆ ଅନ୍ତର୍ଜାତୀୟ ବୈଠକରେ ଲାଭ୍ରୋଭଙ୍କ ସମେତ ପାକିସ୍ତାନ, ଇରାନ, ତୁର୍କମେନିସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ ପ୍ରତିନିଧି ସାମିଲ ହୋଇଛନ୍ତି ।

ଏଥ୍‌ରେ ତାଲିବାନ୍ ସରକାର ଅଧୀନରେ ଆଫଗାନିସ୍ତାନରେ ସ୍ଥିରତା ଓ ଆର୍ଥିକ ପ୍ରଗତି ଉପରେ ବେଜିଂ ଗୁରୁତ୍ଵ ଦେଇଛି । ତେବେ ଚାଇନା ଓ ରୁଷିଆ ଏକ ନିରପେକ୍ଷ ବିଶ୍ବ ବ୍ୟବସ୍ଥା ଆଡ଼କୁ ଗତି କରୁଛନ୍ତି । ଅନ୍ତର୍ଜାତୀୟ ସମ୍ପର୍କ ଇତିହାସରେ ଦୁନିଆ ଆହ୍ୱାନପୂର୍ଣ୍ଣ ସ୍ଥିତି ଦେଇ ଗତି କରୁଛି । ଏହି ସମ୍ପର୍କ ପୁନଃନିର୍ମାଣ ଦିଗରେ ସହଯୋଗୀମାନଙ୍କ ସହ ବହୁମୁଖୀ, ନ୍ୟାୟସଙ୍ଗତ, ଗଣତାନ୍ତ୍ରିକ ବିଶ୍ବ ବ୍ୟବସ୍ଥା ପାଇଁ କାମ କରିବୁ ବୋଲି ଲାଭ୍ରୋଭ୍ କହିଛନ୍ତି ।


ଚାଇନା ପରେ ଲାଭ୍ରୋଭ୍ ମାର୍ଚ୍ଚ ୩୧ ଓ ଏପ୍ରିଲ ୧ରେ ଦୁଇଦିନିଆ ଭାରତ ଦୁଇଦିନିଆ ଭାରତ ଗସ୍ତ କରିବେ ବୋଲି ନୂଆଦିଲ୍ଲୀ ପକ୍ଷରୁ କୁହାଯାଇଛି । ସେପଟେ ସମାନ ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ଅର୍ଥବିତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା ଦଲୀପ ସିଂ ବୁଧବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତ କରି ଶୀର୍ଷ ନେତ୍ୱବୃନ୍ଦଙ୍କ ସହିତ ୟୁକ୍ରେନ୍ ଉପରେ ଆକ୍ରମଣ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସେରଗି ଲାଭ୍ରୋଭ୍ ଚାଇନା ଗସ୍ତ ଶେଷ କରି ନୂଆଦିଲ୍ଲୀ ଆସୁ ଥିବାରୁ ଆମେରିକା ଡେପୁଟି ଏନ୍‌ଏସ୍‌ଏଙ୍କ ଗସ୍ତକୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରା ଯାଉଛି । ତେବେ ଭାରତରେ ଏହି ପାୱାର ଫୁଲ ନେତା ମାନଙ୍କ ଆଗମନରେ ସମସ୍ତଙ୍କ ନଜର ରହିଛି ଏଠାରେ ତେବେ ଦେଖିବା ଆଗକୁ କଣ ହେଉଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *