ଭାରତର ଶେଷ ରାସ୍ତା ଭୂତ କୋଠି କାହିଁକି ? Story Of Dhanushkodi

ନମସ୍କାର ବନ୍ଧୁଗଣ ତେବେ ଆମ ଦେଶ ରେ ଏପରି କିଛି ସ୍ଥାନ ରହିଛି ଯାହା ବିଷୟ ରେ ହୁଏତ କିଛି ଲୋକ ଜାଣି ନଥିବେ । ସେହି ଭଳି ଏକ ସ୍ଥାନ ହେଉଛି ଧନୁଷ କୋଢ଼ି । ତାମିଲ ନାଡୁର ସମୁଦ୍ର କୂଳରେ ଏହି ସ୍ଥାନ ଅବସ୍ଥିତ । ଏଠାରେ ଏକ ରାସ୍ତା ରହିଛି ଯାହାକୁ ଦେଶ ର ଶେଷ ରାସ୍ତା ବୋଲି କୁହାଯାଏ । ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ ଦେଖାଯାଏ । କାରଣ ଧନୁଷ କୋଢି ରୁ ଶ୍ରୀଲଙ୍କା ର ଦୂରତା ମାତ୍ର ୨୪ କିମି ।

ତାମିଲନାଡୁ ର ରାମେଶ୍ୱର ଠାରୁ ଅଠର କିମି ଆଗକୁ ଯିବା ପରେ ସମୁଦ୍ର ମଝିରେ ଏକ ପତଳା ରାସ୍ତା ଯାଇଛି ଯାହାକୁ ଧନୁଷ କୋଢି ବୋଲି କୁହାଯାଏ । ଏହା ସହ ହିନ୍ଦୁ ଧର୍ମ ର ମାନ୍ୟତା ଅନୁସାରେ ଭଗବାନ ଶ୍ରୀ ରାମ ଚନ୍ଦ୍ର ଏହିଠାରେ ରାମ ସେତୁ ନିର୍ମାଣ କରିଥିଲେ । ଯାହାର ପ୍ରମାଣ ସାଟେଲାଇଟ ଚିତ୍ର ରୁ ସାମ୍ନା କୁ ଆସିଛି । ଏହା ତ ଥିଲା ହଜାର ବର୍ଷ ର ଧନୁଷ କୋଢି ର ଇତିହାସ ହେଲେ ଏହି ଧନୁଷ କୋଢି ର ଆଉ ଏକ ଇତିହାସ ମଧ୍ୟ ରହିଛି ।

ଯାହା ମାତ୍ର ୫୬ ବର୍ଷ ପୁରୁଣା । ତେବେ ଅସନ୍ତୁ ଜାଣିନେବା ସେହି ଇତିହାସ ବିଷୟ ରେ । ଦିନ ଥିଲା ଧନୁଷ କୋଢି ଏକ ଗାଁ ଥିଲା ଯେଉଁଠି ଦୋକାନ ବଜାର ସହ ଷ୍ଟେସନ, ହୋଟେଲ ଏବଂ ପୋଷ୍ଟ ଅଫିସ ଆଦି ମଧ୍ୟ ରହିଛି । ୧୯୧୪ ମସିହାରେ ଏହି ସ୍ଥାନ କୁ ଇଂରେଜ ମାନେ ବନ୍ଦର ଭାବରେ ବିକଶିତ କରିଥିଲେ । ପରେ ଏହା ପର୍ଯ୍ୟଟକଙ୍କ ପାଇଁ ଜନ ଗହଳି ପୂର୍ଣ୍ଣ ସହର ପାଲଟି ଯାଇଥିଲା ।

ହେଲେ ୧୯୬୪ ମସିହାରେ ଆସିଥିବା ବାତ୍ୟା ଏହି ସ୍ଥାନ କୁ ଧ୍ୱଂସ କରି ରଖି ଦେଇଥିଲା । ଏହି ବାତ୍ୟା ରେ ଧନୁଷ କୋଢି ରେ ୧୮୦୦ ରୁ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇ ଥିଲେ । ଏହା ସହ ୧୦୦ ରୁ ଅଧିକ ଯାତ୍ରୀ ଙ୍କୁ ନେଇ ଯାଉଥିବା ଟ୍ରେନ ମଧ୍ୟ ଓ-ଲ-ଟି ଯାଇଥିଲା । ତେବେ ସେବେଠାରୁ ଏହି ସ୍ଥାନ ଶୁନ ଶାନ ହୋଇଯାଇଥିଲା । ବର୍ତ୍ତମାନ ଏହି ସ୍ଥାନ କୁ ଭୂତ କୋଠି ବୋଲି କୁହାଯାଉଛି । ରାତି ହେଲେ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶ ନି-ଷେ-ଧ କରି ଦିଆଯାଇଛି ।

ଏହି ସ୍ଥାନରେ ବର୍ତ୍ତମାନ ୪୦୦ ମାଛ ଧରାଳି ର ପରିବାର ବାସ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ପାଖରେ ପାଣି, ଶୌଚାଳୟ, ବିଜୁଳି ଆଦି ପହଁଚି ପାରି ନାହିଁ । ଏହି ସ୍ଥାନରେ ଅନେକ ପ୍ରଭୁ ଶ୍ରୀ ରାମ ଙ୍କ ମନ୍ଦିର ରହିଛି । କୁହାଯାଏ କି ରାମ ଚନ୍ଦ୍ର ନିଜ ଧନୁରେ ସେତୁ ଭାଙ୍ଗି ଥିବାରୁ ଏହାର ନାମ ଧନୁଷ କୋଢି ।

ବର୍ତ୍ତମାନ ଏହି ରାମ ସେତୁ ରେ ରହସ୍ୟ ଖୋଜିବା ପାଇଁ ଆଗକୁ ଆସିଛନ୍ତି ସରକାର । ତେବେ କିଏ ଏବଂ କେବେ ଏହି ସେତୁ ବାନ୍ଧିଥିଲେ ଏହା ଛଡା ଏହି ସେତୁ ସହ ଆମର ଧାର୍ମିକ ଏବଂ ବୈଜ୍ଞାନିକ ସମତ ରହିଥିବାରୁ ଏହାର ରହସ୍ୟ ବିଷୟ ରେ କେବଳ ଜାଣିବାର ଉତକଣ୍ଠ ଆହୁରି ବଢିଯାଉଛି ।

Leave a Reply

Your email address will not be published. Required fields are marked *