ବାପା ବିକୁଥିଲେ ବରା କାକରା ! ଝିଅ ହେଲେ ଜଜ… କହିଲେ ନିଜ ସଫଳତାର କାହାଣୀ ଶୁଣି ଆପଣ ବି କରିବେ ପ୍ରଶଂସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିଚାରପତି ହେଲେ ଜଳଖିଆ ଦୋକାନୀଙ୍କ ଝିଅ । ହଁ ବନ୍ଧୁଗଣ ଯିଏ ଦିନେ ସରକାରୀ ଓକିଲ ହୋଇ କୋର୍ଟରେ ବଳିଷ୍ଟ ଯୁକ୍ତି ବାଢୁଥିଲେ । ସେ ବର୍ତ୍ତମାନ ସମୟରେ ଜଜ ସିଟରେ ବସିବାକୁ ଯାଉଛନ୍ତି । ଲୋକ ମାନଙ୍କ ପାଇଁ ଯିଏ ଲଢୁଥିଲେ ସେ ଆଜି ଲୋକଙ୍କ ପାଇଁ ନ୍ୟାୟ ବିଚାର କରିବେ । ଆଗାମୀ ସମୟରେ ଜଜ ଆସନରେ ବସିବା ପାଇଁ ଯାଉଥିବା ମହିଳା ଜଣଙ୍କ ହେଉଛନ୍ତି ବାରିପଦାର ଝିଅ ଅନୁଶ୍ରୀ ଜେନା ।

ଅନୁଶ୍ରୀଙ୍କ କହିବା ଅନୁସାରେ ତାଙ୍କର ବାପାଙ୍କର ଗୋଟିଏ ଜଳଖିଆ ଦୋକାନଟିଏ ଥିଲା । ସେହି ଦୋକାନରୁ ପରିଶ୍ରମିକ ଯାହା ମିଳୁଥିଲା । ସେଠାରେ ତାଙ୍କର ସଂପୂର୍ଣ୍ଣ ପରିବାର ପୋଷଣ ହେଉଥିଲା । ସେ କହିଛନ୍ତି ପରିବାରରେ ବାପା, ମାଆ ଓ ୬ ଟି ଝିଅ । ତେବେ ବହୁତ ଅଭାବ ଓ ଅନାଟନ ମଧ୍ୟରେ ତାଙ୍କ ଝିଅ ମାନଙ୍କୁ ପାଠସଠ ପଢାଇ ମଣିଷ କରିପାରିଛନ୍ତି ।

୬ ଟି ଝିଅ ଥାଇ ମଧ୍ୟ ଗୋଟିଏ ବୋଲି ପୁଅ ନଥିବାରୁ ଘର ଲୋକେ ସବୁବେଳେ ଚିନ୍ତା କରୁଥିଲେ । ତେବେ ଅନୁଶ୍ରୀ ନିଜର ପାଠ ପଢା କ୍ଷେତ୍ରରେ ନିଜର ପରିବାର ବର୍ଗଙ୍କ ତରଫରୁ ବହୁତ ସପର୍ଟ ମିଳିଥିଲା । ତେବେ ଅନୁଶ୍ରୀ ଓଜେଏସ ପରୀକ୍ଷାରେ ୧୪ ତମ ସ୍ଥାନ ଅଧିକାର କରିଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ବାରିପଦାର ମଧୁବନ ପ୍ରାଥମିକ ସ୍କୁଲରୁ ଶିକ୍ଷା ଆରମ୍ଭ କରିଥିଲେ ।

ତାପରେ ମାଟ୍ରିକ ପାସ କରି ଏମପିସି ଜୁନିଅର କଲେଜରେ +୨ ରେ ବିଜ୍ଞାନରେ ନାମ ଲେଖାଇ ଥିଲେ । ତାପରେ କେମେଷ୍ଟ୍ରିରେ ଗ୍ରାଜୁଏସନ କରିଥିଲେ । ଗ୍ରାଜୁଏସନ ପଢିସାରିବା ପରେ ଲ କଲେଜରେ ପଢଥିଲେ । ଲ ପଢିସାରିବା ପରେ ଓଜେଏସ ପାଇଁ ସମସ୍ତେ ପରାମର୍ଶ ଦେଇଥିଲେ ।

ତେବେ ଆର୍ଥିକ ଅଭାବ ଓ ଅନାଟନ ସତ୍ବେ ମଧ୍ୟ ସେ ଓଜେଏସ ପାଇଁ ୧ ବର୍ଷ କଟକରେ କୋଚିଙ୍ଗ ନେଇଥିଲେ ।  ତାପରେ ଘରକୁ ଆସି ଓକିଲାତି କରିବା ପାଇଁ ମନ ବଳାଇଥିଲେ । ଗତ ୫ ବର୍ଷ ହେଲା ବାରିପଦା ଏଡିଯେଏମ କୋର୍ଟରେ ସେ ସରକାରୀ ଆଇନଜୀବିଭାବରେ ଓକିଲାତି କରୁଥିଲେ । ତେବେ ଝିଅ ଅନୁଶ୍ରୀ ଏପରି ସଫଳତା ଦେଖି ବାପା, ମାଆ ତଥା ସଂପୂର୍ଣ୍ଣ ପରିବାର ବର୍ଗ ବହୁତ ହିଁ ଖୁସି ଅଛନ୍ତି ।

କାରଣ ଦୀର୍ଘ ଦିନର ପ୍ରଚେଷ୍ଟା ପରେ ତାଙ୍କ ଝିଅକୁ ଆଜି ଏତେ ବଡ ସଫଳତା ମିଳିପାରିଛି । ଏହା ସହିତ ସମଗ୍ର ଗାଁରେ ଅନୁଶ୍ରୀଙ୍କୁ ଉତ୍ସବ ମୁଖର ପରିବେଶ ହୋଇଯାଇଛି । ତେବେ ଅନୁଶ୍ରୀଙ୍କର ଏହି ସଫଳତା ପାଇଁ ସବୁ ଦିଗରୁ ବଧାଇର ସୁଅ ଛୁଟି ଆସୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *