ନାବାଳକଙ୍କ ପ୍ରେମରେ ପଡି 2 ସନ୍ତାନର ମା’ କରିଲେ ଏମିତି କାମ…ଧରା ପଡିବା ପରେ ଯାହା ହେଲା ଶୁଣିଲେ ଆପଣ କାବା ହେଇଯିବେ ! ଦେଖନ୍ତୁ ଏହି Video

ନାବାଳକ ପ୍ରେମରେ ଉବୁଡୁବୁ ହେଲେ ବାପଘର ଯିବାକୁ କହି ସ୍ଵାମୀଙ୍କୁ ୩୦୦ ଟଙ୍କା ମାଗିଲେ ଆଉ ତା ପରେ ନିଜ ନାବାଳକ ପ୍ରେମିକ ସହ ଚମ୍ପଟ ମାରିଲେ ପ୍ରେମିକା । ଏଭଳି ଏକ ଚାଞ୍ଚଲ୍ୟକାର ଖବର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କଚେରୀ ଗାଁରୁ ଆସିଛି । ବନ୍ଧୁଗଣ ବର୍ତ୍ତମାନ ସାରା ଓଡିଶାରେ ଏହି ଖବରକୁ ନେଇ ଚର୍ଚା ଜୋର ସୋର ଧରିଛି ଓ ସୋସିଆଲ ମିଡିଆରେ ଏହି ଘଟଣାଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ଜଣେ ୩୫ ବର୍ଷୀୟ ମହିଳା ନିଜ ପ୍ରେମିକ ସହ ଫେରାର ଥିବାରୁ ସ୍ଵାମୀଙ୍କ ହାତରେ ଧରା ପଡିଥିଲେ । ତାଙ୍କୁ ତାଙ୍କ ସ୍ଵାମୀ ଯେତେ ବୁଝାଇ ଥିଲେ ମଧ୍ୟ ସେ ତାଙ୍କ ପ୍ରେମିକକୁ ଛାଡିବା ପାଇଁ ସିଧା ସିଧା ମନା କରିଦେଇଥିଲେ ।

ଏପରିକି ସେହି ସ୍ଥାନରେ ଥିବା ଅନ୍ୟ କେତେକ ମହିଳା ମାନେ ମହିଳାଙ୍କୁ ବୁଝାଇବା ବେଳେ ମହିଳା ତାଙ୍କୁ ମଧ୍ୟ ଛେଚି ଥିଲେ । ଅଭିଯୋଗ ଅନୁସାରେ ଧଳାବାଣୀ ପଞ୍ଚାୟତର ଜଣେ ବିବାହିତା ମହିଳା ବଡ ଦେଉଳି ଗାଁର ଜଣେ ନାବାଳକକୁ ପ୍ରେମ କରୁଥିଲେ । ତେବେ ସେ ନିଜ ସ୍ଵାମୀଙ୍କୁ ବାପଘରକୁ ଯିବା କଥା କହି ଟଙ୍କା ମାଗିଲେ । ଏହା ପରେ ସେ ବାପଘରକୁ ନଯାଇ ନାବାଳକ ପ୍ରେମିକ ସହ ଚମ୍ପଟ ମାରିଲେ ।

ପରେ ସ୍ଵାମୀ ଶଶୁର ଘର ଫୋନ କରିବାରୁ ଜାଣିଥିଲେ ତାଙ୍କ ସ୍ତ୍ରୀ ଶଶୁର ଘରେ ପହଞ୍ଚି ନାହାନ୍ତି । ଏହା ପରେ ତାଙ୍କ ସ୍ଵାମୀ ବ୍ୟସ୍ତ ହୋଇଯାଇଥିଲେ ଓ ଅନେକ ଚେଷ୍ଟା ପରେ ସତ୍ୟତା ଜାଣି ପାରିଥିଲେ । ତାଙ୍କ ସ୍ଵାମୀ ଜାଣି ପାରିଲେ ଯେ ମହିଳା ସାହାପଡାରେ ଲୁଚି ରହିଛନ୍ତି । ନାବାଳକଙ୍କ ପରିବାର ଓ ମହିଳାଙ୍କ ସ୍ଵାମୀ ତାଙ୍କୁ ବୁଝାଇ ଥାନାକୁ ଆଣିଥିଲେ । କଚେରୀ ପରିସରକୁ ଆସିବା ପରେ ମଧ୍ୟ ମହିଳା ଜଣକ ନାବାଳକକୁ ଛାଡୁ ନଥିଲେ । ଯାହାଫଳରେ ଉଭୟ ପକ୍ଷ ବଳ ପୂର୍ବକ ମହିଳା ଓ ନାବାଳକଙ୍କୁ ଅଲଗା କରିଥିଲେ ।

ତେବେ ଏହି ଘଟଣା ପରେ ମହିଳାଙ୍କ ସ୍ଵାମୀ ତାଙ୍କୁ ଆପଣାଇବାକୁ ମନା କରିଦେଇଥିବା ବେଳେ ନାବାଳକକୁ ବୁଝାଇ ଘରକୁ ନେଇଛନ୍ତି ତାଙ୍କ ପରିବାର ଲୋକେ । ଅନ୍ୟ ପକ୍ଷରେ ମହିଳାଙ୍କର ଦୁଇଟି ସନ୍ତାନ ଥିବା କଥା ତାଙ୍କ ସ୍ଵାମୀ କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *