ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ପାକିସ୍ତାନ, ଭାରତକୁ ଏମିତି ଧମକ ଦେଲେ ପାକିସ୍ତାନ ପିଏମ ଇମରାନ ଖାନ !

ବନ୍ଧୁଗଣ ବର୍ତ୍ତମାନ ସମସ୍ତ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର ଋଷିଆ ଏବଂ ୟୁକ୍ରେନ ଯୁଦ୍ଧ । ତେବେ ବନ୍ଧୁଗଣ ଗତ ଗୁରୁବାରରୁ ଏ ପର୍ଯ୍ୟନ୍ତ ଋଷିଆ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି ଯାହାଫଳରେ ସାରା ବିଶ୍ଵରେ ଭୟାବହ ସୃଷ୍ଟି ହୋଇଛି । ବନ୍ଧୁଗଣ ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ନ୍ଧୁଗଣ ଆଗରୁ ଋଷିଆ ଏହି ଯୁଦ୍ଧରେ ଏକା ଲଢୁଥିବା ବେଳେ ୟୁକ୍ରେନ ସହ ୟୁରୋପୀୟ ରାଷ୍ଟ୍ର ମାନଙ୍କ ସପୋର୍ଟ ଥିଲା ହେଲେ ବର୍ତ୍ତମାନ ସମସ୍ତ ରାଷ୍ଟ୍ର ୟୁକ୍ରେନକୁ ଏକା କରି ଦେଇଛନ୍ତି । ତେବେ ବନ୍ଧୁଗଣ ଋଷିଆ ଚାରି ଦିଗରୁ ୟୁକ୍ରେନ ଉପରେ ଆକ୍ରମଣ କରିଚାଲିଛି ।

ହେଲେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଟ୍ବିଟ କରି ସମସ୍ତଙ୍କୁ ଆଚମ୍ବିତ କରିଛନ୍ତି । ଇମ୍ରାନ ସେହି ଟ୍ବିଟରେ ଲେଖିଛନ୍ତି-‘ମୁଁ ସବୁବେଳେ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନ ଚାହେଁ । କିନ୍ତୁ କେବେବି ଏହାକୁ ଦୁର୍ବଳତାର ସଙ୍କେତ ରୂପେ ଗ୍ରହଣ କରିବା ଠିକ ନୁହେଁ’ ବୋଲି ଇମ୍ରାନ କହିଛନ୍ତି ।

ଆଉ ଏହି ଇମ୍ରାନଙ୍କ ଏହି ଟ୍ବିଟକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଚାଲିଛି । ତେବେ ବାଲାକୋଟରେ ଇଣ୍ଡିଆ କରିଥିବା ଏୟାର ଷ୍ଟ୍ରାଇକ ଉପରେ ଇମ୍ରାନ ଏହିୟ ଟ୍ବିଟ କରିଥିବା ସ୍ପର୍ଷ୍ଟ ଜଣା ପଡୁଛି । ରାତି ଅଧରେ ପାକିସ୍ତାନ ସୀମାରେ ପଶି ବାଲାକୋଟରେ ଥିବା ଆତଙ୍କି ଠିକଣା ଗୁଡିକୁ ଧ୍ଵଂସ କରିଥିଲା ଭାରତୀୟ ବାୟୁସେନା । ଯାହାକୁ ବାଲାକୋଟ ଏୟାର ଷ୍ଟ୍ରାଇକ କୁହାଯାଇଥିଲା ।

ଆଉ ଏହାରି ମଧ୍ୟରେ ବାଲାକୋଟ ଆକ୍ରମଣକୁ ତିନି ବର୍ଷ ପୁରିଛି । ଏବେ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଚାଲିଥିବା ବେଳେ ଇମ୍ରାନଙ୍କ ଏହି ଟ୍ବିଟକୁ ସମସ୍ତେ ନାପସନ୍ଦ କରିଛନ୍ତି । ପ୍ରତ୍ୟକ ଭାବରେ ନହେଲେ ବି ପରୋକ୍ଷ ଭାବରେ ଭାରତକୁ ଧମକ ଦେଇଛନ୍ତି ଇମ୍ରାନ ଖାନ । ଏଠାରେ କହି ରଖୁଛୁ କି ପୁଲୁଆମା ଆଟାକର ପ୍ରତିଶୋଧ ନେବା ପାଇଁ ବାଲାକୋଟ ଏୟାର ଷ୍ଟ୍ରାଇକ କରାଯାଇଥିଲା ।

ପୁଲୁଆମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ୪୦ ଯବାନଙ୍କ ସହିଦ କେବେ ବ୍ୟର୍ଥ ଯିବ ନାହିଁ ଓ ଶତ୍ରୁ ମାନଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ । ତେବେ ଇମ୍ରାନଙ୍କ ଏହି ଟ୍ବିଟକୁ ନେଇ ସବୁ ଆଡେ ଚର୍ଚ୍ଚା ଚାଲିଛି ହେଲେ ଭାରତ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *