‘୧୨ ବର୍ଷ ବୟସରେ ରିକ୍ସା ଟାଣୁଥିଲି, ଖାଇବାକୁ ପାଉନଥିଲି, ମାଗିଲେ ଲୋକ ଛି’ଛାକର କରୁଥିଲେ, ସେଦିନର କଥା ମନେ ପଡିଲେ…’: କମେଡିଆନ Ravi Kumar

ବନ୍ଧୁଗଣ, ସାଧାରଣତଃ ଓଡିଆ ଇଣ୍ଡଷ୍ଟ୍ରୀରେ ଏଭଳି କଳାକାର ମାନେ ଅଛନ୍ତି ଯେଉଁମାନଙ୍କ ଜୀବନ କାହାଣୀ ପ୍ରାୟ ସମସ୍ତଙ୍କୁ ଜଣା ନଥାଏ । ସେମାନେ ବହୁତ କଷ୍ଟ କରି ତଳରୁ ଉପର ପାହାଚ ତିଆରି କରି ପାରିଛନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଓଡିଆ କମେଡିଆନ ରବି କୁମାର କଥା କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ରବି ନିଜ ଜୀବନରେ ବହୁତ ସଙ୍ଘର୍ଷ କରି ଆଜିଭଳି ଦୁନିଆରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ବିସ୍ତାର କରିପାରିଛନ୍ତି ।

ବାପା ମା’ ଙ୍କର ୪ ପୁଅ ଏବଂ ଭଉଣୀ ଜଣେ ଥିଲେ । ରବି ନିଜ ଜୀବନର ସଂଘର୍ଷ କଥା କହିଲା ବେଳେ ତାଙ୍କ ଆଖିରୁ ଲୁହ ଚାଲି ଆସିଥିଲା । ସେ କହିଥିଲେ ସେ ସବୁ କଥା ମନେ ପଡିଲେ ବହୁତ କାନ୍ଦ ଲାଗୁଛି । କଳଖିଆ ଦୋକାନ ସହିତ ହୋଟେଲ ମାନଙ୍କ ରେ କାମ କରି ଦୁଇ ମୁଠା ଖାଇବାକୁ ପାଆନ୍ତି ବୋଲି କହିଥିଲେ ରବି । ପୁରୁଣା କଥା କେବେ ମଧ୍ୟ ଭୁଲି ହେବନାହିଁ । ଛୋଟ ଛୋଟ ଅଙ୍ଗାରକୁ ନେଇ ସେ କାନ୍ଥରେ ଗାରେଇ ଆର୍ଟ କରିବାକୁ ଲାଗନ୍ତି ।

ମାତ୍ର ଏହି ଆର୍ଟରୁ ସେ ଜଣେ ଆର୍ଟିଷ୍ଟ ହୋଇଯିବେ ବୋଲି କେବେ ଚିନ୍ତା କରି ନଥିଲେ । ୧୦ ରୁ ୧୨ ବର୍ଷ ବୟସରେ ରବି ରିକ୍ସା ଟାଣି ପରିବାରର ଭରଣ ପୋଷଣ କରିଛନ୍ତି । ବାଲିସିମେଣ୍ଟ କାମ ମଧ୍ୟ କରିଛନ୍ତି କୌଣସି କାମ କରିବା ଛାଡିନଥିଲେ । ସେ ସବୁ ପ୍ରକାରର ସଂଘର୍ଷ କରିଥିଲେ ପରିବାର ଚଳାଇବା ପାଇଁ । ଘରେ ଡିବିରିରେ ତେଲ ସରିଯିବ ବୋଲି ରବି ରାସ୍ତାକଡରେ ଯାଇ ପାଠ ପଢନ୍ତି ।

ସେଠାରେ ଏକ ଚପଲ ଦୋକାନ ସାଇଡରେ ପାରିବା ଦୋକାନ ରହିଥାଏ, ସେଠାକୁ ସେ ଯାଇ ଏକ ଅଖା ରେ ଘୋରେଇ ସୁଅନ୍ତି । ବହୁତ ଅବସ୍ଥାରେ ସେ ମଣିଷ ହୋଇଛନ୍ତି କାରଣ ତାଙ୍କର ଥିଲା ମାଟିଘର ଏବଂ ବର୍ଷା, ଝଡ ତୋଫାନ ଆସିଲେ ତାହା ଭାଙ୍ଗିଯାଏ । ଏହିସବୁ କାହାଣୀ କହିଲା ବେଳକୁ ରବି କୁମାର ଙ୍କ ଆଖି ଛଳ ଛଳ ।

ମାତ୍ର ସେହି ରାସ୍ତା କଡରେ ପାଠ ପଢୀ ଶୋଊଥିବା ରବି ଆଜିଭଳି ଦିନରେ ଓଡିଶାବାସୀ ଙ୍କ ମୁହଁରେ କମେଡି ମାଧ୍ୟାମରେ ହସ ଫୁଟାଇ ପାରୁଛନ୍ତି । ଏହାଠାରୁ ବଡ କଥା ଅନ୍ୟ କିଛି ହୋଇପାରି ନଥାଏ ବୋଲି କହିଥିଲେ କମେଡିଆନ ରବି କୁମାର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମର ଜଣାନ୍ତୁ ।

Leave a Reply

Your email address will not be published. Required fields are marked *