ଭାରତର ଏମିତି ଏକ ଗାଁ ଯେଉଁଠି ପ୍ରତ୍ଯେକ ପରିବାର ଅଟନ୍ତି କୋଟିପତି ! ଗ୍ରାମବାସୀ କରନ୍ତି ଏମିତି କାମ !

ନମସ୍କାର ବନ୍ଧୁଗଣ ତେବେ ଯେତେବେଳେ ଆମ ମନରେ ଗାଁର ଛବି ଆସେ ସେତେବେଳେ ଆମକୁ ଲାଗେ, ଗାଁରେ ରହୁଥିବା ଲୋକମାନେ ମଧ୍ୟମ ବର୍ଗ ଓ ଗରିବ ଶ୍ରେଣୀର ହୋଇଥିବେ ଏବଂ ସେମାନେ ଚାଳ ଘରେ ବା ଆଜବେଷ୍ଟ ଘରେ ରହୁଥିବେ । ହେଲେ ଆଜି ଆମେ ଆପଣଙ୍କୁ ଭାରତର ଏପରି ଏକ ଗାଁ ବିଷୟରେ କହିବୁ ଯାହା ହେଉଛି ସବୁଠାରୁ ଧନୀ ଗାଁ । ଏହି ଗାଁର ପ୍ରତ୍ୟେକ ଲୋକ ହେଉଛନ୍ତି କୋଟିପତି । ତେବେ ଆସନ୍ତୁ ଜାଣିବା ଏହି ଗାଁ ବିଷୟରେ ।

ଏହି ଗାଁରେ ରହୁଥିବା ସବୁ ଲୋକ ହେଉଛନ୍ତି କୋଟିପତି । ଏହି ଗାଁଟି ଭାରତର ଗୁଜୁରାଟ ରାଜ୍ୟରେ ଅବସ୍ଥିତ । ଏହି ଗାଁର ନାମ ହେଉଛି ବଲ୍ଦିଆ । ଏହି ଗାଁରେ ରହୁଥିବା ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ରହିଛି । ଏହି ଗାଁର ସମୃଦ୍ଧିର ଅନୁମାନ ଆପଣମାନେ ଏଠିକାର ଘର ଓ ରାସ୍ତାକୁ ଦେଖି ଜାଣିପାରିବେ । ଏଠି ରହୁଥିବା ଲୋକମାନଙ୍କର ବିଦେଶରେ ମଧ୍ୟ ଘର ଓ ସମ୍ପତ୍ତି ଅଛି ।

ତେବେ ଏଠି ରହୁଥିବା ଅଧିକାଂଶ ଲୋକଙ୍କ ଘରେ ତାଲା ଲାଗିଥାଏ । କାରଣ ଏହି ଲୋକମାନେ ନିଜ ପରିବାର ସହ ବିଦେଶରେ ରହୁଛନ୍ତି । ବିଦେଶରେ ମଧ୍ୟ ତାଙ୍କର ଘର ସମ୍ପତ୍ତି ଅଛି । ଏହି ଗାଁର ବ୍ୟାଙ୍କରେ ଗତ ଦୁଇ ବର୍ଷ ମଧ୍ୟରେ ଦେଢ ହଜାର କୋଟି ଟଙ୍କା ଜମା ହୋଇଛି । ଏହା ଛଡା ଏଠାରେ ଥିବା ପୋଷ୍ଟ ଅଫିସରେ ୫୦୦ କୋଟିରୁ ଅଧିକ ଟଙ୍କା ଜମା ହୋଇଛି । ଗୁଜୁରାଟର ଝୁଜ ସହରରେ ମଧ୍ୟ ଏହିପରି କିଛି ଗାଁ ରହିଛି ।

ବାଲ୍ଦିଆର କିଛି ଦୂରରେ ଥିବା ମାଧାପୁର ଗାଁରେ ମଧ୍ୟ ସମୃଦ୍ଧି ଦେଖିବାକୁ ମିଳେ । ମାଧାପାର ଗ୍ରାମର ଅଧିକାଂଶ ଲୋକ ଏନଆରଆଇ ଅଟନ୍ତି । ସେମାନେ ଦେଶ ବାହାରେ ରହି କାମ କଲେ ଓ ଟଙ୍କା କମାଇ ଗ୍ରାମର ବିକାଶ ପାଇଁ ଲଗାଇଲେ ଓ ଏଠାକାର ବ୍ୟାଙ୍କରେ ଟଙ୍କା ଜମା କଲେ । ଏହି ଗ୍ରାମର ଲୋକେ ମିଶି ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର ଓ ହ୍ରଦର ନିର୍ମାଣ କରିଥିଲେ ।

ଆପଣଙ୍କୁ ଜାଣି ହଇରାଣ ହେବ ଯେ ଏନଆରଆଇ ଲୋକେ ୧୯୬୮ ମସିହାରେ ଲଣ୍ଡନରେ ମାଧାପାର ଭିଲେଜ ଆସୋସିଏସନ ନାମରେ ଏକ ସଙ୍ଗଠନର ସ୍ଥାପନା କରିଥିଲେ । ଏହାର ଅର୍ଥ ଗ୍ରାମକୁ ଭଲ ବନାଇବା ଓ ନିଜ ଭିତରେ ଭଲ ଭାବନା ବନାଇ ରଖିବା ଅଟେ । ଏହା ଛଡା ମହାରାଷ୍ଟ୍ରର ଅହମଦାବାଦରେ ହିୱରେ ବାଜାର ନାମ ଏକ ଗାଁ ରହିଛି । ଯେଁଉଁଠି ଏକ କିମ୍ବା ଦୁଇ ନହେଁଁ ପୁରା ୬୦ ଜଣ କୋଟି ପତି ଅଛନ୍ତି ।


ଏଠାରେ ଗରୀବ ସୀମାରେଖା ତଳେ ନାହାନ୍ତି କୌଣସିି ବି ପରିବାର । ତେବେ ଏହା ଛଡା ହିମାଚଳ ପ୍ରଦେଶର ରାଜଧାନୀ ଶିମଲାଠାରୁ ପାଖାପାଖି ୯୨ କିଲୋମିଟର ଦୂରରେ ଅବସ୍ଥିତ ମଡାବଗ ଗାଁ । ଏହା ଏସିଆର ସବୁଠାରୁ ଧନୀ ଗାଁ ବୋଲି କୁହାଯାଏ । ୭ ହଜାର ଫୁଟ ଉଚ୍ଚରେ ଥିବା ଏହି ଗାଁର ଲୋକେ ସେଓ ଚାଷ କରିଥାଆନ୍ତି ।

ଏଠାରେ ଗୋଟିଏ ପରିବାର ବର୍ଷକୁ ୭୦-୭୫ ଲକ୍ଷ ଟଙ୍କା ଆୟ କରିଥାଆନ୍ତି ବୋଲି କୁହାଯାଏ । ଏଠାରେ ସବୁଠାରୁ ଭଲ ଗୁଣବତ୍ତା ଥିବା ସେଓ ଚାଷ କରାଯାଏ ବୋଲି କୁହାଯାଏ । ରୟାଲ ଆପଲ, ରେଡ ଗୋଲ୍ଡ, ଗେଲ ଗାଲା ଭଳି ସେଓର ଭଲ କ୍ୱାଲିଟି ଚାଷ କରାଯାଇଥାଏ । ତେବେ ଏହି ଖବର ଉପରେ ଆପଣଂକ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *