ଭାରତ ଠାରୁ ଅଧିକ ପରମାଣୁ ବମ୍ ପାକିସ୍ତାନ କେଉଁଠୁ ଆଣିଲା ?

ବନ୍ଧୁଗଣ ଗତ ୬ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ତେବେ ବନ୍ଧୁଗଣ ବର୍ତ୍ତମାନ ଋଷ ପ୍ରଧାନମନ୍ତ୍ରୀ ପୁଟିନ ନିଜ ସେନାକୁ ପ୍ରତିରୋଧ ଶକ୍ତି ଗୁଡିକୁ ସ୍ପେଶିଆଲ ଆଲର୍ଟରେ ରଖିବା ପାଇଁ ଆଦେଶ ଦେଇଛନ୍ତି । ଏହି ଶକ୍ତି ଗୁଡିକ ମଧ୍ୟରେ ପରମାଣୁ ବୋମା ମଧ୍ୟ ରହିଛି । ହେଲେ ସେ ପରମାଣୁ ବୋମାର ବ୍ୟବହାର କରିବା ପାଇଁ ଚାହୁଁ ନାହାନ୍ତି । ହେଲେ ତାଙ୍କର ଏହି ଆଦେଶ ପାଇଁ ଦୁନିଆରେ ଥିବା ସମସ୍ତ ପରମାଣୁ ଅସ୍ତ୍ର ଶସ୍ତ୍ରକୁ ନେଇ ଚର୍ଚ୍ଚା ଚାଲିଛି ।

ବିଶ୍ଵରେ ମାତ୍ର ଦୁଇ ଥର ପରମାଣୁ ଆକ୍ରମଣ କରାଯାଇଛି । ଆମେରିକା ୧୯୪୫ ମସିହାରେ ଜାପାନର ହିରୋସିମା ଓ ନାଗାସାକି ଉପରେ ପରମାଣୁ ଆକ୍ରମଣ କରିଥିଲା ଯାହାଫଳରେ ଲକ୍ଷାଧିକ ଲୋକ ପ୍ରାଣ ହରାଇ ଥିଲେ । ଏବେ ବିଶ୍ଵର ୯ଟି ଦେଶ ପାଖରେ ପରମାଣୁ ବୋମା ରହିଛି । ଋଷ ପାଖରେ ୬୨୫୫ଟି ପରମାଣୁ ବୋମା ଅଛି । ଆମେରିକା ପାଖରେ ୫୫୫୦ ପରମାଣୁ ବୋମା ଅଛି ।

ଚୀନ ପାଖରେ ୩୫୦ ପରମାଣୁ ବୋମା ଅଛି । ଫ୍ରାନ୍ସ ପାଖରେ ୨୯୦ ପରମାଣୁ ବୋମା ଅଛି । ପାକିସ୍ତାନ ପାଖରେ ୧୬୫ ପରମାଣୁ ବୋମା ଅଛି । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ପାକିସ୍ତାନକୁ ଅଧିକ ପରମାଣୁ ବୋମା ଚୀନ ଦେଇଛି । ପାକିସ୍ତାନର ପୂର୍ବତ୍ତମ ପ୍ରଧାନମନ୍ତ୍ରୀ ବେନଜିର ଭୁଟୋ ଉତ୍ତରକୋରିଆରୁ ପରମାଣୁ ବୋମା ବିଷୟରେ ସୂଚନା ଆଣିଥିଲେ ।

ବନ୍ଧୁଗଣ ଭାରତ ପାଖରେ ୧୫୬ ପରମାଣୁ ବୋମା ଅଛି । ତେବେ ପାକିସ୍ତାନକୁ ଚୀନ ଅଧିକ ପରମାଣୁ ବୋମା ଦେଇଛି ସେଥିପାଇଁ ଭାରତ ଠାରୁ ପାକିସ୍ତାନ ପାଖରେ ଅଧିକ ପରମାଣୁ ବୋମା ଅଛି । ଯଦି ବନ୍ଧୁଗଣ ଏବେ ତୃତୀୟ ବିଶ୍ଵ ଯୁଦ୍ଧ ହୁଏ ଓ ସେଥିରେ ପରମାଣୁ ବୋମା ଆକ୍ରମଣ ହୁଏ ତା ହେଲେ କଣ ହେବ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *