Jyotish Shastra – ନଭେମ୍ବର ୩୦, ବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ହାଣ୍ଡିଛାଡ ସମୟ, ଜାଣନ୍ତୁ ସଂପୂର୍ଣ୍ଣ ବିବରଣୀ

ବନ୍ଧୁଗଣ ଆଶାନ୍ତା ୩୦ ତାରିଖ ସୋମବାର ଅର୍ଥାତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ବର୍ଷର ଚତୁର୍ଥ ଏବଂ ଅନ୍ତିମ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଏହା ପର୍ବର ତିନୋଟି ଚନ୍ଦ୍ର ଗ୍ରହଣ ଏହି ବର୍ଷ ଲାଗିସାରିଛି ଏବଂ ଏହା ବର୍ଷର ଚତୁର୍ଥ ବା ଅନ୍ତିମ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି । ଯାହାକୁ ଆସନ୍ତା ୩୦ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବାକୁ ଯାଉଛି । ବନ୍ଧୁଗଣ ସାଧାରଣତଃ ଚନ୍ଦ୍ର ଗ୍ରହଣ ୩ ପ୍ରକାରର ହୋଇଥାଏ । ଯେମିତିକି ଆଂଶିକ ଚନ୍ଦ୍ର ଗ୍ରହଣ, ସଂପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଏବଂ ଉପଛାୟା ଚନ୍ଦ୍ର ଗ୍ରହଣ । ତେବେ ଏହି ଚନ୍ଦ୍ର ଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ର ଗ୍ରହଣ ।

ଏହା ଉତ୍ତର- ଦକ୍ଷିଣ ଆମେରିକା ସହିତ ୟୁରୋପ ଏବଂ ଆଫ୍ରିକାରେ ଦ୍ରୁଶ୍ୟମାନ ହେବ । ତେବେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଚନ୍ଦ୍ର ଗ୍ରହଣ ଲାଗିବାର ସମୟ, ଗ୍ରହଣର ସୁତକ ସମୟ ଓ ଗର୍ଭବତୀ ମହିଳା ମାନେ କିପରି ସାବଧାନ ରହିବେ ଓ କଣ କରିବେ ବା କଣ କରିବେ ନାହିଁ ତାହା ବିଷୟରେ କହିବାକୁ ଯାଉଛୁ । ତାହାଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଆସନ୍ତା ନଭେମ୍ବର ୩୦ ତାରିଖ ସୋମବାର ଦିନ ଲାଗିବାକୁ ଯାଉଥିବା ଚନ୍ଦ୍ର ଗ୍ରହଣର ନାମ ହେଉଛି ଉବଛାୟା ଚନ୍ଦ୍ର ଗ୍ରହଣ । ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ଅପରାହ୍ନ ୧ ଟା ୪ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୨ ମିନିଟର ଶେଷ ହେବ । ଏହି ଚନ୍ଦ୍ର ଗ୍ରହଣ ମହାକାଶରୁ ପ୍ରାୟ ୪ ଘଣ୍ଟା ୧୮ ମିନିଟ ଏବଂ ୫ ସେକେଣ୍ଡ ପର୍ଯ୍ୟନ୍ତ ଦ୍ରୁଶ୍ଯମାନ ହେବ । ଅପରାହ୍ନ ୩ ଘଣ୍ଟା ୩ ମିନିଟରେ ସର୍ବାଧିକ ଚନ୍ଦ୍ର ଗ୍ରହଣ ଦ୍ରୁଶ୍ଯମାନ ହେବ ।

ଗ୍ରହଣ ସନ୍ଧ୍ୟା ପର୍ଯ୍ୟନ୍ତ ରହୁଥିବାରୁ ଏହା କିଛି ସମୟ ଭାରତ ସହ ଦକ୍ଷିଣ ଓଡିଶାରେ ଦୃଶ୍ୟମାନ ହେବ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଉବଛାୟା ଚନ୍ଦ୍ର ଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ର ଗ୍ରହଣର ସୁତକ କାଳ ବାଆ ହାଣ୍ଡିଛାଡ ସମୟ ମାନ୍ୟ ହେବ ନାହିଁ । କାରଣ ସେହି ଗ୍ରହଣର ସୁତକ କାଳ ମାନ୍ୟ ହୋଇଥାଏ ଯେଉଁ ଗ୍ରହଣ ଖାଲି ଆଖିରେ ଦେଖାଯାଇଥାଏ । ଯେହେତୁ ଏହା ଏକ ଉବଛାୟା ଚନ୍ଦ୍ର ଗ୍ରହଣ ତେଣୁ ଏହି ଚନ୍ଦ୍ର ଗ୍ରହଣ ଖାଲି ଆଖିରେ ଦ୍ରୁଶ୍ଯମାନ ହେବ ନାହିଁ ।

ତେଣୁ ଆସନ୍ତା ନଭେମ୍ବର ୩୦ ତାରିଖରେ ଆସୁଥିବା ଚନ୍ଦ୍ର ଗ୍ରହଣର ସୁତକ ସମୟ ମାନ୍ୟ ହେବ ନାହିଁ । ଏହା ସହିତ ଦେବନିତି ବା ପୂଜା କାର୍ଯ୍ୟ ଆଦି ବନ୍ଦ ହେବ ନାହିଁ । ଯେହେତୁ ଏହା ଚନ୍ଦ୍ର ଗ୍ରହଣ ତେଣୁ ଗର୍ଭବତୀ ମହିଳା ମାନଙ୍କୁ ବିଶେଷ ସାବଧାନରେ ରହିବା ଆବଶ୍ୟକ । ଏହି ସମୟ ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଶୁଭ ହୋଇଥିବାରୁ ସେମାନେ ସାବଧାନ ରହିବା ସହିତ ଚନ୍ଦ୍ର ଗ୍ରହଣ ଦେଖିବା ପାଇଁ ମଧ୍ୟ ବାରଣ କରାଯାଇଛି ।

ଗ୍ରହଣ ଲାଗିବା ସମୟରେ ଗର୍ଭବତୀ ମହିଳା କୌଣସି ଜିନିଷ କଟା କାଟି ବା କୌଣସି ପୋଷାକ ଆଦିର ସିଲେଇ କରନ୍ତୁ ନାହିଁ । ନଚେତ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧା ସଳଖ ପଡିବ । ଏହା ସହିତ ଗ୍ରହଣ ଲାଗୁଥିବା ସମୟରେ କଳା ରଙ୍ଗର ବସ୍ତ୍ର କେବେହେଲେ ଧାରଣ କରନ୍ତୁ ନାହିଁ ଏବଂ ବାହାରକୁ ବାହାରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *