Vastu Shastra – ଭଗବାନ କୃଷ୍ଣ କୁହନ୍ତି, ଏହି 5 ଟି ଭୁଲ ମଣିଷକୁ କରିଥାଏ ନିର୍ଧନ, ସେ କେବେ ବି ଧନୀ ହୋଇ ପାରେ ନାହିଁ

ମଣିଷର ଜୀବନରେ ବହୁତ କିଛି ଅଭ୍ୟାସ ଅଛି ଯାହା ପାଇଁ ସେ ଦରିଦ୍ରତାର ଶିକାର ହୋଇଥାଏ । ଯେମିତି ଆପଣ ସମସ୍ତେ ଶୁଣିଛନ୍ତି ମା ଲକ୍ଷ୍ମୀ କେବେ କୌଣସି ଗୋଟିଏ ସ୍ଥାନରେ ସ୍ଥିର ରହି ନଥାନ୍ତି । ସେ କେବେ ନିର୍ଦ୍ଧିଷ୍ଟ ବ୍ୟକ୍ତି ପାଖରେ ସ୍ଥିର ହୋଇ ରହିନଥାନ୍ତି , ତେଣୁ ଲକ୍ଷ୍ମୀଙ୍କୁ ପ୍ରସନ୍ନ ରହିବା ନିହାତି ଆବଶ୍ୟକ । ଯଦି ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି ନାହଁ ତେବେ ଦରିଦ୍ରତା ନିଶ୍ଚିତ ମଣିଷକୁ ଧରି ରଖିଥାଏ , ଯାହାକି ବର୍ତମାନ ସମୟରେ ମଣିଷ ଜୀବନର ସବୁଠାରୁ ବଡ ଦୁଃଖର କାରଣ । ତେବେ ଆସନ୍ତୁ ଜାଣିବା କିଛି କଥା ଯାହା ମଣିଷକୁ ଦରିଦ୍ର କରିଥାଏ , ଏହି ସବୁ କଥା ମଣିଷ ଜଣା ଅଜଣାରେ କରିବସେ ଯାହା ତାଙ୍କୁ ଦରିଦ୍ରତା ଆଡକୁ ଟାଣି ନେଇଥାଏ ।

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ମାନେ ଖାଇବା ସମୟରେ ଅନ୍ନ ଛାଡିଥାନ୍ତି ଥାଳିରେ , କିମ୍ବା ଖାଇବା ଫୋପାଡିଥାନ୍ତି ତେବେ ଅନ୍ନର ଅପମାନ ହୋଇଥାଏ ଓ ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି । ସେହି ବ୍ୟକ୍ତିଙ୍କୁ ଦରିଦ୍ରତା ଧରି ରଖେ , ତେଣୁ ଖାଇବା ଅଇଁଠା ଛାଡିବା ଭଲ ନୁହେଁ । ଯେତିକି ଦରକାର ସେତିକି ଖାଇବା ବାଢନ୍ତୁ ।

 

ସୂର୍ଯ୍ୟ ଅସ୍ତ ପରେ କେବେ ବି ଘରେ ଝାଡୁ ଲଗାଇବା ଉଚିତ ନୁହେଁ , ଏମିତି କରିବା ଅଶୁଭ ବୋଲି ଧରାଯାଏ । ତାହା ଘର ସଫା ନୁହଁ ବରଂ ଆପଣ ନିଜ ଜୀବନରେ ଖୁସିର ସଫା କରୁଛନ୍ତି ।

ଜୋତା ଚପଲ ଘରେ ଏଣେତେଣେ କିମ୍ବା ଓଲଟା ପଡି ରହିବା ଅଶୁଭ ବୋଲି ଧରାଯାଏ । ଜୋତା ଚପଲ ଆପଣ ସବୁବେଳେ ସଜାଡି ରଖନ୍ତୁ , ତାହା ଆପଣଙ୍କ ପାଇଁ ଭଲ ।

ଯେଉଁ ଘରେ କ୍ଷୀର ଉତୁରି ପଶୁଥାଏ ସେ ଘରେ ଲୋକମାନେ ଅନେକ ଅସୁବିଧାର ସମୁଖୀନ ହୋଇଥାନ୍ତି । ବହୁଲୋକ ବୁଝନ୍ତି କ୍ଷୀର ଉତୁରିବା ଶୁଭ , କିନ୍ତୁ ବାରମ୍ବାର ଉତୁରିବା ଅତି ଅଶୁଭ । ଯଦି ବାରମ୍ବାର କ୍ଷୀର ଉତୁରିବ ତେବେ ପରିବାର ଲୋକଙ୍କୁ ବହୁକିଛି ଅସୁବିଧା ଦେଇ ଗତି କରିବାକୁ ପଡିବ ଓ ଆର୍ଥିକ ଅବସ୍ଥା ମଧ୍ୟ ଖରାପ ରହିବ ।

ଯେଉଁ ମାନେ ତୁଳସୀକୁ ପାଣି ଚଢାନ୍ତି ମନେ ରଖିବେ ରବିବାର ଦିନ ପାଣି ଚଢାଇବା ଉଚିତ ନୁହେଁ , ତୁଳସୀର ଚତୁପାର୍ଶ୍ୱ ସଫା ରଖିବା ଉଚିତ ।
ଏମିତି ଦେଖା ଯାଏ ଘରେ ସବୁବେଳେ କଳି ଝଗଡା ଲାଗି ରହିଥାଏ । ଏମିତି ଘରେ ମା ଲକ୍ଷ୍ମୀ କେବେ ରହିନଥାନ୍ତି ଓ ଏହା ଆପଣଙ୍କର ଗରିବ ହବାର ସବୁଠାରୁ ବଡ କାରଣ । ପରିବାର ସମସ୍ତ ସଦସ୍ୟଙ୍କ ଭିତରେ ଭଲପାଇବା ରହିବା ଦରକାର ।

କିଛି ଘରେ ଦେଖାଯାଏ ଲୋକ ସକାଳୁ ଉଠୁ ଉଠୁ ଖିଚ ଖିଚ ଆରମ୍ଭ କରିଦେଇଥାନ୍ତି । ଏମିତି ଘରେ ମା ଲକ୍ଷ୍ମୀ କେବେ ରହିନଥାନ୍ତି । ଘରେ ଯଦି ସଦସ୍ୟ ମାନେ ଚିଡନ୍ତି, ଗାଳିଗୁଲଜ କରନ୍ତି ଏମିତି କରିବା ବନ୍ଦ କରିବା ହିଁ ଶୁଭ , କାରଣ ସକାଳର ସମୟ ଶୁଭ ମୂହୁର୍ତ୍ତ ସମୟ । ଏହି ସମୟରେ ଅଶାନ୍ତି ରହିବା ଦ୍ଵାରା ଭଗବାନ ଆପଣଙ୍କ ଉପରେ ବି ରୁଷ୍ଟ ରୁହନ୍ତି । ଏଣୁ ଏହିଭଳି କରନ୍ତୁ ନହିଁ ।

ବହୁ ବ୍ୟକ୍ତି ସକାଳୁ ଉଠିବା ପରେ ବିନା ବ୍ରଶ କରି ଚା , କଫି ପିଅନ୍ତି , ଏହା କିନ୍ତୁ ଠିକ ନୁହଁ, ଏହା ଶରୀର ପାଇଁ ଖରାପ ସହ ଅନେକ ନକରାତ୍ମକ ଶକ୍ତିକୁ ଜନ୍ମ ଦେଇଥାଏ । ସେଥି ପାଇଁ ଆପଣଙ୍କୁ ମଞ୍ଜନ ବା ବ୍ରଶ କରିବା ପରେ ହିଁ କିଛି ଖାଇବା ଉଚିତ ।

ଅନେକ ଲୋକ ବାଥରୂମକୁ ସଫା ରଖନ୍ତି ନାହିଁ , ଗାଧେଇବା ପରେ ବାଥରୂମକୁ ଅସନା ଛାଡି ଦିଅନ୍ତି , ତାହା ଶାସ୍ତ୍ର ଅନୁସାରେ ମଧ୍ୟ ଠିକ ବୋଲି ଧରାଯାଏ ନାହିଁ । ବାଥରୂମକୁ ଅସନା ରଖିବା ଯୋଗୁଁ ଚନ୍ଦ୍ରମା ରୁଷ୍ଟ ହୋଇଯାନ୍ତି ଯାହା ଦ୍ଵାରା ବହୁ ବଡ ଆର୍ଥିକ ସଙ୍କଟରେ ମଧ୍ୟ ସାମ୍ନା କରିବାକୁ ପଡ଼ିଥାଏ ।

ଅନେକ ସମୟରେ ଦେଖାଯାଏ ପରିବାର ଲୋକ ଖାଇସାରିବା ପରେ ମହିଳା ମାନେ ଅଇଁଠା ବାସନ ସଫା ନକରି ବହୁ ସମୟ ରଖନ୍ତି । କୁହାଯାଏ ଅଇଁଠା ବାସନ ଅଧିକ ସମୟ ପଡି ରହିଲେ ଶନି ଦେବ ରୁଷ୍ଟ ହୁଅନ୍ତି । ଚେଷ୍ଟା କରନ୍ତୁ କେବେ ବି ରାତିରେ ଶୋଇବା ସମୟରେ ଅଇଁଠା ବାସନ ରଖି ଶୁଅନ୍ତୁ ନାହିଁ । ବାସନ ଧୋଇ ସାରି ଶୋଇବାରେ ମା ଲକ୍ଷ୍ମୀ ପ୍ରସନ୍ନ ରୁହନ୍ତି ।

ମନେ ରଖିଥାନ୍ତୁ ଘର ସହିତ ନିଜ ବିଛଣା ବି ସଫା ରଖିବା ନିହାତି ଆବଶ୍ୟକ । ବିଛଣା ଅସନା ରହିଲେ ଦରିଦ୍ରତା ବଢିଥାଏ । ଯଦି ଆପଣ ନିଜର ଆଖ ପାଖରେ ଛେପ ପକାଉଛନ୍ତି ତାହା ବହୁ ଖରାପ ବୋଲି ଧରାଯାଏ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି ।

ଯେବେ ମଣିଷର ବେଳା ଖରାପ ଚାଲିଥାଏ , ମନରେ ନକରାତ୍ମକ ଚିନ୍ତାଧାରା ଜନ୍ମି ଥାଏ , ଦରିଦ୍ରତାର ସମୁଖୀନ ହୋଇଥାଏ । ଆପଣଙ୍କୁ ଏହି ସବୁ ବିଷୟରେ ଧ୍ୟାନ ରଖିବା ଉଚିତ । ଏହିସବୁ ପରିସ୍ଥିତିରୁ ନିବାରଣ ପାଇଁ ଆସନ୍ତୁ ଗୋଟିଏ ଉପାୟ ଜାଣିବା । ଘରକୁ ଫିଟକିରି ବଜାରରୁ ଆଣି , ତାକୁ ପେଶୀ ଚୂନା କରି ନିଅନ୍ତୁ । ଗୋଟିଏ ଧଳା କପଡ଼ାରେ ଗୋଟେ ପରସ୍ତ ଗୁଡେଇ ଏହାକୁ ଆଠଟି ଗଣ୍ଠି ପକେଇ ବାନ୍ଧି ନିଅନ୍ତୁ । ଆପଣଙ୍କ ଘର ଦୁଆର ବନ୍ଧ ତଳେ ପୋତି ଦିଅନ୍ତୁ , ଯଦି ସେ ସୁବିଧା ନାହିଁ ତେବେ ଦୁଆର ବନ୍ଧ ଉପରେ ଘର ଭିତର ପାର୍ଶ୍ଵରେ ତାକୁ ଟାଙ୍ଗି ଦିଅନ୍ତୁ ଯେମିତି କାହାର ନଜର ନପଡୁ ।

ଆପଣ ଏହି ପୁଟୁଳିକୁ ପ୍ରତି ସପ୍ତାହରେ ବଦଳାନ୍ତୁ , କାରଣ ଏହି ରଖା ଯାଇଥିବା ଫିଟିକିରି ଘରକୁ ଆସୁଥିବା ସବୁ ନକରାତ୍ମକ ଶକ୍ତି କୁ ଟାଣି ରଖିଥାଏ । କପଡ଼ା ଆପଣ ବଦଳାନ୍ତୁ ନ ହେଲେ ସେହି ପୁରୁଣା କପଡ଼ା ଚଳିବ କିନ୍ତୁ ଫିଟକିରି ଆପଣଙ୍କୁ ନିଶ୍ଚେ ସପ୍ତାହକୁ ଥରେ ବଦଳାଇବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଘରେ ଆୟର ନୂଆ ବାଟ ଫିଟିବା ସହିତ ଗରିବି ଦୂର ହେବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *