ଚୋରା ପ୍ରେମ ପଡିଗଲା ମହଙ୍ଗା ! ସ୍ତ୍ରୀ ଓ ଝିଅଙ୍କ ହାତରେ ଧାରା ପଡିବା ପରେ ଝିଅ ଦେଲା ପାନେ….ଦେଖନ୍ତୁ Video

ବନ୍ଧୁଗଣ ଏବେ ପ୍ରାୟତଃ ରାସ୍ତା ଉପରେ ଦମ୍ପତି ଙ୍କ କଳି ଦେଖିବାକୁ ମିଳୁଛି । ତାହା ଷ୍ଟାର ଦମ୍ପତି ହୁଅନ୍ତୁ ଅଥବା ସାଧାରଣ ଦମ୍ପତି । ପ୍ରେମିକା ର ଫାସ ରେ ଯେତେବେଳେ ସ୍ୱାମୀ ଫସୁଛନ୍ତି ସେତେବେଳେ ସ୍ତ୍ରୀ ନିଜର ଉଗ୍ର ରୂପ ଧାରଣ କରୁଛି ଏବଂ ଏହି ବିବାଦ ରାସ୍ତା ରେ ଦେଖିବାକୁ ମିଳୁଛି । ତେବେ ପୁଣିଥରେ ଏହି ସମ୍ବନ୍ଧୀୟ ଘଟଣା ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି ।


ତେବେ “ଚୋର ପ୍ରେମ ଭାରି କଷ୍ଟଦାୟକ । ସ୍ତ୍ରୀ ମୋର ଖଳନାୟକ” । ଏକଥା ଆମେ କହୁ ନାହୁଁ । ଏହା ଏହି ଭିଡିଓ ବୟାନ କରିଛି । ଆପଣ ଦେଖୁଥିବା ଭିଡିଓ ରେ ଚୋର ପ୍ରେମ କରୁଥିବା ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀ ଓ ଝିଅ ଙ୍କ ହାତରେ ଧରା ପଡ଼ିଛନ୍ତି । ଏହାପରେ ବିଚ୍ ରାସ୍ତା ରେ ସୃଷ୍ଟି ହୋଇଛି ତୁମୁଳ କାଣ୍ଡ । ବାପ ର ପ୍ରେମିକ କୁ ଦେଖି ଝିଅ ରାଗରେ ତମତମ ।

ରାଗ ଏତେ ବଢ଼ି ଯାଉଛି ଯେ, ବାପା ପ୍ରେମିକ ର ଚୁଟି କୁ ଝିଙ୍କିବାକୁ ବି ପଛାଉ ନାହାନ୍ତି ଝିଅ । ମାଆ ମଧ୍ୟ କିଛି କମ ନୁହେଁ । ସ୍ୱାମୀ ଙ୍କୁ ଅନ୍ୟ ଯୁବତୀ ଙ୍କ ସହିତ ଦେଖି ଖରାପ ଭାଷା ରେ ଗାଳି ଗୁଲଜ କରିବା ସହିତ ଜୋତା ରେ ମାରିବାକୁ ବି ପଛାଉ ନାହାନ୍ତି ସ୍ତ୍ରୀ ଲୋକ ଜଣକ ।

ଏଭଳି ଏକ ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି । ଏହି ଅଭାବନୀୟ ଦୃଶ୍ୟ ହେଉଛି ରାଉରକେଲା ଜିଲ୍ଲା ର ବଣାଇ ଅଞ୍ଚଳର । ନିଜ ଝିଅ ବୟସ ର ଝିଅ କୁ ପ୍ରେମ କରି ହଟହଟା ହୋଇଛନ୍ତି ସ୍ୱାମୀ ଜଣକ । ସବୁଠାରୁ ମଜା କଥା ହେଉଛି ଯେ, ଏତେ ସବୁ କାଣ୍ଡ ଘଟି ସାରିବା ପରେ ମଧ୍ୟ ନିଜ ପ୍ରେମିକା ସହିତ ଫଟୋ ଉଠାଉଛନ୍ତି ଏବଂ ତାଙ୍କୁ କୋଳ ରେ ଧରି ଉଠାଉଛନ୍ତି ।

ଯାହାକୁ ଦେଖି ପ୍ରେମିକା ଙ୍କୁ ମାଡ଼ ଉପରେ ମାଡ଼ ବସାଇ ଦେଇ ଯାଉଛନ୍ତି ସ୍ତ୍ରୀ ଏବଂ ଝିଅ । କିଛି ଦିନ ତଳେ ଷ୍ଟାର ଦମ୍ପତି ଙ୍କ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଥିଲା । ସ୍ୱାମୀ ବାବୁସାନ ଙ୍କ ସହିତ ପ୍ରକୃତି ଙ୍କୁ ଦେଖି ସ୍ତ୍ରୀ ତୃପ୍ତି ମଧ୍ୟ ପ୍ରକୃତି ଙ୍କୁ ମାଡ଼ ମାରିଥିଲେ । ଯାହା ଖବର ର ସିରୋନମା ହୋଇଥିଲା । ଏହି ଘଟଣା ବହୁତ ମାତ୍ରାରେ ଲୋକଲୋଚନକୁ ଆସିଥିଲା ଏବଂ ଭାଇରାଲ ହୋଇଥିଲା । ତେବେ ଏହି ଘଟଣା ନ ଥମୁଣୁ ଅନ୍ୟ ଏକ ଭାଇରାଲ ଭିଡିଓ ଏବେ ଚର୍ଚ୍ଚା ର ବିଷୟ ସାଜିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *