ବାହାନଗା ହାଇ ସ୍କୁଲକୁ ନେଇ ଭୟ କରୁଛନ୍ତି ପିଲାମାନେ , ଭଙ୍ଗା ହେବ ବାହାନଗା ବିଦ୍ୟାଳୟ, Balasore Train Accident

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଭଙ୍ଗା ହେବ ବାହାନଗା ସ୍କୁଲ। ବାହାନଗା ହାଇ ସ୍କୁଲ ସତୁରୀ  ବର୍ଷ ପୁରୁଣା ସ୍କୁଲ ଅଟେ । ଦର୍ଶକବନ୍ଧୁ ଏହା ସେହି ସ୍କୁଲ ଅଟେ ଯେଉଁଠି କି ଶହ ଶହ ଲୋକମାନଙ୍କ ଶବକୁ ରଖାଯାଇଥିଲା । ବିଦ୍ୟାଳୟ ସଂପୂର୍ଣ୍ଣ ରକ୍ତରେ ବିଜିଯାଇ ଏବେ ଦୁର୍ଗନ୍ଧରେ ଭରିରହିଛି । ତେବେ ସ୍କୁଲରେ ମୃତଦେହ ଗୁଡାକୁ ରଖାଯିବା କାରଣରୁ ରାତିରେ ଭୟଙ୍କର ଶବ୍ଦ ଏବଂ ଭୟର ବାର୍ତ୍ତାବରଣ ଦେଖିବାକୁ ମିଳିଥିଲା ।

କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ମୃତ୍ୟୁର ନିଦ୍ରାରେ ଶୋଇଥିବା ଲୋକେ ରାତି ପାହିଲେ  କୁଆଡେ ଉଦ୍ଧାର କରିବାକୁ ଡାକୁଛନ୍ତି । ତେଣୁ ସ୍ଥାନୀୟ ଲୋକେ ସ୍କୁଲ ଆଖପାଖକୁ ଯିବାକୁ ଆଦୌ ପସନ୍ଦ କରୁନାହାଁନ୍ତି ଏବଂ ସେମାନଙ୍କ ପିଲାମାନଙ୍କୁ ମଧ୍ୟ ସ୍କୁଲ ଛାଡିବାକୁ ଇଛା କରୁନାହାଁନ୍ତୁ । ଯେହେତୁ ସାନ ସାନ ପିଲାମାନେ ମଧ୍ୟ ସେହିଁ ଦୃଶ୍ୟ କୁ ସ୍ଵଚକ୍ଷୁରେ ଦେଖିଛନ୍ତି ତେଣୁ ପୁଣି ଥରେ ସ୍କୁଲ ଯିବା ଅସମ୍ଭବ ହେଉଛି ।

ଯଦି ସ୍କୁଲ ଭଙ୍ଗା ହେବ ଏବଂ ସମସ୍ତ ବିଷୟ ନୂତନୀକରଣ ହୋଇ ପୂଜା ଶାନ୍ତି ହୋମ ହୁଏ ତେବେ ପିଲାମାନେ ଯିବେ ବୋଲି ସ୍କୁଲ କର୍ତ୍ତୁପକ୍ଷକୁ ଅଭିଯୋଗ କରିଥିବା କାରଣରୁ ଜିଲ୍ଲାପାଳ ନିଜେ ସ୍କୁଲ ପରୀକ୍ଷଣ ପାଇଁ ଆସିଥିଲେ । ସ୍କୁଲ ପରିଚାଳନା କମିଟି ଏବଂ ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସ୍କୁଲର ପୁନରନର୍ମାଣ କରିବେ ବୋଲି ନିର୍ଦେଶ ଜାରି କରିଛନ୍ତି ।

ଏବେ ଗ୍ରୀଷ୍ମ ଛୁଟି ଚାଲିଥିବା ହେତୁ ପିଲାମାନେ ଘରେ ରହି ପାଠପଢୁଛନ୍ତି । ମାତ୍ର ଛୁଟି ସରୁ ସରୁ ପିଲାମାନେ ବାହାନଗା ସ୍କୁଲକୁ ଯିବାକୁ ଡରୁଛନ୍ତି । ତେଣୁ କରି ସ୍କୁଲ ନୂତନୀକରଣ କାମ ଆରମ୍ଭ କରିବା ସହ ସଠିକ ବା ଯେତେ ସମ୍ଭବ ଶୀଘ୍ର କାମ ସମାପ୍ତ କରିବା ପାଇଁ କହିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରେୟ ଭଉସାହେବ ସିନ୍ଦେ । ସ୍କୁଲର ପୁରୁଣା ଜିନିଷ କୁ ହଟାଇ ନୂତନ ଜିନିଷ ରଖାଯାଇ ସଂପୂର୍ଣ୍ଣ ବଦଳାଇବା ପାଇଁ ଆଶ୍ଵାସନା ଦେଇଛନ୍ତି ଜିଲ୍ଲାପାଳ ମହାଦୋୟ ।

ତେବେ ସ୍କୁଲ ଭଙ୍ଗା ଯିବା ଭଳି ଅନ୍ଧବିଶ୍ଵାସ ବୋଲି କିଛି ଲୋକେ କହୁଥିବା ବେଳେ ଲୋକମାନଙ୍କ ନିମନ୍ତେ ଏହା କରିବା ଉଚିତ୍ କହୁଛନ୍ତି ଆଉ କେତେକ । ତେବେ ଏହି ଖବରକୁ ଆପଣମାନଙ୍କ ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରିବାକୁ ଭୁଲିବେ ନାହିଁ । 

Leave a Reply

Your email address will not be published. Required fields are marked *