ବାତ୍ୟା ‘Gulab’ ନେବ ପୁନର୍ଜନ୍ମ, ଦେଖନ୍ତୁ କଣ କହୁଛି ପାଣିପାଗ ବିଭାଗ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବାତ୍ୟା ଗୁଲାବ ନେବାକୁ ଯାଉଛି ପୁନର୍ଜନ୍ମ । ଆରବ ସାଗରରେ ବାତ୍ୟାର ସମ୍ଭାବନା ଜଣା ପଡିଛି । ଗୁଲାବର ଅବଶ୍ସିଷ୍ଟ ଅଂଶ ଆରବ ସାଗରରେ ପ୍ରବେଶ କରିବ ସେଠାରେ ଘନୀଭୂତ ହୋଇ ପୁଣି ବାତ୍ୟା ସୃଷ୍ଟି ହୋଇପାରେ । ବାତ୍ୟା ହେଲେ ଏହାର ନାମ ରହିବ ‘ସାହିନ’ । ପାଣିପାଗ ବିଭାଗ ସୂଚନା ଅନୁସାରେ ଦୁଇ ରୁ ତିନି ଦିନ ମଧ୍ୟରେ ଏହି ବାତ୍ୟା ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଗୁଜୁରାଟ, ମଧ୍ୟ ମହରାଷ୍ଟ୍ର ଓ ମରାଠବାଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ତାରିଖ ସନ୍ଧ୍ୟାରେ ଉତ୍ତର-ପୂର୍ବ ଆରବ ସାଗର ଏବଂ ଗୁଜୁରାଟ ଉପକୂଳରେ ଏହି ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟାରେ ଉତ୍ତର-ପୂର୍ବ ଆରବ ସାଗରରେ ଏହା ଅଧିକ ତୀବ୍ର ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ କହିଛି ଗୁଲାବ ଅବଶିଷ୍ଟାନ୍ସରୁ ଆରବ ସାଗରରେ ଅନ୍ୟ ଏକ ଘୂର୍ଣ୍ଣୀ ବଳୟ ହେବାକୁ ଯାଉଛି ଯାହାକୁ ଏଡାଇ ହେବ ନାହିଁ ।

ପାଣିପାଗ ବିଭାଗ ଅନୁସାରେ ୯୬ ରୁ ୧୨୦ ଘଣ୍ଟା ମଧ୍ୟରେ ବାତ୍ୟା ହେବାର ସମ୍ଭାବନା ରହିଛି । ଗତ ୨୬ ତାରିଖରେ ବାତ୍ୟା ଗୁଲାବ ଆନ୍ଧ୍ର ଓଡିଶା ଉପକୂଳ ଦେଇ ଗତି କରିଥିଲା । ଏହାର ବିଶେଷ ପ୍ରଭାବ ଆନ୍ଧ୍ର ପ୍ରଦେଶ ଓ ଓଡିଶାର କିଛି ଜିଲ୍ଲାରେ ଦେଖିବାକୁ ମିଳିଥିଲା । ଛପର ଘର ଗୁଡିକ ଭାଙ୍ଗି ଯାଇଥିଲା ଓ ବଡ ବଡ ଗଛର ଡାଳ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା । ଯାହାଫଳରେ ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେବେ ଗୁଲାବର ପୁନର୍ଜନ୍ମ ମହରାଷ୍ଟ୍ର ପାଇଁ କାଳ ହୋଇପାରେ । ପାଣିପାଗ ସୂଚନା ଅନୁଯାଇ ଏହାର ଧିକାଂଶ ପ୍ରଭାବ ମହରାଷ୍ଟ୍ରରେ ଦେଖିବାକୁ ମିଳିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *