ବାପାଙ୍କ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଏମିତି କହିଲେ ପୁଅ Amlan Das, ଶୁଣିଲେ କାନ୍ଦି ପକେଇବେ ଆପଣ !

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ଆଜି ସେ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଗତ କାଲି ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ମିହିରଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ ।

ତେବେ ଗତ କିଛି ସମୟ ପୂର୍ବରୁ କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି । ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ମିହିର ଦାସଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଂପୂର୍ଣ୍ଣ ରୂପେ ଦୁଃଖରେ ଭାଙ୍ଗି ପଡିଛନ୍ତି । ତାଙ୍କ ଦୁଇ ପୁଅ ଓ ବୋହୁ ଶୋକର ସାଗରରେ ଭାସି ଯାଇଛନ୍ତି । ଏହା ସହିତ ଓଡିଶାର ପ୍ରତ୍ୟକ ଲୋକ ମିହିର ଦାସଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି । ଏମିତିକି ମୁଖ୍ୟମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ମଧ୍ୟ ମିହିର ଦାସଙ୍କ ପାଇଁ ଶୋକ ପ୍ରାର୍ଥନା କରିଛନ୍ତି । ଆଜି ମିହିରଙ୍କ ଶବ ସତ୍କାର କଟକ ସତୀଚଉରାରେ ହୋଇଛି ।

ତାଙ୍କ ଶବ ସତ୍କାରରେ ଅନେକ ଓଡିଆ କଳାକାର ମାନେ ଯୋଗ ଦେଇଥିଲେ । ତେବେ ଆଜି ମିହିର ଦାସଙ୍କ ଶବ ସତ୍କାର କରି ଯେତେବେଳେ ଅମ୍ଳାନ ନିଜ ଘରକୁ ଆସିଥିଲେ ସେତେବେଳେ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଷ୍ଟୋରି ଅପଲୋଡ କରିଥିଲେ । ସେହି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଥିଲେ ‘ଦ ସୋ ମଷ୍ଟ ଗୋ ଅନ୍’ ଏହାର ଅର୍ଥ ହେଉଛି ପଦର୍ଶନ ଚାଲୁ ରହିବା ଦରକାର ।

ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ପୋଷ୍ଟଟି କରିବା ପରେ ତାଙ୍କ ଫ୍ୟାନ୍ସ ମାନେ ଓ ଓଡିଶା ବାସୀ ତାଙ୍କୁ ବହୁତ ଶାନ୍ତନା ଦେଇଥିଲେ । ବନ୍ଧୁଗଣ ମିହିର ଯିବା ପରେ ବର୍ତ୍ତମାନ ତାଙ୍କ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ତାଙ୍କ ପରିବାର ଲୋକ ଏହି କଥାଟିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ତେବେ ବନ୍ଧୁଗଣ ମିହିର ଦାସଙ୍କ ଆମର ଆତ୍ମାକୁ ଶାନ୍ତି ମିଳୁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *