ବାପାଙ୍କ ସମ୍ପତି ଉପରେ ଝିଅର କଣ ରହିଛି ଅଧିକାର ? ଦେଖନ୍ତୁ କଣ ଅଛି ନ୍ୟାୟ ବ୍ୟବସ୍ଥା

ବନ୍ଧୁଗଣ ଆଇନର ସହାୟତା ଆମକୁ ବେଳେବେଳେ ଦରକାର ହୁଏ ହେଲେ ଯଦି ଆମେ ଆଇନ ଜାଣି ନଥିବା ତା ହେଲେ ଆମ ପାଖରେ କଷ୍ଟକର ହୋଇଯିବ । ତେବେ ଆଜି ଆମେ ଜାଣିବା ବାପାଙ୍କ ସମ୍ପତ୍ତି ଉପରେ ଝିଅ ମାନଙ୍କର କଣ ଅଧିକାର ଅଛି । ସେମାନେ ବିବାହିତା ଝିଅ ହୋଇଥାନ୍ତୁ କି ଅବବିବାହିତା ଝିଅ ହୋଇ ଥାନ୍ତୁ ସେମାନଙ୍କର କଣ ଅଧିକାର ଅଛି ସେ ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସାଧାରଣତଃ ଝିଅ ମାନେ ଯେତେବେଳେ ବାପାଙ୍କ ସମ୍ପତ୍ତି ନେବା ପାଇଁ ଚାହିଁ ଥାନ୍ତି ସେମାନେ ଜାଣି ନଥାନ୍ତି ତାଙ୍କ ଅଧିକାର କଣ ରହିଛି । ଆମ ଆଇନରେ ବାପାର ସମ୍ପତ୍ତି ଉପରେ ଝିଅର ଅଧିକାର ଅଛି । ସମ୍ପତ୍ତି ତିନି ପ୍ରକାରର କୌତକ ସମ୍ପତ୍ତି ଉପରେ ଝିଅର ବାର୍ଥ ରାଇଟ ଅଛି । ଝିଅ ମାନେ ଜାଣି ପାରନ୍ତି ନାହିଁ ଯେ ତାଙ୍କର କଣ ସବୁ ଅଧିକାର ଅଛି ।

ଝିଅଟି ବାହା ହେଇଗଲା ପରେ ତା ପାଇଁ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ ସେ ଭାବେ ତାର ଭାଗ ସେ ପାଇ ଯାଇଛି ଆଉ ତାର ଏଠୁ କିଛି ଭାଗ ନାହିଁ । ହେଲେ ବନ୍ଧୁଗଣ ଏଇଟା ଭୁଲ ଝିଅର ଅଧିକାର ବାପ ସମ୍ପତ୍ତି ଉପରେ ନିଶ୍ଚିତ ଭାବରେ ଅଛି । ହେଲେ ଯେଉଁ ସମ୍ପତ୍ତିଟି ବାପା କିଣିଛି ବା ମା କିଛି ସେଥିରେ କାହାର ବି ଅଧିକାର ନାହିଁ ଏଣିକି ସେ ପୁଅ ହେଇ ଥାଉ କି ଝିଅ ।

ସେ ସମ୍ପତ୍ତି ବାପା-ମା ଯାହାକୁ ଚାହିଁବେ ତାକୁ ଦେଇ ପାରିବେ । ଯଦି ବାପା-ମା ସେ ସମ୍ପତ୍ତିର ଭାଗ ନ କରିବେ ତା ହେଲେ ସେ ସମ୍ପତ୍ତିର ଭାଗ ହେବ । ପୁଅ ବି ଅଧା ପାଇବ ଝିଅବି ଅଧା ପାଇବ । ଯଦି ବାପାଙ୍କର ହଠାତ ମୃତ୍ୟୁ ହେବ ତା ହେଲେ ସେ ସମ୍ପତ୍ତି ସମସ୍ତଙ୍କ ନାମରେ ରହିବ ତା ପରେ ସମସ୍ତେ ସେହି ସମ୍ପତ୍ତିକୁ ଭାଗ କରିବେ । ବିବାହିତା ଝିଅ ଆଉ ଅବାବିହାତିଆ ଝିଅ ମାନଙ୍କ ପାଇଁ କୌଣସି ଅଲଗା ନିୟମ ନାହିଁ ସମସ୍ତଙ୍କର ସମାନ ଅଧିକାର ଅଛି । 


ଅବାବିବାହିତା ଝିଅ ମାନେ ନିଜ ଘରେ ବି ରହି ପାରିବେ ତାଙ୍କ ପରିବାର ଲୋକ ତାଙ୍କୁ ବାହାର ବି କରିପାରିବେ ନାହିଁ । ଯେତେବେଳେ ଗୋଟେ ଝିଅ ବାହା ହେଇଯାଏ ସମସ୍ତେ ଭାବନ୍ତି ସେ ଏପଟରୁ ବି ପାଇବ ସେପଟରୁ ବି ପାଇବ । ବନ୍ଧୁଗଣ ଝିଅର ଦୁଇ ପକ୍ଷରୁ ପାଇବାର ଅଧିକାର ଅଛି । ସେ ବାପ ଘରୁ ପାଇବାର ଅଧିକାର ଅଛି ଆଉ ଶଶୁର ଘରୁ ପାଇବାର ଅଧିକାର ଅଛି ।

ଯଦି ବାପା ଘର ସଦସ୍ୟ କୌଣସି ବିଜନେସ କରୁଛନ୍ତି ତା ହେଲେ ମଧ୍ୟ ଝିଅ ସେହି ବିଜନେସର ସେୟାର ନେଇ ପାରିବେ । ଯଦି ସେମାନେ ଦେବେ ନାହିଁ ତା ହେଲେ ଝିଅ ପିଟିସନ ଦାଖଲ କରି ନେଇ ପାରିବେ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *