ଦେଖନ୍ତୁ Landfall ସମୟରେ ବାତ୍ୟା Gulab ର କରାଳ ରୂପ, ମଝି ସମୁଦ୍ରରେ ଫସି ରହିଛି ମତ୍ସ୍ୟଜୀବି ଙ୍କ ଟ୍ରଲର, ଦେଖନ୍ତୁ Exclusive Video

ନମସ୍କାର ତେବେ ପୂର୍ବରୁ ସୂଚିତ କରାଯାଇଥିବା ଅନୁସାରେ ରବିବାର ସନ୍ଧ୍ୟାରେ ଏହି ଗୁଲାବ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି । ତେବେ ଏହି ଗୁଲାବ ର ପ୍ରଭାବ ଦକ୍ଷିଣ ଓଡିଶା ଉପରେ ପଡିବ । ଆଲର୍ଟ ରେ ସାତ ଟି ଜିଲ୍ଲା ଗଞ୍ଜାମ, ଗଜପତି,କୋରାପୁଟ, କଳାହାଣ୍ଡି,କନ୍ଧମାଳ, ମାଲକାନଗିରି,ନବରଙ୍ଗପୁର ଜିଲ୍ଲା କୁ ସତର୍କ ସୂଚନା କରାଯାଇଛି । ଏହି ସବୁ ଜିଲ୍ଲା ରେ ବାତ୍ୟା ର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ମଧ୍ୟ କରାଯାଇଛି । ଏହା ଛଡା ମାଛ ଧରାଳି ମାନଂକୁ ପାଣି କୁ ଯିବା ପାଇଁ ବାରଣ ମଧ୍ୟ କରାଯାଇଛି ।

ତେବେ ଏହି ବାତ୍ୟା ରେ ତିନି ପ୍ରକାରର ସମସ୍ୟା ହେବାର ଆଶଙ୍କା ରହିଛି । ପବନ, ଭୁସ୍ଖଳନ,ଏବଂ ବନ୍ୟା ଭଳି ସମସ୍ୟା ଦେଖା ଦେଇ ପାରେ । ପବନ ଯୋଗୁଁ ଅଧିକ କ୍ଷୟ କ୍ଷତି ମଧ୍ୟ ହୋଇ ପାରେ ବୋଲି ସୂଚିତ କରାଯାଇଛି । ତେବେ ଏହି ଗୁଲାବ ବର୍ତ୍ତମାନ ଲ୍ୟାଣ୍ଡଫଲ ହେବା ପରେ ବର୍ତ୍ତମାନ ଭୟଙ୍କର ରୁପ ଧାରଣ କରୁଛି । ଏହା ଯୋଗୁଁ ବର୍ତ୍ତମାନ ଅଶାନ୍ତ ହୋଇ ପଡିଛି ସମୁଦ୍ର ।

ତେବେ ଗୋପାଳ ପୁର ନିକଟରେ ହେବାକୁ ଲାଗିଛି ଗୁଲାବ ଏବଂ ଏପରି ସମୟରେ ପୁରୀ ସମୁଦ୍ରରେ ଫସି ରହିଛି ମାଛ ଧରାଳି ଙ୍କ ଗୋଟିଏ ଟ୍ରଲର । ଗତକାଲି ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯାଇଥିଲେ ମାଛ ଧରାଳି ହେଲେ ସମୁଦ୍ର ଜୁଆରିଆ ହେବାରୁ ଟ୍ରଲର ର ଇଞ୍ଜିନ ବନ୍ଦ ହୋଇ ଯାଇଛି । ଏବେ ଟ୍ରଲର ସହ ଫସି ରହିଛନ୍ତି ମାଛ ଧରାଳି ଏବଂ ବର୍ତ୍ତମାନ ତାଙ୍କ ଜୀଵନ ମଧ୍ୟ ବିପଦରେ ରହିଛି ।

ବାରମ୍ବାର ମାଛ ଧରାଳି ମାନଂକୁ ସମୁଦ୍ର ଭିତରକୁ ନ ଯିବା ପାଇଁ ବାରଣ କରିବା ସତ୍ୱ ମାଛ ଧରାଳି ମାଛ ମାରିବାକୁ ଯାଇ ସମୁଦ୍ରରେ ଫସି ଯାଇଛନ୍ତି । ତେବେ ପାଣିପାଗ ଆଜି ସନ୍ଧ୍ୟା ରୁ କାଲି ସକାଳ ପର୍ଯ୍ୟନ୍ତ ବାହାରକୁ ନଯିବା ପାଇଁ ବାରଣ କରାଯାଇଛି ।

Leave a Reply

Your email address will not be published. Required fields are marked *