ଏହି ଭାରତୀୟ ଯବାନଙ୍କ ଆଗରେ ମୁଣ୍ଡ ନୂଆଁଇଳା ପୁରା ଦେଶ, 23 ସେକେଣ୍ଡରେ ସମସ୍ତଙ୍କୁ କରିଦେଲେ ଚକିତ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ର ୭୫ ତମ ସ୍ୱାଧୀନତା ଦିବସ ରେ ସମ୍ପୂର୍ଣ୍ଣ ଦେଶ କୁ ନିଜର ମନର କଥା କହିଛନ୍ତି । ତେବେ ସେ ସମସ୍ତ ଲୋକଙ୍କୁ ୨ ଅଗଷ୍ଟ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ତ୍ରିରଙ୍ଗା ଫୋଟୋ କୁ ରଖିବାର ନିବେଦନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୯୧ ତମ ଅଧ୍ୟାୟକୁ ସମ୍ବୋଧିତ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଥର ‘ମନ କି ବାତ’ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହାର କାରଣ ହେଉଛି ଏଥର ସ୍ୱାଧୀନତା ଦିବସର ୭୫ ବର୍ଷ ପୂରଣ ହେବାକୁ ଯାଉଛି । ସେ କହିଛନ୍ତି ଯେ ଆମେ ସମସ୍ତେ ଏକ ଅଦ୍ଭୁତ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛୁ । ଭଗବାନ ଆମକୁ ଏକ ବଡ ଭାଗ୍ୟ ଦେଇଛନ୍ତି । ତେବେ ମନ କି ବାତ’ କାଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨ ରୁ ୧୫ ମଧ୍ୟରେ ସୋସିଆଲ ମିଡିଆ ପ୍ରୋଫାଇଲରେ ନିଜ ପ୍ରୋଫାଇଲ ଫଟୋ ଭାବରେ “ତିରଙ୍ଗା” ରଖିବାକୁ ଦେଶର ଲୋକଙ୍କୁ ଅନୁରୋଧ କରିଛନ୍ତି ।

ସେ କହିଛନ୍ତି ଯେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ‘ହର ଘର ତିରଙ୍ଗା’ ଯାତ୍ରା ଆୟୋଜିତ ହେଉଛି । ଏଭଳି ପରିସ୍ଥିତିରେ ଆସନ୍ତୁ, ଆମ ଘରେ ଜାତୀୟ ପତାକା ଉତ୍ତୋଳନ କରି ଏହି ଯାତ୍ରାକୁ ଆଗକୁ ବଢାଇବା । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯାତ୍ରା ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି । ତେବେ ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣର ଆରମ୍ଭରେ ସ୍ୱାଧୀନତା ସଂଗ୍ରାମରେ ବଳିଦାନ ଦେଇଥିବା ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଇବା ସହ ‘ଅମୃତ ମହୋତ୍ସବ’ ଅଭିଯାନ ଅଧୀନରେ ସାରା ଦେଶରେ ଆୟୋଜିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ ।

ସେ କହିଛନ୍ତି, ‘ଆଜାଦି କା ଅମୃତ ମହୋତ୍ସବ’ ଏକ ଜନ ଆନ୍ଦୋଳନର ରୂପ ନେଉଥିବାର ଦେଖି ମୁଁ ବହୁତ ଖୁସି । ବିଭିନ୍ନ ବର୍ଗର ତଥା ସମାଜର ପ୍ରତ୍ୟେକ ବିଭାଗର ଲୋକମାନେ ଏହା ସହ ଜଡିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ତେବେ ଏହା ଅଧୀନରେ ଭାରତୀୟ ତଟରକ୍ଷୀ ବାହିନୀ (Indian coast Guard) ସମୁଦ୍ରରେ ଏକ ଅଣ୍ଡର ୱାଟର ଫ୍ଲାଗ୍ ଡେମୋ କରିଛନ୍ତି ।

ଦେଶବାସୀଙ୍କ ହୃଦୟରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଓ ଭାରତୀୟ ଜାତୀୟ ପତାକା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ଅଭିଯାନ ଆରମ୍ଭ କରିଛନ୍ତି । ତେବେ ଏହା ୨୩ ସେକେଣ୍ଡ ର ଭିଡିଓ ଭାରତୀୟ ତଟରକ୍ଷୀ ବାହିନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ଯେ ଭାରତୀୟ ତଟରକ୍ଷୀ ବାହିନୀର ‘ହର ଘର ତିରଙ୍ଗା’ ଅଭିଯାନ ଅଧୀନରେ କର୍ମଚାରୀ ମାନେ ସମୁଦ୍ର ତଳେ ଯାଇ ତ୍ରିରଙ୍ଗା ହୋଷ୍ଟିଂ କରିଛନ୍ତି ।

ତେବେ ବର୍ତ୍ତମାନ ଆମ ରାଷ୍ଟ୍ର ଧ୍ଵଜ କୁ ନେଇ କିଛି ନିୟମ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଆଗରୁ କେଵଳ ହାତ ତିଆରି ରାଷ୍ଟ୍ର ଧ୍ଵଜ କୁ ହିଁ ଉଡାଇ ପାରୁଥିଲେ କିନ୍ତୁ ବର୍ତ୍ତମାନ ମେସିନ ସାହାଯ୍ୟରେ ବନା ଯାଇଥିବା ପତାକା ମଧ୍ୟ ଉଡେଇ ପାରିବା । ତେବେ ପୂର୍ବ ରୁ କାର୍ଯ୍ୟଳୟ ଏବଂ ଘର ଅନୁଷ୍ଠାନ ମାନଙ୍କରେ ଆମେ ସନ୍ଧ୍ୟା ପର୍ଯ୍ୟନ୍ତ ହିଁ ପତାକା କୁ ଉଡାଇ ପାରୁଥିଲୁ ରାତିରେ ଏହା କରିବା ମନା ଥିଲା କିନ୍ତୁ ବର୍ତ୍ତମାନ ନିୟମ ଅନୁଯାୟୀ ଆମେ ୨୪ ଘଣ୍ଟା ଜାତୀୟ ପତାକା କୁ ଉଡାଇ ପାରିବୁ । ତେବେ ବର୍ତ୍ତମାନ ଲୋକ ମାନଙ୍କ ମନରେ ମଧ୍ୟ ଖୁବ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *