‘ବାପା ଆଜି ତମ କଥା ଭାରି ମନେ ପଡୁଛି’ ବାପାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସମୟରେ ଆଖିର ଅମାନିଆ ଲୁହଗୁଡାକୁ ଅଟକାଇ ପାରିଲେନି ରୁଦ୍ର ମହାରଥୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ପିପିଲି ନିର୍ବାଚନ ର ପ୍ରଚାର ବହୁତ ଜୋର ଶୋର ରେ ଚାଲିଥିଲା ଏବଂ ଭୋଟ ଦାନ ପ୍ରକ୍ରିୟା ମଧ୍ୟ ଖୁବ ଭଲ ରେ ଭଲରେ ହୋଇ ଯାଇଥିଲା ତେବେ ଆଜି ତାର ଶୁଭ ଫଳାଫଳ ଜଣା ପଡିବ । ପିପିଲି ଗାଦି ରେ କିଏ ବସିବ ଗାଦି ରେ ହୋ ହଲା ରେ ଫା-ଟି ପଡୁଛି ପିପିଲି ତେବେ ଏହି ସବୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଏକ ଲୁହ ଭିଜା ଦୃଶ୍ୟ ଦେଖିବାକୁ ମିଳିଛି ।

ଗୋଟିଏ ପଟେ ପୁଅ ରୁଦ୍ର ମହାରଥୀ ଙ୍କ ଭାଗ୍ୟ ପରୀକ୍ଷା ଏବଂ ଅନ୍ୟ ପଟେ ବାପା ଙ୍କ ପ୍ରତି ମୂର୍ତ୍ତି ଉନ୍ମୋଚନ । ଶୁଭ ଦିନରେ ବାପାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ରେ ଯୋଗ ଦେଇଛନ୍ତି ରୁଦ୍ର ମହାରଥୀ ବାପାଙ୍କ ପ୍ରତି ମୂର୍ତ୍ତି ରେ ଫୁଲ ମାଳ ପିନ୍ଧାଇବା ବେଳେ ତାଙ୍କ କୋହ କୁ ସେ ସମ୍ଭାଳି ପାରୁନାହାନ୍ତି । ଆଖିରୁ ଲୁହ କୁ ପୋଛି ସେ ନିଜ ବାପା ଙ୍କ ଗାଲ କୁ ଆଉଁସି ଦେଉଛନ୍ତି । ଯେମିତି କହୁଛନ୍ତି କି ବାପା ତୁମେ ଆଜି ଥିଲେ କେତେ ଖୁସି ହୋଇଥାନ୍ତ ।

ତେବେ ସେହି ପ୍ରତିମୂର୍ତ୍ତି ତଳେ ବସି ରହିଛନ୍ତି ମାତା ପ୍ରତିଭା ମହାରଥୀ, ଭଉଣୀ ପଲ୍ଲବୀ ମହାରଥୀ ଙ୍କ ଆଖିରୁ ମଧ୍ୟ ଲୁହ ଝରି ଯାଉଛି । ତେବେ କୁହାଯାଏ ବାପା ଥିଲେ ପୁଅ ସଭାରେ ହାରେ ନାହିଁ । ଆଜି ବାପା ନାହାନ୍ତି କିନ୍ତୁ ରୁଦ୍ର ନିଜ ମାଆ ଙ୍କ ଆଶୀର୍ବାଦ କୁ ନେଇ ନିଜର ବିଜୟ ଯାତ୍ରା କରିବେ ଏବଂ ବିଜୟ ବାନା ଉଡେଇବେ ବୋଲି ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି । ତେବେ ପୁଅ ବାପା କୁ ଏହି ଦିନ ରେ ବହୁତ ଝୁରୁଛନ୍ତି ।

କିନ୍ତୁ ନିଜ ମନରେ ଏହା ବିଶ୍ୱାସ ମଧ୍ୟ ରହିଛି କି ବାପା ଯେଉଁଠି ବି ଥାଆନ୍ତୁ ସଦା ସର୍ଵଦା ତାଙ୍କ ଉପରେ ଆଶୀର୍ବାଦ ରଖିଥିବେ । ତେବେ କେବଳ ମହାରଥୀ ପରିବାର ନୁହେଁ ବରଂ ସମଗ୍ର ଓଡିଶା ବାସୀ ଆଜି ପ୍ରଦୀପ ମହାରଥୀ ଙ୍କୁ ଖୁବ ମନ ପକାଉଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଏବଂ ଆଶା କରୁଛୁ ତାଙ୍କର ଆତ୍ମା କୁ ଶାନ୍ତି ମିଳୁ ।

Leave a Reply

Your email address will not be published. Required fields are marked *