ଜାଣନ୍ତୁ ଶ୍ରୀମଦ ଭାଗବତ ଗୀତା ର ଏହି 8 ଟି କଥା, ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ- Geeta Vani

ନମସ୍କାର ବନ୍ଧୁଗଣ , ବନ୍ଧୁଗଣ ଭାଗବତ ଗୀତା ହିନ୍ଦୁ ଧର୍ମ ର ଏକ ପବିତ୍ର ଗ୍ରନ୍ଥ ବୋଲି ମନାଯାଇଥାଏ । ମହାଭାରତ ରେ ଭଗବାନ ଶ୍ରୀ କୃଷ୍ଣ ନିଜ ମିତ୍ର ଅର୍ଜୁନଙ୍କୁ ଯେଉଁ ଉପଦେଶ ଦେଇଥିଲେ ତାହା ହେଉଛି ଶ୍ରୀମଦ ଭାଗବତ ଗୀତା । ସେହି ସମୟରେ ଭଗବାନ ଶ୍ରୀ କୃଷ୍ଣ ନିଜ ଉଦାହରଣ ଦ୍ଵାରା ଅର୍ଜୁନଙ୍କୁ ବୁଝାଇଥିଲେ । ଯାହାକୁ ଆଜି ଯାଏ ବି ସମସ୍ତେ ମାନିଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ସେହି କଥା ସମ୍ପର୍କରେ।

ପ୍ରଥମ କଥା ହେଲା । ଯାହା ହେଲା ଭଲ ପାଇଁ ହେଲା , ଯାହା ହେଉଛି ଭଲ ପାଇଁ ହିଁ ହେଉଛି , ଆଗକୁ ବି ଯାହା ହେବ ଭଲ ପାଇଁ ହିଁ ହେବ । ଆପଣଙ୍କ ସହ ଯାହା ହେଉଛି ସେଥିରେ ଆପଣ ଖୁସି ରେ ରୁହନ୍ତୁ । ଯଦି ଏବେ ଆପଣ ଦୁଃଖ ରେ ଅଛନ୍ତି । ତେବେ ତା ପଛରେ ବି ଆପଣଙ୍କର ଭଲ ହିଁ ଲୁଚି ରହିଛି । ତେଣୁ ପ୍ରତିଟି ମୁହୂର୍ତ୍ତକୁ ଖୁସିରେ ବଞ୍ଚନ୍ତୁ ।

ଦ୍ଵିତୀୟ କଥା ହେଲା । ପରିବର୍ତ୍ତନ ହିଁ ସଂସାର ର ନିୟମ ଅଟେ । ଜଣେ ଲୋକ ହଟାତ ଧନୀ ହୋଇଯାଇପାରେ ।ଏବଂ ହଟାତ ହିଁ ଫକୀର ହୋଇ ଯାଇପାରେ । ତେଣୁ ସଂସାର ର ନିୟମ କେବେ ବି ସ୍ଥିର ହୋଇ ରହିନାହିଁ । ଆଜି ଯିଏ ଖୁସି ଅଛି କାଲି ସେ ଦୁଃଖୀ ହୋଇଯାଇପାରେ । ପରିବର୍ତ୍ତନ କୁ ସବୁ ପରିସ୍ଥିତି ରେ ସ୍ୱୀକାର କରିବା ଶିଖ ।

ତୃତୀୟ କଥା ହେଲା ଧ୍ୟାନ । ଧ୍ୟାନ ଦ୍ଵାରା ମନରେ ଗୋଟେ ଦୀପ ଶିଖା ପରି ଅତୁଟ ହୋଇଯାଏ । ଆମେ ଆମ ଜୀବନରେ ନିଜେ ନିଜକୁ ହିଁ ଜାଣିନାହୁଁ । ଧ୍ୟାନ ଦ୍ଵାରା ଆମେ ଆମ ନିଜକୁ ଜାଣିଥାଉ । ତେଣୁ ଧ୍ୟାନ ବି କରିବା ଉଚିତ ।

ଚତୁର୍ଥ କଥା ହେଲା ତମେ ଖାଲି ହାତ ରେ ହିଁ ଆସିଛ ଏବଂ ଖାଲି ହାତରେ ହିଁ ଯିବ । ଆଜି କାଲି ମନୁଷ୍ୟ କୌଣସି କଥା ରେ ବି ସନ୍ତୁଷ୍ଟ ନୁହଁ । ସେ ଯେତେ ରୋଜଗାର କଲେ ମଧ୍ୟ ତାକୁ କମ ଲାଗିଥାଏ । ହେଲେ ଆମେ ତ ଖାଲି ହାତରେ ଆସିଛୁ ଏବଂ ଖାଲି ହାତରେ ହିଁ ଯିବା । ତେଣୁ ଯେତିକି ବି ମିଳୁଛି ସେତିକି ରେ ସନ୍ତୁଷ୍ଟ ହେବା ଶିଖ ।

ପଞ୍ଚମ କଥା ହେଲା । ମନୁଷ୍ୟ ବିଶ୍ୱାସ ରୁ ହିଁ ଗଢା ହୋଇଥାଏ । ତମେ ଯେମିତି ବିଶ୍ୱାସ ରଖ ସେମିତି ହିଁ ହୋଇଥାଅ ।

ଷଷ୍ଠ କଥା ହେଲା । ସନ୍ଦେହ ର ସହ କେବେବି ଖୁସି ମିଳିନଥାଏ । ନା ଏହି ଲୋକରେ ନା ପରଲୋକରେ ।

ସପ୍ତମ କଥା ହେଲା । ମନୁଷ୍ୟ ନିଜ ବିଚାର ରେ ଖୁବ ଉଚ୍ଚ କୁ ମଧ୍ୟ ଛୁଇଁପାରେ ଏବଂ ନିଜ ବିଚାର ରେ ବହୁତ ତଳ କୁ ଖସି ବି ଯାଇପାରେ । କାରଣ ସବୁ ମନୁଷ୍ୟ ନିଜେ ନିଜର ମିତ୍ର ବି ହୋଇଥାନ୍ତି ଏବଂ ନିଜେ ନିଜର ଶତ୍ରୁ ବି ହୋଇଥାନ୍ତି।

ଅଷ୍ଟମ କଥା ହେଲା । ଆତ୍ମା ନା କେବେ ଜନ୍ମ ନିଏ ଆଉ ନା କେବେ ମୃତ୍ୟୁ ହୁଏ ।ଭୟ ଆଉ ଡର ରୁ ଆମେ ଆମ ଜୀବନ ରେ କେବେ ବି କିଛି ପାଇପାରିନଥାଉ । ତେଣୁ ସବୁବେଲେ ଭୟ ଆଉ ଡର କୁ ଦୁରେଇ ରଖନ୍ତୁ । ତେଣୁ ଯଦି ଜୀବନରେ ଖୁସି ଚାହୁଁଛ ତେବେ ଏହା କୁ ଦୁରେଇବାକୁ ପଡିବ ।

ବନ୍ଧୁଗଣ ଭାଗବତ ଗୀତା ଜ୍ଞାନ ର ଏମିତି ଏକ ଭଣ୍ଡାର ବା ସାଗର ଯାହାର ଗୋଟେ ବୁନ୍ଦା ବି କୋଉ ମନୁଷ୍ୟ ଉପରେ ପଡ଼ିଯାଏ ଓ ତା ବିଷୟରେ ମନୁଷ୍ୟ ଜାଣିଯାଏ ତେବେ ତା ଜୀବନ ପୁଣ୍ୟ ହୋଇଯିବ । ତେଣୁ ଯଦି ହୋଇପାରୁଛି ତେବେ ଭାଗବତ ଗୀତା ପାଠ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *