Rishabh Pant ଓ Karthik ଙ୍କ ଚମତ୍କାର ପାଇଁ ଚତୁର୍ଥ T20 ଏମିତି ଜିତିଲା ଭାରତ, ଦେଖନ୍ତୁ Highlights Video

ବନ୍ଧୁଗଣ ରିସବ ପନ୍ଥଙ୍କ ଗଜବ ନିଷ୍ପତ୍ତି, ଚହଲଙ୍କ ଜବରଦସ୍ତ ବୋଲିଂ ଆଉ ହର୍ସାଲ ପଟେଲଙ୍କ ଚମତ୍କାରରେ କେମିତି ଭାରତୀୟ କ୍ରିକେଟ ଟିମ ସାଉଥ ଆଫ୍ରିକାକୁ ଧୁଳି ଚଖେଇଲା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ବନ୍ଧୁଗଣ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ହେଉଥିବା 5ଟି ଟି20 ମୁକବାଲା ସିରିଜ ଏବେ ବହୁତ ରୋମାଞ୍ଚକ ମୋଡରେ ଆସିଯାଇଛି । ଏହି ସିରିଜରେ ଗୋଟିଏ ମ୍ୟାଚ ଭାରତୀୟ କ୍ରିକେଟ ଟିମ ଜିତିଥିଲା ହେଲେ ରାଜକୋଟରେ ଇତିହାସ ରଚା ହେଲା ।

ରାଜକୋଟର ମଇଦାନରେ ଆଶା ଥିଲା ଭାରତୀୟ ଟିମ ଜିତିବ । ଯେତେବେଳେ ଭାରତୀୟ ଟିମ ରାଜକୋଟ ମଇଦାନକୁ ଓଲହାଇଲେ ପନ୍ଥ ଟସ ହାରିଗଲେ । ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିଲା ଆଉ ଏହା ପରେ ଇଶାନ କିଶାନ ବି 27 ରନ୍ ରେ ଆଉଟ ହେଇଗଲେ । ଆଶା ଭାଙ୍ଗିଗଲା ଯେତେବେଳେ ପନ୍ଥ ବି ମାତ୍ର 23 ରନ୍ ରେ ଆଉଟ ହେଇଗଲେ ।

ଏହା ପରେ ପାଣ୍ଡିଆ ଆସୁ ଆସୁ ଦୁଇଟି ଛକା ମାରିଦେଲେ । ପାଣ୍ଡିଆ ଦେଖୁ ଦେଖୁ 31ଟି ବଲରେ 46 ରନ୍ କରିଦେଲେ । ହେଲେ ଅସଲି ମଜା ଆସିଲା ଦିନେଶ କାର୍ତ୍ତିକଙ୍କୁ ଦେଖି । ପାଣ୍ଡିଆ ଆଉ କାର୍ତ୍ତିକ ଯାହା କରିଲେ ତାହା ଅତ୍ୟନ୍ତ ପ୍ରଶଂସନୀୟ । ଦିନେଶ କାର୍ତ୍ତିକ 27ଟି ବଲରେ 55 ରନ୍ କରିଦେଲେ । ଏମିତିରେ ଭାରତୀୟ ଟିମ 169 ରନ୍ ର କରିଦେଲା ଆଉ ସାଉଥ ଆଫ୍ରିକା ଜିତିବା ପାଇଁ 170 ରନ୍ ର ଟାର୍ଗେଟ ରଖାଗଲା ।

ଏହା ପରେ ଭାରତୀୟ ଟିମର ଦିଗଜ ବୋଲର ହର୍ଶଲ ପଟେଲ ସାଉଥ ଆଫ୍ରିକାର ଡ଼ିଙ୍କକକୁ 14 ରନ୍ ରେ ଆଉଟ କରିଦେଲେ । ଏହା ପରେ ଆବେସ ପ୍ରିଟୋରିଆଲକୁ 0 ରନ୍ ରେ ଆଉଟ କରିଲେ । 9 ଓଭର ହେବା ପରେ ପନ୍ଥ ଚହଲ ସହ ମିଶି ରଣନୀତି କରିଲେ ।

ଚହଲ ସାଉଥ ଆଫ୍ରିକାର ଦିଗଜ ବ୍ୟାଟ୍ସ ମ୍ୟାନ କ୍ଲାସିନକୁ ଆଉଟ କରିଦେଲେ । ସାଉଥ ଆଫ୍ରିକାର ସମସ୍ତ ଖେଳାଳି 20 ରନ୍ ରୁ ଅଧିକ କରିପାରିଲା ନାହିଁ । ଏହା ପରେ ସଂପୂର୍ଣ୍ଣ ସାଉଥ ଆଫ୍ରିକା ଟିମ 87 ରନ୍ ରେ ଅଲ ଆଉଟ ହେଇଗଲେ ଆଉ ଆମ ଟିମ 82 ରନ୍ ମେଜୋରିଟିରେ ଜିତିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଗତ କାଲିର ମ୍ୟାଚ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *