‘ମୋ ଲୋକଙ୍କର କିଛି ହେଲେ କାହାରୀକୁ ଛାଡିବିନି…’ ବନ୍ୟା ସ୍ଥିତିର ସମୀକ୍ଷା କଲେ ବିଧାୟକ Rudra Maharathy, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି l ଫଳରେ ଚିନ୍ତାରେ ଏବେ ନଦୀ କୂଳିଆ ଲୋକେ l କେନ୍ଦ୍ରାପଡା ଜିଲ୍ଲାର ଲୁଣା, କରାଣ୍ଡିଆ, ଚିତ୍ରୋପୋଳା, ପାଇକା ନଦୀରେ ଜଳସ୍ତର ଲଗାତର ଭାବରେ ବଢିବାରେ ଲାଗିଛି । ବିଶେଷ ଭାବେ ଡେରାବିଷ, ଗରଦପୁର, ମାର୍ଶାଘାଇ ମହାକାଳପଡ଼ାର ତଳିଆ ଅଞ୍ଚଳ ପ୍ରଭାବିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ତେବେ ନଦୀ ବନ୍ୟା ଜଳସ୍ତର ବୃଦ୍ଧି ଲାଗି ତଳିଆ ଅଞ୍ଚଳରେ ପାଣି ପଶିଛି । ମାର୍ଶାଘାଇ ବ୍ଲକ ଅୟତିପୁର ପଞ୍ଚାୟତ  ଢ଼ିଅବଳ ରାମପୁର, ପଖଟ, କଣିବାଙ୍କ, ଜଳପୋକ, ବଟିରା ଗରଦପୁର ବ୍ଲକ୍‌ର ହୁରା ସାହି, ଶିଶୁଆ, ସଠିଲୋ, ସଲାର ଜଳପୋକ ଗାଁ ଆଦି ପାଣି ଘେରରେ ରହିଛି ।  ସେପଟେ ବନ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି ।

ଦୁର୍ବଳ ଥିବା ବିଭିନ୍ନ ନଦୀ ବନ୍ଧ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରାଯାଇ ନଜର ରଖାଯାଇଛି । ବିଶେଷ କରି ତଳିଆ ଅଞ୍ଚଳରେ ଥିବା ୧୫ଟି ପଞ୍ଚାୟତ ଉପରେ ନଜର ରଖାଯାଇଛି । ବନ୍ୟା ପାଣି ଗାଁରେ ପଶିଲେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ଉଦ୍ଧାର ଓ ରିଲିଫ କାର୍ଯ୍ୟ କରିବା ପାଇଁ ଜିଲ୍ଲାରେ ଏନଡ଼ିଆରଏଫର ଗୋଟିଏ ଟିମ, ଓଡ୍ରାଫର ଦୁଇଟି ଟିମ ଓ ଅଗ୍ନିଶମ ବିଭାଗ ୪ ଟିମ ବ୍ଲକରେ ନିୟୋଜିତ ଅଛନ୍ତି ।

ତେବେ ମହାନଦୀର ବନ୍ୟାଜଳ ତଳିଆ ଅଞ୍ଚଳରେ ପ୍ରବେଶ କରିଛି । ପୁରୀ ଜିଲ୍ଲା ପିପିଲିରେ ଦୟାନଦୀ ଭାରତୀପୁର କାଜରୁ ମାଡ଼ିଛି ବନ୍ୟା ଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ପିପିଲି ଭାରତୀପୁର, କଣ୍ଟପୁର ସହିତ ହାଟସାହିର ମିର୍ଜାପୁର ଅଞ୍ଚଳ ପ୍ରଭାବିତ ହୋଇଛି । ଲୋକମାନେ ଭୟଭୀତ ହୋଇଛନ୍ତି । ବନ୍ୟାଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।

ତେବେ ସୋମବାର ରାତିରେ ପୁରୀ ଜିଲ୍ଲାର ପିପିଲିରେ ଦୟାନଦୀ ଭାରତୀପୁର କାଜରୁ ମାଡିଯାଇଛି ବନ୍ୟା ଜଳ । ଏକର ଏକର ଚାଷ ଜମି ଜଳମଗ୍ନ ହୋଇଛି । ଏହି ବନ୍ୟା ପାଣିରେ ପ୍ରଭାବିତ ହେବ ପିପିଲିର ଭାରତୀପୁର, କଣ୍ଟପୁର ସହିତ ହାଟସାହିର ମିର୍ଜାପୁର ଅଞ୍ଚଳ । ବନ୍ୟାସ୍ଥିତି ନେଇ ଆତଙ୍କିତ ହୋଇଛନ୍ତି ତଳିଆ ଅଞ୍ଚଳର ଲୋକେ ।


ସେପଟେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଭାରତୀପୁର ଓ କଣ୍ଟି ଅଞ୍ଚଳ ପରିଦର୍ଶନ କରି ବନ୍ୟାର ସ୍ଥିତି ସମୀକ୍ଷା କରିଛନ୍ତି । ତଳିଆ ଅଞ୍ଚଳରେ ଲୋକ ମାନଙ୍କୁ ଭୟଭୀତ ନ ହୋଇ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ବନ୍ୟା ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବାବେଳେ ଜଳସେଚନ ବିଭାଗ ସଜାଗ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ ।

ତେବେ ସେପଟେ ଆଜି ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯୋଗାଯୋଗରେ ଯେପରି ବିଭ୍ରାଟ ନ ହୁଏ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *