ଭାରତକୁ ଏବେ ଅଫର ପରେ ଅଫରର ବର୍ଷା, ରୁଷର ଗ୍ରାହକ ହେଲେ ହନ୍ତସନ୍ତ, ଅଧା ଦୁନିଆ ଏବେ ଭାରତ ଶରଣରେ…

ବନ୍ଧୁଗଣ ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧକୁ ୧ ମାସ ହେବାକୁ ଯାଉଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।ବନ୍ଧୁଗଣ ଏହି ଦୁଇଟି ଦେଶର ଯୁଦ୍ଧ ମଧ୍ୟରେ ଭାରତକୁ ଅତ୍ୟଧିକ ଲାଭ ମିଳିଛି । ଭାରତକୁ ବର୍ତ୍ତମାନ ବହୁତ ବଡ ବଡ ଅର୍ଡର ମିଳୁଛି । ଏବେ 12 ରୁ ଅଧିକ ଦେଶ ଭାରତକୁ ଅର୍ଡର ଦେବା ପାଇଁ ଲାଇନରେ ଅଛନ୍ତି ।

ଦୁନିଆର କେତେକ ଫାଇନାନ୍ସ ଏଜେନ୍ସି କହୁଛି, ଋଷ ଓ ୟୁକ୍ରେନର ଯେଉଁ ଜିନିଷ ସବୁଠାରୁ ଅଧିକ ଏକ୍ସପୋର୍ଟ ହେଉଛି ଭାରତ ଏହି ବର୍ଷ ସେସବୁକୁ କ୍ୟାପ୍ଚର କରିଦେବ । ବନ୍ଧୁଗଣ ଋଷ ଓ ୟୁକ୍ରେନରୁ ଅଧିକ ମାତ୍ରାରେ ଗହମ ଏକ୍ସପୋର୍ଟ କରାଯାଏ । ଏମିତି ଅନେକ ଦେଶ ଅଛି ଯେଉଁଠି ଗହମ ଚାଷ ହୁଏ ନାହିଁ । ତେଣୁ ସେମାନେ ଏହି ଦୁଇଟି ଦେଶ ଉପରେ ନିର୍ଭର ଅଛନ୍ତି । କ୍ତେକ ୟୁରୋପୀୟ ଦେଶ ଓ ଏସିଆର ମଧ୍ୟ କିଛି ଦେଶକୁ ଋଷ-ୟୁକ୍ରେନ ଗହମ ବିକ୍ରି କରନ୍ତି ।

ହେଲେ ଋଷ ଏକ ଏପରି ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିଛି ଯାହା ଫସଲ କାଟିବା ସମୟ ଅଟେ । ଯୁଦ୍ଧ କାରଣରୁ ୟୁକ୍ରେନ ଫସକ କାଟି ପାରିବ ନାହିଁ ଓ ବିକ୍ରି ମଧ୍ୟ କରିପାରିବ ନାହିଁ । ତେବେ ଆପଣ ମାନେ ଭାବୁଥିବେ ଋଷ ବିକ୍ରି କରିପାରିବ । ହେଲେ ବନ୍ଧୁଗଣ ଋଷ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି ଯାହାଦ୍ୱାରା ଋଷ ମଧ୍ୟ ଅନ୍ୟ ଦେଶ ମାନଙ୍କୁ ଗହମ ବିକ୍ରି କରି ପାରିବ ନାହିଁ ।

ତେବେ ଏହା ଭାରତ ପାଇଁ ଏକ ବଡ ସୁଯୋଗ ଆଣିଛି । ଆଉ 10 ରୁ 15 ଦିନ ମଧ୍ୟରେ ଭାରତର ବିଭିନ୍ନ ରାଜ୍ୟରେ ଫସଲ କାଟିବା ଆରମ୍ଭ ହୋଇଯିବ । ଆଉ ଏବେ ଅନେକ ଦେଶ ଭାରତ ଉପରେ ଗହମ ପାଇଁ ନିର୍ଭର ହୋଇ ଅଛନ୍ତି । ଭାରତକୁ ଅନେକ ଦେଶ ତରଫରୁ ଗହମର ଅର୍ଡର ଆସୁଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *