ଏମିତି ଲୋକ ହୋଇଥାନ୍ତି ବହୁତ ଭାଗ୍ୟଶାଳି, ସବୁ କାର୍ଯ୍ୟରେ ମିଳିଥାଏ ସଫଳତା- Chanakya Niti

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟ ଙ୍କ ଦ୍ଵାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଯେଉଁଥିରେ କି ଜୀବନ କୁ ସୁଖୀ ଏବଂ ସଫଳ କରିବା ବିଷୟରେ ଲେଖା ହୋଇଛି । ଏହି ଗ୍ରନ୍ଥ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଚାଣକ୍ୟ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଥିଲେ । ଯାହାଙ୍କ ଦ୍ବାରା ଚନ୍ଦ୍ରଗୁପ୍ତମୋର୍ଯ୍ୟ ରାଜା ହୋଇପାରିଥିଲେ । ଜାଣନ୍ତୁ ଚାଣକ୍ୟ ଙ୍କର କିଛି ମହତ୍ତ୍ୱପୂର୍ଣ୍ଣ ନୀତି ଗୁଡିକ ବିଷୟରେ ଯାହା କି ଆପଣଙ୍କୁ ଜୀବନରେ ଅନେକ ପ୍ରକାର ସାହାଯ୍ୟ କରିପାରିବ । ଆଜି ଆମେ ଆପଣଙ୍କୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଅମୂଲ୍ୟ କଥା ଜଣାଇବାକୁ ଯାଉଛୁ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏପରି କିଛି ଲୋକ ଥାଆନ୍ତି ଯେଉଁମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଭାଗ୍ୟଶାଳୀ ଲୋକଙ୍କ ଠାରେ କିଛି ଲକ୍ଷଣ ଦେଖିବାକୁ ମିଳିଥାଏ । ଗରୁଡ଼ ଶାସ୍ତ୍ର ରେ ଏହି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ସେହି ଲକ୍ଷଣ ସମ୍ପର୍କରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ।

ବନ୍ଧୁଗଣ ପ୍ରଥମ ଲକ୍ଷଣ ଟି ହେଲା ଯେଉଁମାନେ ନିଜର ପରିବାର ର ଯତ୍ନ ନେଇଥାନ୍ତି ଓ ପରିବାର ସହିତ ଅଧିକ ସମୟ ଅତିବାହିତ କରିଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଦୁନିଆ ରେ ପରିବାର ଠାରୁ ବଡ଼ କେହି ହୋଇ ନ ଥାନ୍ତି । ତେଣୁ ପରିବାର ର ସବୁବେଳେ ଯତ୍ନ ନେବା ଉଚିତ ।

ଦ୍ଵିତୀୟ ରେ ଯେଉଁ ପୁରୁଷ ମାନେ ବହୁତ ଭଲ ଶ୍ରୋତା ହୋଇଥାନ୍ତି ବା କହିବା ଠାରୁ ଅଧିକ ଶୁଣିବାକୁ ପସନ୍ଦ କରିଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏହି ଲୋକମାନଙ୍କ ର ବୈବାହିକ ଜୀବନ ବହୁତ ଖୁସି ରେ କଟି ଥାଏ ।

ତୃତୀୟ ରେ ଯେଉଁ ବ୍ୟକ୍ତି ମାନେ ନିଜର ଗୁପ୍ତ କଥା କୁ ଗୋପନୀୟ ରଖିଥାନ୍ତି ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମାନେ ନିଜର ଗୁପ୍ତ କଥା କୁ ଅନ୍ୟ କାହା ଆଗରେ ପ୍ରକାଶ କରି ନ ଥାନ୍ତି ସେମାନେ ସ୍ଵଭାଵ ରେ ଓ ଭାଗ୍ୟ ରେ ବହୁତ ଧନୀ ହୋଇଥାନ୍ତି ।

ଚତୁର୍ଥ ଲକ୍ଷଣ ଟି ହେଉଛି ଯେଉଁ ବ୍ୟକ୍ତି ନିଜେ ପ୍ରଶଂସା ନିଜେ କରି ନ ଥାଏ ସେହି ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ନିଜେ ନିଜର ପ୍ରଶଂସା କରିବାକୁ ଶାସ୍ତ୍ର ରେ ଅହଂକାର ବୋଲି କୁହାଯାଇଥାଏ । ମନୁଷ୍ୟ ଭିତରେ ଅଂହ ଭାବ ରହିବା ବିଲକୁଲ ବି ଉଚିତ ନୁହେଁ । ଏହା ମନୁଷ୍ୟ କୁ ପ୍ରତ୍ୟେକ ସମୟ ରେ ତଳ ଆଡ଼କୁ ଟାଣି ଥାଏ ଯାହାଫଳରେ ମନୁଷ୍ୟ ସଫଳ ହୋଇ ପାରି ନ ଥାଏ ।

ପଞ୍ଚମ କଥା ଟି ହେଉଛି ଯେଉଁ ବ୍ୟକ୍ତି ସମସ୍ତ ଙ୍କୁ ପ୍ରେମ ଓ ଆଦର କରିଥାଏ ସେହି ବ୍ୟକ୍ତି ସଂସାର ର ସବୁଠାରୁ ବଡ଼ ଭାଗ୍ୟଶାଳୀ ବ୍ୟକ୍ତି ହୋଇଥାଏ । ସମସ୍ତ ଙ୍କୁ ପ୍ରେମ ଆଦର କରିବା ଦ୍ୱାରା ସମାଜ ରେ ଆପଣଙ୍କ ର କୌଣସି ଶତ୍ରୁ ରହି ନ ଥାଆନ୍ତି । ଯାହା ଦ୍ୱାରା ଆପଣଙ୍କ ଉପରେ କୌଣସି ବିପଦ ରହି ନ ଥାଏ ।

ଷଷ୍ଠ ଲକ୍ଷଣ ଟି ହେଉଛି ଯେଉଁ ବ୍ୟକ୍ତି ଧର୍ମ ର ମାର୍ଗ ରେ ରହି ଧନ ଉପାର୍ଜନ କରିଥାଏ । ଅର୍ଥାତ ଯେଉଁ ମାନେ କୌଣସି ଖରାପ କାର୍ଯ୍ୟ କରି ଟଙ୍କା ରୋଜଗାର କରି ନ ଥାନ୍ତି ସେହି ଭଳି ଲୋକ ମାନେ ବହୁତ ଭାଗ୍ୟ ଶାଳୀ ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *