‘ଭାଇ ମୋ ଶଙ୍ଖା ସିନ୍ଦୁର ପୋଛିଦେଲା’ ନିଜ ଭାଇ ନାଁ ରେ କିଛି ଏମିତି ଅଭିଯୋଗ ଆଣିଲେ ଏହି ଭଉଣୀ, ଆଉ ଯାହା କହିଲେ ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ବନ୍ଧୁଗଣ ଏହି ଦୁନିଆରେ ଭାଇ ଭଉଣୀଙ୍କ ସମ୍ପର୍କ ସବୁଠାରୁ ଅଲଗା ହୋଇଥାଏ । ଭାଇ ଭଉଣୀ ସବୁଠାରୁ ଭଲ ସାଙ୍ଗ ହୋଇଥାନ୍ତି ଉଭୟ ପରସ୍ପରର ଦୁଃଖ ସୁଖରେ ଛିଡା ହୋଇଥାନ୍ତି । ହେଲେ ବର୍ତ୍ତମାନ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ବିଚଳିତ କରିଦେବ । ଜଣେ ଭାଇ ନିଜ ଭଉଣୀ ସିନ୍ଦୁରକୁ ପୋଛି ଦେଇଛି । ଭୁବନେଶ୍ଵରରେ ଏକ ହତ୍ୟା କାଣ୍ଡ ଘଟିଛି ଯେଉଁଠି ଜଣେ ଭାଇ ନିଜ ଭେଣେଇର ହତ୍ୟା କରି ଭଉଣୀକୁ ବିଧବା କରିଦେଇଛି ।

ଏହି ମାମଲାକୁ ନେଇ ଭଉଣୀ କହିଛନ୍ତି’ଏବେ ତ କହିବାକୁ ଗଲେ କିଛି ବି ଝଗଡା ହୋଇ ନାହିଁ । ଭାଇ ଓ ମୋ ସ୍ଵାମୀଙ୍କ ମଧ୍ୟରେ କୌଣସି ଝଗଡା ହୋଇ ନାହିଁ ହେଲେ ଭାଇ ଆଗରୁ ରାଗ ରଖିଛି ମାରିଛି । ସେ ଦୁଇଜଣ ବାହାରେ ଝଗଡା କରନ୍ତି ନା ନାହିଁ ତାହା ବି ମୁ ଜାଣି ନାହିଁ । ପୂର୍ବରୁ କେବଳ ମଦ ପିଇବା ପାଇଁ ଝଗଡା ହୋଇଥିଲା । ଭାଇ ସବୁବେଳେ ମୋ ସ୍ଵାମୀକୁ କୁହେ ତୁ ମଦ ପିଇ ନା’ ।

ଆଗକୁ ଭଉଣୀ କହିଛନ୍ତି’ଆଜି ବାପା ପୁଅ ଗାଁକୁ ଯାଇଥିଲେ ସକାଳେ ଯାଇଥିଲେ ସନ୍ଧ୍ୟାରେ ଫେରିଲେ । ମୋ ଭାଇ ବି ଘରେ ଦିନରେ ନଥିଲା । ସନ୍ଧ୍ୟା ବେଳେ ବାହାରକୁ ଯାଇଥିଲେ ଓ ସେତେବେଳେ ସେ ମଦ ପିଇ ଥିଲେ । ସ୍ଵାମୀ ଘରକୁ ଆସିଲେ ଆମେ ଖାଇଲୁ ପିଇଲୁ ଯେମିତି ରହିବା କଥା ରହିଲୁ । ହେଲେ ଭାଇ ରାତିରେ ହଠାତ ଆସି ସ୍ଵାମୀଙ୍କୁ ହାଣି ଦେଇ ପଳେଇଲା’ ।

ଆଗକୁ ଭଉଣୀ କହିଛନ୍ତି’ଗତ ଏକ ମାସ ହେବ ମୋ ସ୍ଵାମୀଙ୍କ ସହ ମୋର ଝଗଡା ଲାଗିଥିଲା ସେଥିପାଇଁ ମୁ ବାପଘରେ ଥିଲି । ହେଲେ ସପ୍ତାହ ପରେ ସେ ମୋତେ ଆସିଥିଲେ ନେବା ପାଇଁ’ । ବନ୍ଧୁଗଣ ଏଭଳି ଭାବରେ ଘଟଣାଟି ଘଟିଛି ଓ ମହିଳା ଜଣକ ବର୍ତ୍ତମାନ ଅସହାୟ ହୋଇପଡିଛନ୍ତି । ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *