UN ରେ ହେଉଥିଲା ୟୁକ୍ରେନ ଉପରେ ଚର୍ଚ୍ଚା, ଭାରତର ଏହି ବୟାନ କେବେ ବି ଭୁଲିବ ପାରିବନି ଦୁନିଆ !

ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚଲିଥିବା ମହାଯୁଦ୍ଧକୁ ନେଇ ଚିନ୍ତାରେ ଏବେ ବିଶ୍ଵ । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି ।

ଋଷ ଏହି ଯୁଦ୍ଧରେ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଗୁଡିକ ଅଛନ୍ତି । ଏମିତିରେ ଅନେକ ଭାରତୀୟ ୟୁକ୍ରେନ ଦେଶରେ ଫଶି ରହିଛନ୍ତି । ଅନେକ ଭାରତୀୟଙ୍କ ଜୀବନ ବିପଦରେ ଅଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଭାରତ କିଛି ଏପରି କରିଛି ଯାହା ଦୁନିଆର କୌଣସି ଦେଶ କରିନାହିଁ । ଭାରତରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ନିଜ ପଡୋଶୀ ଦେଶର ନାଗରିକ ମାନଙ୍କୁ ବାହାର କରିବା ପାଇଁ ମଧ୍ୟ ଆଦେଶ ଦେଇଥିଲା ।

ସମୟ କ୍ରମେ ଭାରତ ୟୁକ୍ରେନରେ ଫଶି ଥିବା ଭାରତୀୟ ଛାତ୍ର ମାନଙ୍କୁ ନେଇ ଆସିଛି । ଆଉ ଏବେବି ରହିଯାଇଥିବା ଲୋକ ମାନଙ୍କୁ ଭାରତ ଆଣିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି । ଏହି ଯୁଦ୍ଧ ସମୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ ତିରୁମୁର୍ତ୍ତି କହିଛନ୍ତି ଯେ, ୟୁକ୍ରେନର ସୀମାରେ ଘଟିଥିବା କିଛି ଘଟଣା କାରଣରୁ ଭାରତର ରେସକ୍ୟୁ କାର୍ଯ୍ୟରେ ବାଧାପ୍ରାପ୍ତ ହୋଇଛି ।

ଭାରତ ୟୁକ୍ରେନରୁ ନିଜ ଛାତ୍ର ମାନଙ୍କୁ ଆଣିବା ପାଇଁ ବିକାଶଶୀଳ ଦେଶ ଓ ପଡୋଶୀ ଦେଶ ମାନଙ୍କର ସହାୟତା କରିବା ପାଇଁ ପ୍ରସ୍ତୁତ ଅଛି । ୟୁକ୍ରେନରେ ଫଶି ଥିବାର ଭାରତୀୟ ନାଗରିକ ମାନଙ୍କୁ ଉଧାର କରିବା ପାଇଁ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ଉପରେ ନଜର ରଖିବା ପାଇଁ ଭାରତ ସରକାର 4ଟି ମନ୍ତ୍ରୀଙ୍କୁ ଦାୟିତ୍ଵ ଦେଇଛନ୍ତି ।

ଭାରତ ୟୁକ୍ରେନର ସ୍ଥିତିକୁ ଦେଖି ବହୁତ ଚିନ୍ତାରେ ଅଛି କାରଣ ସମୟ କ୍ରମେ ୟୁକ୍ରେନର ସ୍ଥିତି ବିଗିଡିବାରେ ଲାଗିଛି । ଏହା ସହିତ ତିରୁମୁର୍ତ୍ତି କହିଛନ୍ତି, ଯୁଦ୍ଧକୁ ବନ୍ଦ ଓ କଥାବାର୍ତ୍ତା କରି ଏହାର ସମାଧାନ କରିବା ଉଚିତ । ଭାରତ ସରକାରଙ୍କ ମତରେ, କୂଟନୈତିକ ସମାଧାନ ଛଡା ଆଉ କିଛି ରାସ୍ତା ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *