୪ଟି ସଙ୍କେତ ରୁ ଜାଣନ୍ତୁ ଆପଣଙ୍କ ସହିତ ଭଗବାନ ଅଛନ୍ତି ନା ନାହାନ୍ତି – Ajira Anuchinta

ବନ୍ଧୁଗଣ ଆମର ଧର୍ମ ଗ୍ରନ୍ଥରେ ଆମ ର ପ୍ରତ୍ଯେକ ପ୍ରଶ୍ନର ଉତ୍ତର ଉଲ୍ଲେଖ ରହିଛି । ବନ୍ଧୁଗଣ ଆମ ସହିତ ଭଗବାନ ଅଛନ୍ତି କି ନାହାଁନ୍ତି ସେ ସବୁର ଉତ୍ତର ଆମର ପବିତ୍ର ଧର୍ମ ଗ୍ରନ୍ଥରେ ଉଲ୍ଲେଖ ରହିଛି । ଯଦି ଆମେ ଏହି ପବିତ୍ର ଗ୍ରନ୍ଥ ବା ଶାସ୍ତ୍ର କଥା ମାନିବା ତେବେ ସେଥିରେ କିଛି ସଙ୍କେତ ବିଷୟରେ ଲେଖା ଯାଇଛି ଆଉ ସେହି ଲକ୍ଷଣ ବା ସଙ୍କେତ ଯଦି ଆମକୁ ମିଳୁଛି ତା ହେଲେ ଜାଣିବା ଭଗବାନ ବା ଇଷ୍ଟଦେବଙ୍କ କୃପା ଆମ ସହିତ ରହିଛି । ତେବେ ଆସନ୍ତୁ ଜାଣିବା ସେହି ସବୁ ସଙ୍କେତ ବିଷୟରେ ।

୧. ସ୍ଵପ୍ନ ସିଦ୍ଧ ହେବା- ଯଦି ଆପଣ କିଛି ଭଲ ସ୍ଵପ୍ନ ଦେଖିଲେ ଓ ସ୍ଵପ୍ନଟି ସତ ହୋଇଯାଏ । ଅନେକ ଥର ଆପଣ ରାତିରେ ସ୍ଵପ୍ନ ଦେଖୁଥିବେ ଆଉ ଦିନରେ ସେମିତି ହିଁ ଘଟଣା ଘଟିଥାଏ ସେତେବେଳେ ଆପଣ ଭାବୁଥିବେ ଏହାକୁ ତ ମୁଁ ସ୍ଵପ୍ନରେ ଦେଖିଥିଲି । ଯଦି ଏମିତି ଆପଣଙ୍କ ସହ ହେଉଛି ତା ହେଲେ ଆପଣଙ୍କ ସହ ଭଗବାନଙ୍କ କୃପା ରହିଛି । ସେଥିପାଇଁ ଆପଣ ଭଲ କର୍ମ କରି ଚାଲନ୍ତୁ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ ।

୨. ସ୍ଵପ୍ନରେ ସାଧୁ, ଦେବତା କିମ୍ବା ମନ୍ଦିର ଦେଖିବା – ଯଦି ଆପଣଙ୍କୁ ବାରମ୍ବାର କୌଣସି ମନ୍ଦିର ବା ଦେବତା ଙ୍କର ସ୍ଵପ୍ନ ଆସୁଛି ତେବେ ଜାଣନ୍ତୁ ଆପଣଙ୍କ ଉପରେ ଦେବୀ କୃପା ରହିଛି । ଯେଉଁ ଭଗବାନ ଆପଣଙ୍କ ସ୍ଵପ୍ନରେ ଦେଖା ଦିଅନ୍ତି ତାଙ୍କର ପୂଜା ନିଶ୍ଚୟ କରନ୍ତୁ । ସେ ଆପଣଙ୍କ ସହ ଅଛନ୍ତି ଓ ଆପଣଙ୍କ ଉପରେ କୃପା ବର୍ଷା କରୁଛନ୍ତି ।

 

୩. ଆପଣ କିଛି ସଂକଳ୍ପ କିମ୍ବା କିଛି କାମ କରିବା ପାଇଁ ଇଚ୍ଛା କରିଲେ ଓ ତାହା ସତ ହୋଇଗଲା ଆଉ ହଠାତ ଆପଣଙ୍କ ମନରେ କିଛି ଆସିଲା ଆଉ ଆପଣ ସେହି କାମକୁ କରିବା ପାଇଁ ନିର୍ଣ୍ଣୟ କଲେ ଆଉ ସେହି କାମ ଟି ସିଦ୍ଧ ହୋଇଗଲା ତା ହେଲେ ବୁଝି ଯାଆନ୍ତୁ ଆପଣଙ୍କ ଉପରେ ଇଶ୍ଵର ଙ୍କର କୃପା ରହିଛି । ଆପଣଙ୍କ ପିତୃଦେବ ଇଷ୍ଟଦେବଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିଛି ।

୪. ଯଦି ଆପଣ କିଛି ଅସୁବିଧାରେ ଅଛନ୍ତି କିମ୍ବା ଆପଣଙ୍କ ସହିତ କିଛି ଅଘଟଣ ହେଉଛି ଓ ଆପଣ ପଜିଟିଭ ଚିନ୍ତାଧାରା ରେ ରହୁଛନ୍ତି କାହା ବିରୁଦ୍ଧରେ ଆପଣ ଖରାପ ଭାବୁ ନାହାନ୍ତି, କାହାକୁ ବି ଗାଳି ଦେଉ ନାହାନ୍ତି ଆପଣଙ୍କ ସହ କେହି ଜଣେ ଖରାପ କଲେ ମଧ୍ୟ ଆପଣ ତା ପ୍ରତି ଉତ୍ତମ ଭାବନା ରଖୁଛନ୍ତି କିମ୍ବା ଆପଣ ଚାହିଁଲେ ମଧ୍ୟ ଅନ୍ୟ ବ୍ୟକ୍ତି ଙ୍କ ଲାଗି ଖରାପ ଚିନ୍ତାଧାରା କରି ପାରୁ ନାହାଁନ୍ତି ତା ହେଲେ ଆପଣଙ୍କ ଉପରେ ଭଗବାନଙ୍କର କୃପା ରହିଛି । ଭଗବାନ ଆପଣଙ୍କ ସହ ଅଛନ୍ତି ।

ବନ୍ଧୁଗଣ ଏହି ୪ ଟି ସଙ୍କେତ ସହିତ ଆଉ କିଛି ସଙ୍କେତ ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *