ଭାରତର 10 ଟି ସବୁଠୁ ରହସ୍ୟମୟ ମନ୍ଦିର, ଯାହାର ରହସ୍ୟ ଆଗରେ ବୈଜ୍ଞାନିକ ମାନେ ବି ହେଲେ ଫେଲ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଅନେକ ଥର ଅନେକ ମନ୍ଦିର ଯାଇଥିବେ । ସେଠାରେ ଦର୍ଶନ ମଧ୍ୟ କରିଥିବେ ଏବଂ ନିଜ ମନୋକାମନା କୁ ପୂର୍ଣ୍ଣ କରିବା ପାଇଁ ଅନେକ ମାନସିକ ମଧ୍ୟ ରଖିଥିବେ । ତେବେ ଆପଣ ମନ୍ଦିରକୁ ଯାଇ ସେଠାରେ ଶାନ୍ତି ମଧ୍ୟ ପାଇଥାନ୍ତି ଆପଣଙ୍କ ଆତ୍ମା କୁ ମଧ୍ୟ ଶାନ୍ତି ମିଳିଥାଏ । ତେବେ ଆମ ଭାରତରେ ଅନେକ ଏଭଳି ମନ୍ଦିର ମଧ୍ୟ ରହିଛି ଯେଉଁଠି ଅନେକ ରହସ୍ୟ ମାନ ଲୁଚି ରହିଛି । ତେବେ ତାହା ବିଷୟରେ ବହୁତ କମ ଲୋକ ହିଁ ଜାଣିଥାନ୍ତି ତେବେ ଆସନ୍ତୁ ସେହି ଭଳି କିଛି ରହସ୍ୟମୟୀ ମନ୍ଦିର ବିଷୟରେ ଆଲୋଚନା କରି ନେବା ।

୧- ପ୍ରଥମ ମନ୍ଦିର ହେଉଛି କରନି ମାତା ମନ୍ଦିର । ତେବେ ରାଜସ୍ଥାନର ବିକାନିର୍ ରେ ସ୍ତିତ ଏହି ମନ୍ଦିର ତାର ପୂଜାପାଠର ବିଧିବିଧାନ ପାଇଁ ସାରା ଭାରତର ଲୋକମାନଙ୍କୁ ଆଜିବି ଆଶ୍ଚର୍ଯ୍ୟର ଘେରରେ ଘେରେଇ ରଖିଛି କାହିଁକି ନା ଏହି ମନ୍ଦିରରେ ୨୦ ହଜାର କଳା ମୂଷା ରୁହନ୍ତି । ଲକ୍ଷ ଲକ୍ଷ ପର୍ଯ୍ୟଟକ ଏବଂ ଶ୍ରଦ୍ଧାଳୁମାନେ ନିଜର ମନସ୍କାମନା ପୂରଣ କରିବା ପାଇଁ ପ୍ରତିବର୍ଷ ଏହି ମନ୍ଦିରକୁ ଆସନ୍ତି ।

କର୍ଣ୍ଣିମାତା ଯାହାଙ୍କୁ ଦୁର୍ଗା ମାତାଙ୍କ ରୂପ ବୋଲି କୁହନ୍ତି ଏହା ବ୍ୟତୀତ ଏହି ମନ୍ଦିର କୁ ମୂଷା ମନ୍ଦିର ବୋଲି କୁହାଯାଏ । ଏଠି ମୂଷାମାନଙ୍କୁ ଠିକ୍ ସମୟରେ ଖାଇବାକୁ ଖାଦ୍ୟ ମଧ୍ୟ ଦିଅନ୍ତି । ଏହା ବ୍ୟତୀତ ଏଠି ମୂଷା ମାନଙ୍କର ସଠିକ୍ ଯତ୍ନ ମଧ୍ୟ ନିଆଯାଏ । ଏଠି ଏତେ ମୂଷା ରୁହନ୍ତି ଯେ ଆପଣଙ୍କୁ ଏଠି ପାଦ ଘୋଷାରି ଘୋଷାରି ଚାଲିବାକୁ ପଡେ । ଯଦି ଭୁଲରେ ଗୋଟେ ବି ମୂଷା ଆପଣଙ୍କ ପାଦ ତଳକୁ ଆସି ମରିଯାଏ ତାହେଲେ ଏହାକୁ ଅଶୁଭ ସଂକେତ ବୋଲି ମାନନ୍ତି । ଏହା ବ୍ୟତୀତ ଯଦି ଗୋଟିଏ ବି ମୂଷା ଆପଣଙ୍କ ପାଦ ଦେଇ ଚାଲିଯାଏ ତେବେ ଆପଣଙ୍କୁ ଦେବୀ ମା ର ଅଶ୍ରିବାଦ୍ ମିଳିଗଲା ବୋଲି ମାନନ୍ତି ।

୨- ଦ୍ଵିତୀୟ ମନ୍ଦିର ହେଉଛି ସିଗ୍ନା ପୁରର ଶନି ମନ୍ଦିର । ଆମ ଦେଶରେ ସୂର୍ଯ୍ୟଙ୍କ ପୁତ୍ର ଶନିଙ୍କର ବୋହୁତ ମନ୍ଦିର ଅଛି । ଏଗୁଡିକ ମଧ୍ୟରୁ ଗୋଟେ ମନ୍ଦିର ମହାରାଷ୍ଟ୍ରର ଏହେମ୍ମଦ୍ ନଗରରେ ସ୍ତିତ ସିଗ୍ନା ପୁରର ଶନି ମନ୍ଦିର । ବିଶ୍ଵ ପ୍ରସିଦ୍ଧ ଏହି ଶନି ମନ୍ଦିରର ବିଶେଷତ୍ଵ ଏହା ଯେ ଶନିଦେବଙ୍କ ଏକ ବିଶାଳ ପ୍ରତିମା ବିନା କୌଣସି ମନ୍ଦିର ଖୋଲା ଆକାଶ ତଳେ ଚାରି ପାର୍ଶ୍ଵରେ ଥିବା ଗୋଟେ ଚାନ୍ଦିନୀ ଉପରେ ବିରାଜିତ ଅଛନ୍ତି ।

ଏଠି ସିଗ୍ନା ପୁରର ଶନି ମନ୍ଦିରର ଏତେ ଭୟ ଅଛି ଯେ ଏହି ସହରରେ ଥିବା ବୋହୁତ ଘର ଗୁଡ଼ିକରେ କବାଟ ଏବଂ ଝରକା ନାହିଁ । ଏଠି କବାଟ ବଦଳରେ ଝରକା ଲଗାଯାଇଛି । ଏହା ଏଥିପାଇଁ ଅଛି ଯେ ଏଠି ଗୋଟେ ବି ଚୋର ନାହିଁ କୁହନ୍ତି ଯିଏ ଚୋରି କରୁଛି ତାକୁ ସ୍ଵୟଂ ଶନିଦେବ ଦଣ୍ଡ ଦିଅନ୍ତି । ଏହାର ବୋହୁତ ପ୍ରତ୍ୟକ୍ଷ ଉଦାହରଣ ଏଠାକାର ଲୋକମାନେ ଦେଖିଛନ୍ତି । ଶନିଦେବଙ୍କ ପ୍ରକୋପରୁ ମୁକ୍ତି ପାଇବା ପାଇଁ ଏଠାକୁ ପ୍ରତି ଶନିବାର ଦିନ ସାରା ଦେଶରୁ ବୋହୁତ ଶ୍ରଦ୍ଧାଳୁ ଆସନ୍ତି ।


୩- ତୃତୀୟ ମନ୍ଦିର ହେଉଛି କାମାକ୍ଷା ମନ୍ଦିର । ଆସାମର ଗୁହାଟିରେ ସ୍ଥିତ କାମାକ୍ଷା ମନ୍ଦିର ମାତା ସତୀଙ୍କର ବାବନ ଶକ୍ତିପୀଠ ମନ୍ଦିରରୁ ଅନ୍ୟତମ । ଏହି ପ୍ରସିଦ୍ଧ ମନ୍ଦିରରେ ମାତା ସତୀ ଅବା ମା ଦୁର୍ଗାଙ୍କ ଗୋଟେ କି ମୂର୍ତ୍ତି ନାହିଁ । ପୌରାଣିକ କଥା ଅନୁସାରେ ଯେବେ ମାତା ସତୀଙ୍କର ମୃତ୍ୟୁ ହୋଇଗଲା ସେବେ ପ୍ରଭୁ ଭୋଳାନାଥଙ୍କୁ ମାତା ସତୀଙ୍କର ମୃତ୍ୟୁ ଶରୀର ଉପରେ ମୋହ ହୋଇଗଲା । ସେହି ସମୟରେ ଭଗଵାନ ବିଷ୍ଣୁ ଆସି ତାଙ୍କ ସୁଦର୍ଶନ ଚକ୍ରରେ ମାତା ସତୀଙ୍କର ମୃତ୍ୟୁ ଶରୀରକୁ ୫୨ ଖଣ୍ଡ କରିଦେଲେ ।

ସେହି ୫୨ ଖଣ୍ଡ ଯେଉଁ ଯେଉଁ ଜାଗାରେ ପଡ଼ିଲା ତାହା ମାତାଙ୍କର ପ୍ରସିଦ୍ଧ ପୀଠ ପାଲଟି ଗଲା । ସେହି ୫୨ ଖଣ୍ଡରୁ ଏଠି ମାତା ସତୀଙ୍କର ଗର୍ଭ ଆସିପଡ଼ିଲା ଯାହାକୁ କମାକ୍ଷ ମନ୍ଦିର ବୋଲି କୁହାଯାଏ । ଏହି ମନ୍ଦିର ୩ ଭାଗରେ ବିଭକ୍ତ ଅଛି । ଏହାର ପ୍ରଥମ ଭାଗ ସବୁଠୁ ବଡ ଅଟେ ଏଠାକୁ କିଛି ଲୋକଙ୍କୁ ଯିବାକୁ ଅନୁମତି ମିଳିଥାଏ । ଦ୍ଵିତୀୟ ଭାଗରେ ମାତାଙ୍କର ଦର୍ଶନ ହୋଇଥାଏ । ଏଠି ପଥରରୁ ସବୁବେଳେ ପାଣି ବାହାରିଥାଏ । କୁହାଯାଏ ମାସକୁ ତିନିଦିନ ଏଠି ଥିବା ନଦୀର ପାଣି ଲାଲ୍ ହେଇଯାଏ ଏହା କେମିତି ହୁଏ କେହି ଜାଣନ୍ତି ନାହିଁ ।

୪- ଚତୁର୍ଥ ମନ୍ଦିର ହେଉଛି କାଳଭୈରବ ମନ୍ଦିର- କଣ ମୂର୍ତ୍ତି କେବେ ଜଳ ପିଇ ପାରିବ କେବେବି ନୁହେଁ । କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ଉଜେନ୍ଦ୍ର କାଳଭୈରବ ମନ୍ଦିରରେ ଥିବା ଜଳ ନୁହେଁ ମଦ୍ୟପାନ କରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ଏହା ସତ୍ୟ । ଏହି ମନ୍ଦିରରେ ଥିବା ମୂର୍ତ୍ତି ପ୍ରତିଦିନ ଲିଟର ଲିଟର ମାତ୍ରାରେ ମଦ୍ୟପାନ କରେ । ଏଠାକୁ ଆସୁଥିବା ଭକ୍ତମାନେ ନଡ଼ିଆ,କଦଳୀ ଭୋଗ ଚଢ଼େଇବା ବଦଳରେ ମଦକୁ ଭଗଵାନଙ୍କ ପାଖରେ ଭୋଗ ଚଢ଼ାନ୍ତି । ସେହି ମଦ ପୂଜା ହୋଇସାରିବା ପରେ ପ୍ରସାଦ ଭାବରେ ବଣ୍ଟାଯାଏ ।

୫- ପଞ୍ଚମ ରେ ହେଉଛି ସୋମନାଥ ମନ୍ଦିର । ତେବେ ଗୁଜରାଟର ଆଜିର ସୋମନାଥ ମନ୍ଦିର ଏଭଳି ନିର୍ମାଣ କରାଯାଇଛି ମନ୍ଦିର ନିକଟ ସମୁଦ୍ର କୂଳରୁ ଅଣ୍ଟାର୍କଟିକା ପର୍ୟନ୍ତ ସରଳ ରେଖାରେ କୌଣସି ଭୂଖଣ୍ଡ ନାହିଁ । କେବଳ ରହିଛି ପାଣି ।  ମୁସଲମାନଙ୍କ ଦ୍ୱରା ୧୬ ଥର ଲୁଣ୍ଠନ ହୋଇଥିବା ସୋମନାଥ ମନ୍ଦିର ୧୯୪୭ରେ ପୁନଃନିର୍ମାଣ କରାଯାଇଛି । ତେବେ ପୌରାଣିକ ମତେ ନକ୍ଷତ୍ରପତି ଚନ୍ଦ୍ରଦେବ ବା ସୋମ ପ୍ରଥମେ ଏହି ପ୍ରଭାସ ପତନରେ ନିଜ ଶ୍ୱଶୁର ଦକ୍ଷଙ୍କ ଅଭିଶାପରୁ ଜାତ କ୍ଷୟ ବା ରାଜଯକ୍ଷ୍ମା ରୋଗରୁ ମୁକ୍ତି ପାଇବା ପାଇଁ ଭଗବାନ ଶିବଙ୍କର ଆରାଧନା କରି ଆରୋଗ୍ୟ ଲାଭ କରିଥିଲେ ।

ସେହିଦିନଠାରୁ ଏହି ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ନାମରେ ପ୍ରସିଦ୍ଧ । ପୌରାଣିକ ମତରେ ସତ୍ୟଯୁଗରେ ଦକ୍ଷଜାମାତା ସୋମ ଅଭିଶାପରୁ ମୁକ୍ତିପାଇବା ପରେ ପ୍ରଥମେ ସୁନାରେ ମନ୍ଦିର ନିର୍ମାଣ କରିଥିଲେ । ତ୍ରେତୟା ଯୁଗରେ ରାବଣ ଏହି ମନ୍ଦିରକୁ ରୁପାରେ ଓ ଦ୍ୱାପର ଯୁଗରେଶ୍ରୀକୃଷ୍ଣ ସୋମନାଥଙ୍କ ମନ୍ଦିର ଚନ୍ଦନକାଠରେ ତିଆରି କରିଥିଲେ ।


୬- ଷଷ୍ଠ ରେ ହେଉଛି ଜ୍ୱାଳା ମୁଖୀ ଦେବୀ ମନ୍ଦିର । ତେବେ ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର । ଯେଉଁଠି କେଉଁ କେଉଁ କାଳରୁ ରହସ୍ୟମୟ ଭାବେ ଏକ ଅଗ୍ନିଶିଖା ଏପର୍ଯ୍ୟନ୍ତ ଜଳୁଛି । କୁହାଯାଏ ଏହି ଅଗ୍ନୀଶିଖା ହେଉଛି ମାତା ସତୀଙ୍କର ଜିହ୍ଵା । ବିଶ୍ୱାସ ଅନୁସାରେ ଦେବଦେବ ମହାଦେବ ମାତା ସତୀଙ୍କ ମୃତ ଶରୀର ଧରି ତାଣ୍ଡବ ନୃତ୍ୟ କରିବା ସମୟରେ ମାତା ସତୀଙ୍କର ଶରୀରର ବିଭିନ୍ନ ଅଶଂ ଭାରତର ଅନେକ ସ୍ଥାନରେ ପଡ଼ିଥିଲା ।

ଅାଉ କାଙ୍ଗ୍ରାର ଏହି ସ୍ଥାନରେ ମାତା ସତୀଙ୍କର ଜିହ୍ଵା ପଡ଼ିଥିଲା । ତେବେ ସେହି ଜ୍ୱାହା ଅଗ୍ନୀ ସ୍ୱରୁପା ଭାବରେ ଏଠାରେ ଅାବିର୍ଭୁତ ହୋଇ ଉପାସିତ ହେଉଛନ୍ତି । ଭାବନ୍ତୁ ପୁଣି ପ୍ରକୃତିର ଅାଉ ଏକ ରହସ୍ୟରେ ଯୋଡ଼ି ହୋଇଗଲା ଇଶ୍ୱରୀୟ ସତ୍ତାର ଉପସ୍ଥିତି । ଏହି ଅଗ୍ନୀଶିଖା ଯେତେ ପ୍ରାକୃତିକ ବିପର୍ଯ୍ୟୟ ହେଲେ ମଧ୍ୟ କେବେ ଲିଭି ନାହିଁ । ଅାହୁରି ବିଶ୍ୱାସ ରହିଛି ଯେ ମହାଭାରତର ବର୍ଣ୍ଣନା ଅନୁସାରେ ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯେଉଁଠାରେ ଏଭଳି ଅଗ୍ନୀ ଶିଖା ପ୍ରଜ୍ୱଳିତ ହୋଇ ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *