ଜାଣନ୍ତୁ ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ? ଦେଖନ୍ତୁ ସବୁଠୁ କମ ପାଠୁଆ ପ୍ରଧାନମନ୍ତ୍ରୀ କିଏ ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଆମ ଭାରତରେ ସବୁଠାରୁ କମ ପାଠ ପଢିଥିବା ପ୍ରଧାନମନ୍ତ୍ରୀ କିଏ ଥିଲେ । ତେବେ କିଛି ଦିନ ହେବ ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଜୋର ଚର୍ଚ୍ଚା ହେଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଡିଗ୍ରୀକୁ ନେଇ ବହୁତ କିଛି ବିବାଦ ଦେଖିବାକୁ ମିଳୁଛି । ଆପଣ ମାନେ ଜାଣିଥିବେ ନରେନ୍ଦ୍ର ମୋଦୀ ଭାରତର 15ତମ ପ୍ରଧାନମନ୍ତ୍ରୀ ଅଟନ୍ତି । ତେବେ ଆସନ୍ତୁ ଜାଣିବା ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ।

1947 ମସିହାରୁ 1964 ମସିହା ପର୍ଯ୍ୟନ୍ତ ଜବାହାର ଲାଲ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ଥିଲେ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ନିଜ ସ୍କୁଲ ପାଠ ପଢା ଶେଷ କରି କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟରେ ପ୍ରାକୃତିକ ବିଜ୍ଞାନ ଅଧୟନ କରିଥିଲେ । ଭାରତର ଦ୍ଵିତୀୟ ପ୍ରଧାନମନ୍ତ୍ରୀ ଥିଲେ ଗୁଲ୍ଜାରି ଲାଲ ନନ୍ଦା । ଗୁଲ୍ଜାରି ଲାଲ ନନ୍ଦା ଇଲ୍ହାବାଦ ବିଶ୍ଵ ବିଦ୍ୟାଳୟରୁ ଅର୍ଥନୀତିରେ ଗ୍ରାଜୁଏସନ ସମାପ୍ତ କରିଥିଲେ ।

ତୃତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲ ବାହାଦୁର ଶାସ୍ତ୍ରୀ । ଲାଲ ବାହାଦୁର ଶାସ୍ତ୍ରୀ ଜୟ ଯବାନ ଓ ଜୟ କିଶାନର ନାରା ଦେଇଥିଲେ । ସେ ନିଜ ଶିକ୍ଷା ବାରଣାସୀରୁ ପ୍ରାପ୍ତ କରିଥିଲେ । ଏହା ପରେ ଚତୁର୍ଥ ସ୍ଥାନରେ ଅଛନ୍ତି ଦେଶର ପୂର୍ବତ୍ତମ ପ୍ରଧାନମନ୍ତ୍ରୀ ଇନ୍ଦ୍ରା ଗାନ୍ଧୀ । ଇନ୍ଦ୍ରାଗାନ୍ଧି ଦୁଇ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ନିଜ ଶିକ୍ଷାର ଆରମ୍ଭ ପଶ୍ଚିମ ବଙ୍ଗର ଶାନ୍ତି ନିକେତନରୁ କରିଥିଲେ ।

ଏହା ପରେ ସେ ଅକ୍ଶଫର୍ଡ ୟୁନିଭର୍ସିଟି ଲଣ୍ଡନରେ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ମୋରାରଜି ଦେସାଇ । ସେ ମୁମ୍ବାଇର ଏକ କଲେଜରେ ରାସାୟନିକ ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଆମ ଲିଷ୍ଟର ଷଷ୍ଠ ସ୍ଥାନ ରେ ଅଛନ୍ତି ଚଉତିରିଶ ଚରଣ ସିଂହ । ଚଉତିରିଶ ଚରଣ ସିଂହ ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ରାଜୀବ ଗାନ୍ଧୀ । ସେ ଆମ ଦେଶାର ଏକ ମାତ୍ର ପ୍ରଧାନମନ୍ତ୍ରୀ ଯିଏ ଗ୍ରାଜୁଏଟ ନଥିଲେ ।

ସେ ଲଣ୍ଡନର ଏକ ଇଞ୍ଜିନିୟରିଙ୍ଗ କଲେଜରେ ପାଠ ପାଢୀଥିଲେ ହେଲେ ନିଜ ପାଠ ପଢା ସଂପୂର୍ଣ୍ଣ କରିପାରି ନଥିଲେ । ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ବିଶ୍ଵନାଥ ପ୍ରତାପ ସିଂହ । ସେ ଇଲ୍ହାବାଦ ବିଶ୍ୱବିଦ୍ୟାଳୟରେ ନିଜ ପାଠ ପଢା ସମାପ୍ତ କରିଥିଲେ ।  ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଦେଶର ପୂର୍ବତ୍ତମ ପ୍ରଧାନମନ୍ତ୍ରୀ ଚନ୍ଦ୍ର ଶେଖର । ସେ ଇଲ୍ହାବାଦ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ । ଆମ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ନରସିଂହ ରାଉତ ।

ସେ ନାଗପୁର ବିଶ୍ଵ ବିଦ୍ୟାଳୟରେ ନିଜ ଗ୍ରାଜୁଏସନ କରିଥିଲେ । ଆମ ଲିଷ୍ଟର 11ତମ ସ୍ଥାନରେ ଅଛନ୍ତି ଅଟଳ ବିହାରୀ ବାଚପାୟୀ । ଅଟଳ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ଅଟଳ ଡିଏଭି କଲେଜରେ ଗ୍ରାଜୁଏସନ କରିଥିଲେ । ଏହା ପରେ ଆମ ଲିଷ୍ଟରେ ଅଛନ୍ତି ଡକ୍ଟର ମନମୋହନ ସିଂହ ।

ସେ ଦେଶରେ ଦୁଇ ଥର ପ୍ରଧାନମନତୃ ହୋଇଥିଲେ । ସେ ଅକ୍ଶଫର୍ଡ ବିଶ୍ଵ ବିଦ୍ୟାଳୟ, ପଞ୍ଜାବ ବିଶ୍ଵ ବିଦ୍ୟାଳୟରୁ ଅର୍ଥନୀତିରେ ନିଜ ପାଠ ପଢା ଶେଷ କରିଥିଲେ । ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ନରେନ୍ଦ୍ର ମୋଦୀ । ନରେନ୍ଦ୍ର ଗୁଜୁରାଟ ବିଶ୍ଵ ବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *