‘ଭଦ୍ରାମି ଶିଖ ପାଣ୍ଡିଆନ୍, ତୁମେ ଜଣେ…’ ପାଣ୍ଡିଆନଙ୍କୁ ଏମିତି କାହିଁକି କହିଲେ କଂଗ୍ରେସ ବିଧାୟକ Sura Routray, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇ ସବୁବେଳେ ନିଜ କଡା ବୟାନ ଓ ସମାଜ ସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୁର ଭାଇ ଏକ ବଡ ବୟାନ ଦେଇଛନ୍ତି । ଆଉ ଏହି ବଡ ବୟାନଟି ପାଣ୍ଡିଆନଙ୍କ ଉପରେ ରହିଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିଏ ଅଟନ୍ତି ପାଣ୍ଡିଆନ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୁର ରାଉତରାୟ କହିଛନ୍ତି-‘କମିଶନର ପୋଲିସ ଡିସିପି, କଲେକ୍ଟର ମୁଁ ଆପଣ ମାନଙ୍କୁ ଜଣେ ଓଡିଆ ହିସାବରେ କହିବାକୁ ଚାହେଁ ଟିକେ ଭଦ୍ରାମି ଶିଖ ପାଣ୍ଡିଆନ । ଆରେ ନବୀନ ବାବୁ ଏତେ ଭୋଳ ହୁଅନି ଖାଲି ସମସ୍ତଙ୍କୁ ଦଳରେ ରଖନି । ମୋ ପୁଅ ଆସିଲା ଆପଣଙ୍କ ଠାରୁ ଆଶୀର୍ବାଦ ନେଇଗଲା ।

ମୋ ପୁଅ ଏଭରେଷ୍ଟରେ ଚଢିଲା । ଗୋଟେ ଓଡିଆ ପୁଅ ଜାତୀୟ ପତାକା ଜଗନ୍ନାଥଙ୍କ ପାଇଁ ପତାକା ଉଡାଇଲା । ମୁ ଆପଣଙ୍କୁ ଆଉ ପଣ୍ଡିଆନଙ୍କୁ ସମସ୍ତଙ୍କୁ ଜଣେଇଛି ମୋ ପୁଅ 22 ତାରିଖ ଦିନ ଓଲହାଇବ । ଆରେ ତମର ଗୋଟେ ସରକାରଙ୍କ ତରଫରୁ ମିନିମମ କର୍ଶି ନାହିଁ କୌଣସି ଅଫିସର ଯାଇ ନାହାନ୍ତି । ସବୁ ମନ୍ତ୍ରୀଙ୍କୁ ମୁଁ ଡାକିଛି କେହି ଯାଇ ନାହାନ୍ତି ସରକାରଟା ତମର ବୋଲି ।

ସାରା ବିଶ୍ଵରେ ଗୋଟେ ଓଡିଆ ପୁଅ ନାଁ କରିଛି କୁଆଡେ ଗଲା ତମ ନବୀନ ପଟ୍ଟନାୟକ । ଗୋଟେ ଅଣ ଓଡିଆକୁ ବସେଇ ଦେଇଛ ଆରେ କଳିଙ୍ଗ ଷ୍ଟାଡିୟମ ଆରମ୍ଭ କରିଥିଲା ସୁର ସୁର ରାଉତରାୟ ମହତାବକୁ ନେଇକି । ସେହି କଳିଙ୍ଗ ଷ୍ଟାଡିୟମରେ ବିଶ୍ଵ ହକି ଖେଳି ସୁନାମ ଅର୍ଜନ କରିଛ ତମେ ଡାକିଛ । ଆମେ ଅଛୁ ବଞ୍ଚିଛୁ ଲଜ୍ୟା ତମ ଅଫିସର ମାନେ ଲଜ୍ଜିତ ।

ଫିଲ୍ମ ଷ୍ଟାର ଆସିଲେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା  । ତମେ ଏବେ ନବୀନ ପଟ୍ଟନାୟକ ଅଛ ଆଉ ରହିବ ବି ଅନ୍ୟ କିଏ ଯଦି ମୁଖ୍ୟମନ୍ତ୍ରୀ ହୁଏ ତମକୁ ନଡାକେ ତମେ ସୋଇପାରିବ ଆଲ୍ଲାଜୁକେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ନିଜ ମନର କଷ୍ଟକୁ କ୍ରୋଧରେ ପ୍ରକାଶ କରିଛନ୍ତି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *