ବାପା Mihir Das ଙ୍କ ମୃତ୍ୟୁ ପୂର୍ବରୁ ମିଡିଆ ଆଗରେ କିଛି ଏମିତି କହିଲେ ପୁଅ Amlan Das, ଦେଖନ୍ତୁ Video

ବନ୍ଧୁଗଣ ଆଜି ମିହିର ଦାସ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ତେବେ ଗତ କିଛି ସମୟ ପୂର୍ବରୁ କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି । ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି ।

ଗତ କାଲି ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ ।ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ହେଲେ ବନ୍ଧୁଗଣ ଗତ କାଲି ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି ।

ଯେତେବେଳେ ସେ ଚିକିତ୍ସିତ ହେଉଥିଲେ ସେତେବେଳେ ଅମ୍ଳାନ ଦାସ ଶେଷ ଥର ପାଇଁ ନିଜ ବାପାଙ୍କ ବିଷୟରେ କହିଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅମ୍ଳାନ ସେତେବେଳେ କହିଥିଲେ-‘ସାରଙ୍କ ଅବସ୍ଥା ଏବେ ଯେହେତୁ ୪୮ ଘଣ୍ଟା ହେଇଛି ତେଣୁ ମେଡ଼ିସିନ୍ସ ଗୁଡା ଆସ୍ତେ ଆସ୍ତେ ନିଜ କାମ ଦେଖାଇବା ଆରମ୍ଭ କଲାଣି ଆଉ ସେ ଆସ୍ତେ ଆସ୍ତେ ରିକୋଭର କରିବା ବି ଆରମ୍ଭ କଲେଣି । ଯେହେତୁ ଏତେ ଦିନର କିଡ୍ନି ରୋଗ ଥିଲା ତେଣୁ ତାର ରିଆକ୍ସନଟା ହେବା ସ୍ଵାଭାବିକ ହେଲେ ସେ ବାହାରିକି ଆସିବେ କେବଳ ଆପଣ ମାନଙ୍କର ଭଲ ପାଇବା ଓ ଆଶୀର୍ବାଦ ଏତିକି ଦରକାର’ ।

ଆଗକୁ ଅମ୍ଳାନ କହିଛନ୍ତି-‘ଟେଷ୍ଟ କରିବା ପରେ ତିନି ବର୍ଷ ପୂର୍ବରୁ ତାଙ୍କର କିଡ୍ନି ସମସ୍ୟା ବାହାରିଥିଲା ଯେହେତୁ ଡାଇବେଟିସ ଥିଲା ତେଣୁ ତାର ରିଆକ୍ସନରେ ଆଖି ହେଉ ବା କିଡ୍ନି ହେଉ କିଛି ବି ଇଫେକ୍ଟ କରିବ ଯେହେତୁ କିଡ୍ନିକୁ ଇଫେକ୍ଟ କରିଲା ତେଣୁ ତିନି ବର୍ଷ ହେବ ସେ ଚିକିତ୍ସାରେ ଥିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅମ୍ଳାନ ଶେଷ ଥର ପାଇଁ ନିଜ ବାପାଙ୍କ ବିଷୟରେ କହିଥିଲେ ।

Leave a Reply

Your email address will not be published. Required fields are marked *