ଦେଖନ୍ତୁ, ଭାରତ ଠାରୁ ହାରିବା ପରେ ଭାରତ ପାଇଁ ଏ କଣ କହିଦେଲେ ପାକିସ୍ତାନୀ ମହିଳା କ୍ଯାପଟେନ…ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବନ୍ଧୁଗଣ ଆମ ଭାରତୀୟ କ୍ରିକେଟ ଟିମ ଶ୍ରୀଲଙ୍କାକୁ ହରେଇବା ପରେ ଏବେ ଭାରତୀୟ ମହିଳା କ୍ରିକେଟ ଟିମ ୱାର୍ଲ୍ଡ କପ୍ ରେ ଇତିହାସ ରଚିଛନ୍ତି । ଆପଣ ମାନଙ୍କୁ ଆମେ କହି ରଖୁ ଯେ, ଏବେ ମହିଳା କ୍ରିକେଟ ୱାର୍ଲ୍ଡ କପ୍ ଚାଲିଛି । ତେବେ ଏହି ଗତ କାଲି ଭାରତ ଓ ପାକିସ୍ତାନୀ ମହିଳା ଟିମଙ୍କ ମଧ୍ୟରେ ଏକ ଐତିହାସିକ ମୁକବାଲା ଖେଳା ଯାଇଥିଲା । ୱାର୍ଲ୍ଡ କପ୍ ଟୁର୍ନାମେଣ୍ଟରେ ଏହା ଚତୁର୍ଥ ମୁକବାଲା ଥିଲା ।

ବନ୍ଧୁଗଣ ଏହି ମୁକବାଲାରେ ଭାରତ ମହିଳା ଟିମର କ୍ୟାପଟେନ ମିଥାଲି ରାଜ ଟସ୍ ଜିତିଥିଲେ ଓ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଲେ । ଆମ ଟିମ ସ୍କୋର ବୋର୍ଡରେ ୨୪୪ ରନ୍ ବନେଇଦେଲେ । ପାକିସ୍ତାନକୁ ଜିତିବା ପାଇଁ ୨୪୫ ରନ୍ ଦରକାର ଥିଲା ହେଲେ ଭାରତୀୟ ମହିଳା ଟିମର ବୋଲିଙ୍ଗ ବହୁତ ଜବରଦସ୍ତ ଥିଲା । ଆମ ଟିମ ୧୦୭ ରନ୍ ଅନ୍ତରରେ ପାକିସ୍ତାନ ଠାରୁ ଜିତିଛି ।

ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମ ଠାରୁ ହାରିବା ପରେ ପାକିସ୍ତାନ ମହିଳା ଟିମର କ୍ୟାପଟେନ ବିସମାହ ମାରୁଫ ନିଜର ବୟାନ ଦେଇଛନ୍ତି । ସେ ଭାରତୀୟ ଟିମ ବିଷୟରେ ଏମିତି କିଛି କଥା କହିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବିସମାହ କହିଛନ୍ତି-‘ୱାର୍ଲ୍ଡ କପ୍ ରେ ଭାରତୀୟ ଟିମ ସହ ମୁକବାଲା ଆରମ୍ଭ କରିବା ଏକ ବଡ ସ୍ଵପ୍ନ ଠାରୁ କମ ନୁହେଁ’ ।

ଆଗକୁ ସେ କହିଛନ୍ତି-‘ଭାରତୀୟ ମହିଳା କ୍ରିକେଟ ଟିମରେ ଗୋଟେ ପରେ ଗୋଟେ ଜବରଦସ୍ତ ଖେଳାଳି ଅଛନ୍ତି । ଆଉ ଏହା କହିବା ଭୁଲ ହେବ ନାହିଁ ଯେ, ଆଜିର ମ୍ୟାଚରେ ଭାରତୀୟ ଟିମ ଆମ ମାନଙ୍କ ଠାରୁ ବହୁତ ଭଲ ଖେଳିଲେ । ଭାରତୀୟ ଟିମ ଏହି ଜିତର ହକଦାର ଅଟନ୍ତି । ଗୋଟେ ସମୟରେ ଆମର ବୋଲର୍ସ ମାନେ ଭଲ ପଦର୍ଶନ କରିଥିଲେ ଯାହାଫଳରେ ଲାଗିଲା ଭାରତୀୟ ଟିମ ଅଲ ଆଉଟ ହୋଇଯିବ’ ।

ଆଗକୁ ସେ କହିଛନ୍ତି-‘ହେଲେ ସ୍ନେହ ରାଣା ଓ ପୂଜାଙ୍କ ଜବରଦସ୍ତ ବ୍ୟାଟିଙ୍ଗ ପଦର୍ଶନ ଭାରତୀୟ ଟିମକୁ ଜିତାଇବାରେ ବହୁତ ସହାୟକ ହେଲା । ଆମ ମାନଙ୍କୁ ଭାରତୀୟ ଟିମରୁ ବହୁତ କିଛି ଶିଖିବା ଉଚିତ । ଭାରତୀୟ କ୍ରିକେଟ ଟିମର ମହିଳା ମାନଙ୍କ ବ୍ୟବହାର ମଧ୍ୟ ବହୁତ ଭଲ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *