ରାସ୍ତା ମଝିରେ ବଞ୍ଚାଅ ବଞ୍ଚାଅ ଚିଲେଇଲେ Prakruti…’ଭାଇ ପ୍ଳିଜ ମତେ ବଞ୍ଚାଅ, ମତେ ବାବୁଶାନ୍ ଙ୍କ ପତ୍ନୀଠୁ ରକ୍ଷା କର …’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ପ୍ରସିଦ୍ଧ ଅଭିନେତା ତଥା ଉତ୍ତମ ମହାନ୍ତି ଏବଂ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ବାବୁଶାନ ମହାନ୍ତି । ତେବେ ବାବୁଶାନ କିଛି ବର୍ଷ ପୂର୍ବରୁ ତୃପ୍ତିଙ୍କୁ ବିବାହ କରିଥିଲେ । ଏବଂ ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ଅଛି । କିନ୍ତୁ ଗତ ୩ବର୍ଷ ହେବ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଫାଟ । ଏହାର କାରଣ ହେଉଛି ପ୍ରକୃତି ମିଶ୍ର ।

ବାବୁଶାନଙ୍କ ଧର୍ମପତ୍ନୀ ତୃପ୍ତି ଙ୍କ କହିବା ଅନୁସାରେ ୩ ବର୍ଷ ହେବ ତାଙ୍କ ସହିତ ବାବୁଶାନ ଭଲ ସମ୍ପର୍କ ରଖି ନାହାଁନ୍ତି କି ତାଙ୍କର କୌଣସି କଥା ବୁଝୁନାହାଁନ୍ତି । ଏବଂ ଏହାକୁ ନେଇ ତୃପି ସନ୍ଦେହ କରିଥିଲେ । ଏବଂ ଏହାପରେ ଘରକୁ ଠିକରେ ନ ଆସି ଦୂରେଇ ଦୂରେଇ ରହୁଥିଲେ ବାହାରେ ବାବୁଶାନ । ଏହାକୁ ନେଇ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଭୀଷଣ ଝଗଡା ।

ତେବେ କିଛି ଏଭଳି ଘଟଣାରୁ ତୃପ୍ତିଙ୍କର ସନ୍ଦେହ ଆସିଥିଲା ବାବୁଶାନ ଙ୍କ ଉପରେ ଏବଂ ସେ କିଛି ଲୋକଙ୍କ ଠାରୁ ସୁରାଗ ପାଇ ଆଜି ପହଞ୍ଚିଯାଇଥିଲେ ବାବୁଶାନଙ୍କ କାର ପାଖରେ ।ଏହା ପରେ ସେଠାରେ ସେ ଦେଖିବାକୁ ପାଇଥିଲେ ତାଙ୍କ ବାନ୍ଧବୀ ପ୍ରକୃତି ମିଶ୍ରଙ୍କୁ । ତେବେ ତୃପ୍ତିଙ୍କର କହିବା ଅନୁଯାୟୀ ପ୍ରକୃତି ମିଶ୍ର ତାଙ୍କର ସୁନାର ସଂସାରକୁ ଭାଙ୍ଗିଛନ୍ତି ।

କାର ଭିତରେ ପଶି ତୃପ୍ତି ପ୍ରକୃତି ମିଶ୍ରଙ୍କ ଚୁଟିକୁ ଏଭଳି ଭାବରେ ଭିଡି ଧରିଲେ ଯେ ଛାଡିବାର ନାମ ଧରୁନଥିଲେ । ପ୍ରକୃତି ମିଶ୍ର ସେଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନଙ୍କୁ କହୁଥାନ୍ତି ଯେ ଭାଇ ଟିକେ ରକ୍ଷା କର ମତେ । ଏହାପରେ ତାଙ୍କ ପାଖରେ ଜଣେ ବ୍ୟକ୍ତି ସେଲଫି ନେଉଥିଲେ ସେ କହିଲେ ଭାଇ ନା ଗାଈ ? କିଛି ଭାଇ ନୁହେଁ ।

ତେବେ ପ୍ରକୃତିଙ୍କ ଚୁଟି ଝିଙ୍କିବାରୁ ଏଭଳି କଷ୍ଟ ଅନୁଭବ ହେଲା ଯେ ସେ କହିଲେ ମତେ ବଞ୍ଚାଅ ! ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ଯେଉଁ ମାନଙ୍କ ଅଭିନୟ ସେମାନେ ଟିଭି ପରଦାରେ ଦେଖିବାକୁ ପାଉଥିଲେ ମାତ୍ର ଆଜି ରାଜରାସ୍ତାରେ ସତରେ ଦେଖିବାକୁ ପାଇଲେ ।

ତାହା ପୁଣି ଏଭଳି ଭାବରେ ଯେମିତି ସିରିୟଲ ତଥା ଫିଲ୍ମ ରେ ଏକ୍ସଟ୍ରା ଆଫାୟାରକୁ ନେଇ କୁହାଯାଇଥାଏ “ସ୍ଵାମୀ ସ୍ତ୍ରୀ ଏବଂ ସିଏ” ! ତେବେ ବନ୍ଧୁଗଣ ଏହିଭଳି ଦୃଶ୍ୟ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେବାକୁ ଲାଗିଛି ଯେଉଁଥିରେ ପ୍ରକୃତିଙ୍କୁ ଧୂମ ପିଟୁଛନ୍ତି ବାବୁଶାନଙ୍କ ପତ୍ନୀ ତୃପ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *