ବଡ ଦାଣ୍ଡ ପାଲଟିଲା ସମୁଦ୍ର, ସିଂହଦ୍ଵାର ସାମ୍ନାରେ ସୃଷ୍ଟି ହେଲା କୃତ୍ରିମ ବନ୍ୟା…ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି ଆଉ ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଯେକୌଣସି ସମୟରେ ଦେଖି ପାରୁଛନ୍ତି । କ୍ୟାମେରାରେ କଏଦ ହୋଇଥିବା ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଆଜି ଓଡିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ଆଉ ଏହି ବର୍ଷାର ପ୍ରଭାବ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ପୁରୀର ପ୍ରବଳ ବର୍ଷା ଜାରୀ ରହିଛି ପୁରୀ ବଡଦାଣ୍ଡ ଉବୁଟୁବୁ । ବଡ଼ଦାଣ୍ଡରେ ଲହଡା ମାରୁଛି ପାଣି । ବଡଡାକ୍ତରଖାନା ଛକରୁ ମାର୍କେଟ ଛକ ପର୍ଯ୍ୟନ୍ତ ଯୁଆଡେ ଅନାଇବେ କେବଳ ପାଣି । ଆଣ୍ଠୁଏ ଉଚ୍ଚରେ ପାଣି । ପ୍ରବଳ ବର୍ଷ ଯୋଗୁଁ  ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ବର୍ଷା ଯୋଗୁଁ ସହରର ବଡ଼ଡ଼ାକ୍ତରଖାନା ଛକ,ବଳଗଣ୍ଡି, ମାର୍କେଟ ଛକ ,ସହର ତଳି ଅଞ୍ଚଳ ମଗ୍ନ ହୋଇପଡିଛି । ଲଘୁଚାପ ପୂର୍ବରୁ ଏଭଳି ବର୍ଷା ଯୋଗୁଁ ସହରବାସୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି । ଜନସାଧାରଣ ମାନେ ରାସ୍ତାରେ ଚଳ ପ୍ରଚଳ କରିପାରୁ ନାହାନ୍ତି । ବନ୍ଧୁଗଣ ଚାରି ଚକିଆ ଗାଡି ଚଳ ପ୍ରଚଳ କରିପାରୁଛି ହେଲେ ଦୁଇ ଚକିଆ ଗାଡି ପାଇଁ ଏହି ବର୍ଷା କାଳ ହୋଇଛି ।

କେତେକ ଲୋକ ବାଇକ ନେଇ ଯାଉଥିବା ସମୟରେ ଅଧା ବାଇକ ପାଣିରେ ବୁଡି ଯାଉଛି । ଏ ଦୃଶ୍ୟ ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପଟେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ପ୍ରଭାବ କମି ଯାଇଛି ହେଲେ ଏ ପର୍ଯ୍ୟନ୍ତ ପୁରୀରେ ଲଗାଣ ବର୍ଷା ଜାରି ରହିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *