ଆମେରିକାରେ ପ୍ରଥମ ଥର ଭାରତ କରିଦେଲା ଏମିତି ଖେଳ… ଯାହା ଆଗରୁ କେବେ ବି ହୋଇ ନଥିଲା, ସାରା ଦୁନିଆ ହେଉଛି ଆଶ୍ଚର୍ଯ୍ୟ !

ବନ୍ଧୁଗଣ ଆମେରିକାରେ ଏକ ଏପରି ଘଟଣା ଘଟିଛି ଯାହା ଦୁନିଆକୁ ଦେଖାଇ ଦେଇଛି ଭାରତର ଶକ୍ତି କେତେ । ଏକ କାର୍ଯ୍ୟକ୍ରମ ଯାହାକୁ ପୁରା ଦୁନିଆ ଦେଖୁଥିଲା ସେଥିରେ ଆମେରିକା ଓ ୟୁରୋପୀୟ ଦେଶ ଗୁଡିକୁ ଭାରତ ଆଇନା ଦେଖାଇ ଦେଇଛି । ଭାରତର ବିଦେଶ ମନ୍ତ୍ରୀ ଏସ.ଜେ ଶଙ୍କର ଏକ ଏମିତି ବୟାନ ଦେଇଛନ୍ତି ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଆଶ୍ଚର୍ଯ୍ୟ ହେବାର କାରଣ ହେଉଛି ଭାରତ ଆମେରିକାକୁ ଯାଇ ପଶ୍ଚିମ ଦେଶ ଗୁଡିକୁ ବେଜିତ କରିଦେଇଛି । ଆମେରିକାର ରାଷ୍ଟ୍ରପତି ଜୋ, ବାଇଡନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା ହେବା ବେଳେ କହିଥିଲେ ଯେ, ଋଷ ଠାରୁ ତେଲ କିଣିବା ଭାରତ ପାଇଁ ହିତ ନୁହେଁ । ଏବେ ଏହାର ଜବାବ ଭାରତର ବିଦେଶ ମନ୍ତ୍ରୀ ଏସ.ଜେ ଶଙ୍କର ଦେଇଛନ୍ତି ।

ଏସ.ଜେ ଶଙ୍କର କହିଛନ୍ତି, ଭାରତ ଋଷ ଠାରୁ ଯେତିକି ତେଲ ଏକ ମାସରେ କିଣେ ସେତିକି ତେଲ ୟୁରୋପୀୟ ଦେଶ ଗୁଡିକ ମାତ୍ର କିଛି ଘଣ୍ଟା ମଧ୍ୟରେ କିଣି ନିଅନ୍ତି ।ଏସ.ଜେ ଶଙ୍କର କହିଛନ୍ତି, ଯଦି ଆପଣ ଋଷ ଠାରୁ ତେଲ କିଣିବାର ପ୍ରସଙ୍ଗ ଉଠାଉ ଛନ୍ତି ତା ହେଲେ ଟିକେ ୟୁରୋପୀୟ ଦେଶ ଗୁଡିକ ଉପରେ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ଗତ କିଛି ଦିନ ତଳେ ଋଷର ସୁରକ୍ଷା କାଉନ୍ସିଲର ଡିପ୍ଟି ସେକ୍ରେଟେରୀ ମିଖାଇଲ ଓପୋବ ଏକ ଏମିତି ଦାବି କରିଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ସେକ୍ରେଟେରୀ ମିଖାଇଲ ଓପୋବ କହିଥିଲେ, ୟୁକ୍ରେନ ଯୁଦ୍ଧ ସମୟରେ ଆମେରିକା ଋଷ ଠାରୁ ୪୩ ପ୍ରତିଶତ ଅଧିକ ତେଲ କିଣିଛି । ଏହା ପୂର୍ବରୁ ମଧ୍ୟ ଏକ ସଭାରେ ଏସ.ଜେ ଶଙ୍କର ପଶ୍ଚିମ ଦେଶ ଗୁଡିକ ଋଷ ଠାରୁ ତେଲ କିଣିବା କଥା କହିଥିଲେ । ସେ କହିଥିଲେ ଫେବୃୟାରିରେ ଯୁଦ୍ଧ ଆରମ୍ଭ ହେବା ପରେ ମାର୍ଚ୍ଚରେ ୟୁରୋପ ଋଷ ଠାରୁ ୧୫ ପ୍ରତିଶତ ଅଧିକ ତେଲ କିଣି ଥିଲା ।

ଯଦି ଆପଣ ଋଷର ତେଲ ଓ ଗ୍ୟାସର ପ୍ରମୁଖ କଷ୍ଟମର ମାନଙ୍କୁ ଦେଖିବେ ତା ହେଲେ ଏଥିରେ ଅଧିକାଂଶ ୟୁରୋପୀୟ ଦେଶ ଗୁଡିକ ସାମିଲ ଅଛନ୍ତି । ବନ୍ଧୁଗଣ ଏସ.ଜେ ଶଙ୍କରଙ୍କ ଏହି ବୟାନଟି ସାରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *