ବାରବାଟୀରେ ନିଜର ପୁରୁଣା ଦିନକୁ ମନେ ପକେଇ ଭାବ ବିହ୍ଵଳ ହେଇଗଲେ BCCI ସଭାପତି Sourav Ganguli, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି20 ମ୍ୟାଚ ହୋଇଥିଲା । ଗତ କାଲି ଦର୍ଶକ ମାନଙ୍କ ମଧ୍ୟରେ ବହୁତ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଥିଲା । ବନ୍ଧୁଗଣ ଗତ କାଲି ଭାରତ ପ୍ରଥମେ ବ୍ୟାଟିଙ୍ଗ କରିଥିଲା ଆଉ ୧୪୮ ରନ୍ ରେ ଓଭର ଶେଷ ହୋଇଥିଲା । ଏହା ପରେ ଦକ୍ଷିଣ ଆଫ୍ରିକା ବହୁତ ଜବରଦସ୍ତ ଖେଳ ପଦର୍ଶନ କରି ୧୮.୨ ଓଭରରେ ୬ଟି ୱିକେଟ ହରାଇ ୧୪୮ ରନ୍ ରେ ବିଜୟ ହୋଇଥିଲା ।

ଗତ କାଲିର ମ୍ୟାଚରେ BCCIର ସଭାପତି ସୌରଭ ଗାଙ୍ଗୁଲି ଉପସ୍ଥିତ ଥିଲେ । ସୌରଭ ଗାଙ୍ଗୁଲି ଏକ ସାକ୍ଷାତ୍କାରରେ ଆମ କଟକ ବାରବାଟୀ ଷ୍ଟାଡିୟମ ବିଷୟରେ କିଛି ବିଶେଷ କଥା କହିଥିଲେ । ସୌରଭ ଗାଙ୍ଗୁଲି କହିଛନ୍ତି-‘ବହୁତ ବର୍ଷ ପୂର୍ବରୁ ମୁଁ ଏହି ଷ୍ଟାଡିୟମରେ ଖେଳି ଥିଲି । ମୁଁ ଅଣ୍ଡର ୧୫ ସମୟରେ ଏଇଠି ଥିବା ଡର୍ମିନ୍ଟେରିରେ ରହୁଥିଲି ।

ମୋର ବହୁତ ସ୍ମୃତି ରହିଛି ଏହି ବାରବାଟୀ ଷ୍ଟାଡିୟମରେ । ମୁଁ ଅନେକ ଥର ୧୦୦ ରନ୍ କରିଛି ଏ ଷ୍ଟାଡିୟମରେ । ସମୟ ସହିତ ମ୍ୟାଚ ମିଳିବ ବାରବାଟୀ ଷ୍ଟାଡିୟମକୁ । ଆଉ ଏଇଠି ସବୁବେଳେ ମ୍ୟାଚ ଭଲ ହୋଇଥାଏ କାରଣ ଏଠି ଲୋକ ଭରପୁର ମାତ୍ରାରେ ରହିଥାନ୍ତି । ଏହା ୪୦ ହଜାର ପାଖାପାଖି ଷ୍ଟାଡିୟମ ଅଛି ତ ସବୁବେଳେ ମ୍ୟାଚ ଭଲ ହୁଏ’ । ବନ୍ଧୁଗଣ ସୌରଭ ଗାଙ୍ଗୁଲି ବାରବାଟୀ ଷ୍ଟାଡିୟମକୁ ଆସିବା ପରେ ଓଡିଶା ମୁଖ୍ୟମନ୍ତ୍ରୀ ତାଙ୍କ ସହ ସାକ୍ଷାତ କରିଥିଲେ ।

ବନ୍ଧୁଗଣ ଅବଶ୍ୟ ଗତକାଲିର ମ୍ୟାଚ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ହାରିଗଲା ହେଲେ ମ୍ୟାଚ ବହୁତ ରୋମାଞ୍ଚକ ଥିଲା । ଓଡିଶା ବାସୀ ଗତ କାଲିର ମ୍ୟାଚ ଦେଖି ବହୁତ ଖୁସି ହୋଇଛନ୍ତି । ଯେହେତୁ ଆମ ଓଡିଶାରେ ଟି୨୦ ମ୍ୟାଚ ହୋଇଛି ତେଣୁ ଏହା ଆମ ମାନଙ୍କ ପାଇଁ ଗୌରବର କଥା । ଅନେକ ବର୍ଷ ପରେ ବାରବାଟୀ ଷ୍ଟାଡିୟମରେ ମ୍ୟାଚ ଦେଖିବାକୁ ମିଳିଛି ।

କାରଣ ଗତ କିଛି ବର୍ଷ ତଳେ ହୋଇଥିବା ମ୍ୟାଚରେ ଜନସାଧାରଣଙ୍କ ପ୍ରକୋପର ଶିକାର ହୋଇଥିଲେ ଭାରତୀୟ କ୍ରିକେଟ ଟିମ । ମ୍ୟାଚ ହାରିବା ପରେ ଫିଲ୍ଡ ଉପରକୁ ବୋଟ ପକାଇ ଥିଲେ ଦର୍ଶକ ମାନେ । ହେଲେ ବନ୍ଧୁଗଣ ଏହି ମ୍ୟାଚଟି ବହୁତ ଭଲ ଭାବରେ ହୋଇଛି । ତା ହେଲେ ଆପଣ ମାନଙ୍କୁ ଗତ କାଲିର ମ୍ୟାଚ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *