ଭାରତର ତ୍ରିରଙ୍ଗାକୁ ଛାଡି ଋଷ ହଟେଇଲା ସମସ୍ତ ଦେଶର ଜାତୀୟ ପତାକା, ପୂରା ଦୁନିଆ ଆଶ୍ଚର୍ଯ୍ୟ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଗତ ୭ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ତେବେ ବନ୍ଧୁଗଣ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ସ୍ପେସ ଇଣ୍ଡଷ୍ଟ୍ରିରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି । ଋଷ ଏକ ସେଟଲାଇଟ ଲଞ୍ଚ କରୁଥିବା ରକେଟ ଦ୍ଵାରା କିଛି ଦେଶର ଜାତୀୟ ପତାକାକୁ ହଟାଇ ଦେଇଛି ।

ହେଲେ ଏହି ରକେଟରେ ଭାରତୀୟ ଜାତୀୟ ପତାକାକୁ ରଖିଛି ଋଷ । ଋଷ ଅନ୍ତରିକ୍ଷ ଏଜେନ୍ସିର ଦିମିତ୍ରି ରୋବୋଜିନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି-‘ବେକନୁରରେ ଆମ ଟିମ ନିଷ୍ପତ୍ତି ନେଇଛି ଯେ ଆମ ରକେଟ କିଛି ଦେଶ ବିନା ହିଁ ଭଲ ଦେଖାଯିବ’ । ଏହି ଭିଡିଓରେ ଆପଣ ଦେଖିପାରୁଥିବେ ଯେ, ଭାରତୀୟ ଧ୍ଵଜ ଏହି ରକେଟରେ ରହିଛି ।

ଏହି ରକେଟରେ ଆମେରିକା, ଜାପାନ ଓ ୟୁକେର ଜାତୀୟ ପତାକାକୁ ହଟାଇ ଦିଆଯାଇଛି । କଜାକିସ୍ତାନର ବେକାନୁରରେ ଋଷି ଲଞ୍ଚପେଡରେ ଥିବା ଏହି ରକେଟ ଉପରୁ କେତେକ ଦେଶର ଜାତୀୟ ପତାକା ହଟାଇ ଦିଆଯାଇଛି । ତେବେ ବନ୍ଧୁଗଣ ଋଷର ଏହି କାମକୁ ଦେଖି ସାରା ବିଶ୍ଵ ଏବେ ଆଶ୍ଚର୍ଯ୍ୟ ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଋଷ ଓ ଭାରତର ଘନିଷ୍ଠ ବନ୍ଧୁତା ରହିଛି ।

ୟୁକ୍ରେନକୁ ଆକ୍ରମଣ କରିବା ପରେ ଋଷ ବିପକ୍ଷରେ ଅନେକ ଦେଶ ରହିଥିବା ବେଳେ ଭାରତ ଏଥିରେ ସାମିଲ ନାହିଁ । ହେଲେ ଋଷ ପାଇଁ ଭାରତ ହେଉଛି ବନ୍ଧୁ ତେଣୁ ସେ ନିଜ ରକେଟରେ ଭାରତ ଜାତୀୟ ପତାକାକୁ ରଖିଛି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *