ସବୁଠୁ ବଡ ଖୁସି ଖବର, ଏଣିକି ବର୍ଷକୁ ମିଳିବ 100 ଦିନର ଛୁଟି, କିନ୍ତୁ କେଉଁ ମାନଙ୍କୁ ଦେଖନ୍ତୁ…

ବନ୍ଧୁଗଣ ଯବାନ ମାନଙ୍କ ପାଇଁ ଏବେ ଏକ ବଡ ଖୁସି ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖୁସି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଭାରତୀୟ ଯବାନଙ୍କ ପାଇଁ ବଡ ଖବର ଏଣିକି ସେମାନଙ୍କୁ ବର୍ଷକୁ ମିଳିପାରେ 100 ଦିନର ଛୁଟି । ନକ୍ସଲ ଦମନ ଓ ଆତଙ୍କବାଦୀ ଦମନ ସହ ଯେଉଁ ଯବାନ ମାନେ ଭିଭିଆଇପି ଓ ଭାଇପିଙ୍କ ସୁରକ୍ଷାରେ ନିୟୋଜିତ ଅଛନ୍ତି ସେମାନଙ୍କୁ 100 ଦିନର ଛୁଟି ଦେବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ପ୍ରସ୍ତୁତ କରିଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଯବାନ ମାନଙ୍କୁ ବର୍ଷକୁ ଅତି କମରେ 100 ଦିନର ଛୁଟି ମିଳିବ । ଏହା ଦ୍ଵାରା ଯବାନ ମାନେ ନିଜ ପରିବାର ଲୋକଙ୍କ ସହ ସମୟ ବିତାଇ ପାରିବେ । ପୂର୍ବରୁ ମିଳୁ ଥିଲା 75 ଦିନ ଛୁଟି ହେଲେ ଏବେ ମିଳିବ 100 ଦିନ ଛୁଟି ।

ଭାରତୀୟ ସେନାରେ ଯେଉଁ ମାନେ କାର୍ଯ୍ୟରତ ଅଛନ୍ତି ସେମାନେ ପୂର୍ବରୁ 75 ଦିନର ଛୁଟି ପାଉଥିଲେ ହେଲେ ବର୍ତ୍ତମାନ ସେମାନଙ୍କୁ ଆହୁରି ଅଧିକ 25 ଦିନ ଛୁଟି ମିଳିବାକୁ ଯାଉଛି ଅର୍ଥାତ 75 ଦିନ ବଦଳରେ ସେମାନେ 100 ଦିନ ପର୍ଯ୍ୟନ୍ତ ନିଜ ଘର ଲୋକଙ୍କ ସହ ସମୟ ଅତିବାହିତ କରିବା ପାଇଁ ସୁଯୋଗ ପାଇପାରିବେ । ଯେଉଁ ଯବାନ ମାନେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି ସେମାନଙ୍କୁ 75 ଦିନ ମଧ୍ୟ ଛୁଟି ମିଳୁ ନାହିଁ ।

ଏସବୁକୁ ନଜରରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ଯବାନଙ୍କ ମାନସିକ ଚାପକୁ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆ ଯାଇଛି । ଯଦି କେନ୍ଦ୍ର ସରକାର ଏହି ନିୟମ ଲାଗୁ କରନ୍ତି ତେବେ ଦେଶର ପ୍ରାୟ 10 ଲକ୍ଷ ଯବାନ ଉପକୃତ ହେବେ ବୋଲି କୁହାଯାଉଛି ।

ଜଣେ ବରିଷ୍ଠ ସିଏପିଏଫ ଅଧିକାରୀ କହିଛନ୍ତି ଯେ, ଆସନ୍ତା ମାସରେ ଗୃହ ମନ୍ତ୍ରାଳୟ ଏ ବାବଦରେ ଚୁଡାନ୍ତ ନିଷ୍ପତ୍ତି ନେଇପାରେ । ଯବାନ ମାନେ ମଧ୍ୟ ଏହି ନିଷ୍ପତ୍ତିରେ ଉପକୃତ ହେବେ ଓ ଅଧିକ ସମୟ ନିଜ ପରିବାର ଲୋକଙ୍କ ସହ ଖୁସିରେ ରହିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *