ଯୁଦ୍ଧ ମଶୟରେ ଭାରତର ଏହି ନିଷ୍ପତ୍ତି ପାଇଁ ପୁରା ଦୁନିଆରେ ମଚିଗଲା ହଲଚଲ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ୟୁକ୍ରେନ ଉପରେ ଆକ୍ରମଣ କରିଥିବା ରୁଷ ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଯୁଦ୍ଧର ଆଭିମୁଖ୍ୟ ଗ୍ରହଣ କରୁଥିବା ଜଣାପଡିଛି । ମଙ୍ଗଳବାର ଦିନ ରୁଷ୍ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ ଉପରେ ଆକ୍ରମଣ କରିଥିଲା । କେବଳ ଏତିକି ନୁହେଁ ଖାର୍କିଭ ସହରର ପ୍ରଶାସନିକ ଭବନକୁ ମାତ୍ର ଦୁଇ ସେକେଣ୍ଡ ମଧ୍ୟରେ କ୍ଷେପଣାସ୍ତ୍ର ଆକ୍ରମଣ ଦ୍ୱାରା ଧ୍ୱଂସ କରିଦେଇଥିଲା ରୁଷ୍ ।


ତେବେ ବିଲଡିଂ ଉପରେ କ୍ଷେପଣାସ୍ତ୍ର ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଯୁଦ୍ଧର ନିୟମ ଏବଂ ମାନବିକ ଅଧିକାର ଭୁଲିଯାଇ ରୁଷର ସେନା ଦ୍ୱାରା ୟୁକ୍ରେନର ପ୍ରଶାସନିକ ଏବଂ ଆବାସିକ କୋଠା ଉପରେ ମଧ୍ୟ ଆକ୍ରମଣ କରାଯାଉଛି । ତେବେ ତେବେ ଖାର୍କିଭଙ୍କ ବ୍ୟତୀତ ରୁଷର ସେନା ମଧ୍ୟ ୟୁକ୍ରେନର ରାଜଧାନୀ କିଭ୍ ଅବରୋଧ କରିବାରେ ଲାଗିଛନ୍ତି ।

କୁହାଯାଉଛି ଯେ ୟୁକ୍ରେନର ରାଜଧାନୀ ଉପରେ ରୁଷ ଦ୍ୱାରା ଯେକୌଣସି ସମୟରେ ଆକ୍ରମଣ କରା ଯାଇପାରେ । ତେବେ ଏହା ଭିତରେ ବର୍ତ୍ତମାନ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି । ତେବେ ଭାରତରେ ହେବାକୁ ଥିବା ଏସିଆ ମହାଦେଶର ସର୍ବବୃହତ ସାମରିକ ପ୍ରଦର୍ଶନୀ ତଥା ଡିଫେନ୍ସ ଏକ୍ସପୋ-୨୦୨୨କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଘୁଞ୍ଚାଇ ଦିଆଯାଇଛି । ଆଜି ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ।


ତେବେ ଏହି ମେଗା ସାମରିକ ପ୍ରଦର୍ଶନୀ ଆସନ୍ତା ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗର ଅନୁଷ୍ଠିତ ହୋଇଥାନ୍ତା । ତେବେ ଲଜିଷ୍ଟିକ୍ ସମସ୍ୟା କାରଣରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ଘୁଞ୍ଚାଇଛନ୍ତି । ଏଥିସହ କେଉଁ ତାରିଖରୁ ପୁଣି ଏହା ଅନୁଷ୍ଠିତ ହେବ ଏନେଇ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି । ତେବେ ଏହି ୧୨ତମ ଡିଫେନ୍ସ ଏକ୍ସପୋରେ ଏସିଆ ମହାଦେଶର ବହୁତ ରାଷ୍ଟ୍ର ଯୋଗ ଦେଇଥାନ୍ତେ ।


ସେହିଭଳି ଏଥିରେ ୯୩୦ ଅଂଶଗ୍ରହଣକାରୀ ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ କରିଥିଲେ । ଏଥିସହ କିଛି ଦିନ ତଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଏକ୍ସପୋ ର ପ୍ରସ୍ତୁତି ନେଇ ବୈଠକ କରିଥିଲେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *