ଭାରତ ନାମ ନେଇ କାନ୍ଦିଲେ ପାକିସ୍ତାନ ପିଏମ ଇମରାନ ଖାନ, କିନ୍ତୁ କାହିଁକି ? ଦେଖନ୍ତୁ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୧୨ରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଋଷ ଓ ୟୁକ୍ରେନ ଯୁଦ୍ଧର ଏକ ଖାତାକୁ ନେଇ ଭଡକି ଯାଇଛନ୍ତି ।

ଏହା ସହ ସେ ଭାରତର ନାମ ନେଇ କାନ୍ଦୁ ଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ଇମରାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଇମରାନ ଜନସାଧାରଣଙ୍କ ସାମ୍ନାରେ ରହି କହୁଛନ୍ତି ଯେ, ତାଙ୍କୁ ୟୁରୋପୀୟ ୟୂନିଅନର ଏମ୍ବାସେଟର ତାଙ୍କୁ ଏକ ଚିଠି ଦେଇଥିଲେ । ସେହି ଚିଠିରେ ଲେଖା ହୋଇଥିଲା ଯେ, ଇମରାନ ସଂଯୁକ୍ତ ରାଷ୍ଟ୍ରଙ୍କ ସହ ଋଷ ବିରୋଧରେ ଭୋଟ କରନ୍ତୁ ଓ ୟୁକ୍ରେନ କୁ ସପୋର୍ଟ କରନ୍ତୁ ।

ଇମରାନଙ୍କୁ ଲାଗିଲା ୟୁରୋପୀୟ ୟୂନିଅନ ଏମ୍ବାସେଟର ତାଙ୍କୁ ଚିଠି ଲେଖି ତାଙ୍କର ଅପମାନ କରିଛନ୍ତି । ଇମରାନ କହିଛନ୍ତି, ଆପଣ ମୋତେ ଯେମିତି ଚିଠି ଲେଖିଛନ୍ତି ସେମିତି ଭାରତକୁ ଲେଖୁ ନାହାନ୍ତି କାହିଁକି । ବନ୍ଧୁଗଣ ଏହା ସହ ସେ କାଶ୍ମୀର ବିଷୟରେ ମଧ୍ୟ କହିଛନ୍ତି ।

ଇମରାନ କହିଛନ୍ତି ଯେ, କଣ ମିଳିଛି ପାକିସ୍ତାନକୁ ୮୦ ହଜାର ପାକିସ୍ତାନୀ ଲୋକଙ୍କର ଜୀବନ ଯାଇଛି । ଆମ ଦେଶରେ ୧୦୦ ଆରବ ଡଲାର ଠାରୁ ଅଧିକ ଘାଟା ହୋଇଛି । ୟୁରୋପୀୟ ଦେଶ ଗୁଡିକ ଆମକୁ ଧନ୍ୟବାଦ ବି କହି ନାହାନ୍ତି । ଯେତେବେଳେ କାଶ୍ମୀରରେ ଭାରତ ଇଣ୍ଟରନାସନାଲ ଆଇନ ଭଙ୍ଗ କଲା ସେତେବେଳେ କଣ ଆପଣ ମାନେ ଭାରତ ସହ ସମ୍ପର୍କ ଭାଙ୍ଗି ଦେଲେ ।

ଆମେ କଣ ଗୁଲାମ ହେଇଛୁ ଆପଣ ଯାହା କହିବେ ଆମେ କରିବୁ । ସଂଯୁକ୍ତ ରାଷ୍ଟ୍ରର ଭୋଟ ସମୟରେ ଭାରତ ଭଳି ଚୀନ ଓ ପାକିସ୍ତାନ ଭୋଟ ଦେଇ ନଥିଲେ । ସେଥିପାଇଁ ୟୁରୋପୀୟ ୟୂନିଅନର ଏମ୍ବାସେଟର ଇମରାନଙ୍କୁ ଚିଠି ଲେଖିଥିଲେ । ସେହି ଚିଠିକୁ ପଢି ଇମରାନ ଏଭଳି ଭାବରେ ଭଡକି ଯାଇଥିଲେ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *