ନମସ୍କାର ବନ୍ଧୁଗଣ ତେବେ ବାପାଙ୍କ ସମ୍ପତ୍ତିରେ ଝିଅର ଅଧିକାରକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ । ବାପାଙ୍କ ସହ ସମ୍ପର୍କ ନରଖିଲେ ଝିଅକୁ ତା’ର ଅବଶ୍ୟକତା ପାଇଁ ମିଳିବନି କୌଣସି ଖର୍ଚ୍ଚ । ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ତେବେ କୋର୍ଟଙ୍କ କହିବା ମୁତାବକ, ଯଦି ଝିଅ ବାପାଙ୍କ ଠାରୁ ଅଲଗା ରହୁଥାଏ ବା ବାପାଙ୍କ ସହ କୌଣସି ସମ୍ପର୍କ ନରଖେ ତେବେ ବାପା, ଝିଅର କୌଣସି ଖର୍ଚ୍ଚ ବହନ କରିବାକୁ ବାଧ୍ୟ ନୁହଁନ୍ତି ।
ଜଷ୍ଟିସ୍ ସଂଜୟ କିଶନ୍ କୌଲ ଓ ଏମଏମ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏକଦମ୍ପତ୍ତିଙ୍କର ଛାଡପତ୍ର ମାମଲାର ପିଟିସନ୍ ଶୁଣାଣି ସମୟରେ ଏପରି ରାୟ ଦେଇଛନ୍ତି । ଏହି ଛାଡପତ୍ର ମାମଲାରେ ପତ୍ନୀ ନିଜ ସ୍ୱାମୀଙ୍କ ଠାରୁ ଅର୍ଥ ଦାବି କରିଥିଲେ । ଅଦାଲତ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ସମସ୍ତ ଦାବି ପୂରଣ କରିବା ସହ ୧୦ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨ ମାସ ଭିତରେ ଏହି ଟଙ୍କା କୋର୍ଟରେ ଜମା କରିବାକୁ କୋର୍ଟ କହିଥିବାବେଳେ ଏ ସମସ୍ତ ଅର୍ଥ କେବଳ ତାଙ୍କ ପତ୍ନୀଙ୍କୁ ଦିଆଯିବ ବୋଲି କହିଛନ୍ତି।
ଏଥିରେ ବ୍ୟକ୍ତିଙ୍କ ଝିଅର କୌଣସି ଭାଗ ରହିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଝିଅର ଶିକ୍ଷା ଓ ବାହାଘର ଖର୍ଚ୍ଚକୁ ନେଇ ଅଭିଯୋଗକାରୀ ପତ୍ନୀ ପ୍ରଶ୍ନ ଉଠାଇଥିଲେ । ହେଲେ ଏହାର ଜବାବରେ କୋର୍ଟ କହିଥିଲେ ଯେ, ଝିଅର ବୟସ ଏବେ ୨୦ ବର୍ଷ । ଭବିଷ୍ୟତର ରାସ୍ତା ବାଛିବା ପାଇଁ ତା’ର ଅଧିକାର ଅଛି । ତେଣୁ ଝିଅର ଶିକ୍ଷା ପାଇଁ ସ୍ୱାମୀଙ୍କୁ ଅର୍ଥ ଦାବି କରିପାରିବେ ନାହିଁ ପତ୍ନୀ ।
ଝିଅ ବାପାଙ୍କ ଠାରୁ କୌଣସି ଅର୍ଥ ଦାବି କରିବାକୁ ହକଦାର ନୁହେଁ । କିନ୍ତୁ ପ୍ରତିପକ୍ଷ ଅର୍ଥାତ୍ ବାପା ଯଦି ପତ୍ନୀଙ୍କ ଠାରୁ ଛାଡପତ୍ର ପରେ ମଧ୍ୟ ସ୍ୱେଚ୍ଛାକୃତ ଭାବେ ଝିଅକୁ ଆର୍ଥିକ ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ସେଥିରେ କୌଣସି ସମସ୍ୟା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ସୂଚନା ମୁତାବକ ୧୯୯୮ମସିହାରେ ଅଭିଯୋଗ କରିଥିବା ଦମ୍ପତ୍ତି ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ ।
ପରେ ୨୦୦୧ରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ।ସେତେବେଳେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ତେଣୁ ପରବର୍ତ୍ତୀ ସମୟରେ ପତ୍ନୀ ଝିଅର ହକ୍ ଦାବି କରି କୋର୍ଟରେ ପିଟିସନ୍ ଦାଏର କରିଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।