ମୁଣ୍ଡଳୀରେ ବନ୍ୟା ପାଣି ଦେଖି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ Sura, କହିଲେ ‘ରାଜ୍ୟ ସରକାର ଖାଲି ଚୁପ ହୋଇକି ବସିଛନ୍ତି…ଛତିଶଗଡ ମନଇଛା…’

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ତ ଜାଣିଥିବେ ଯେ, ଛତିଶଗଡ଼ ର ବେଆଇନ କାର୍ଯ୍ୟ ପାଇଁ ଆଜି ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି । ଛତିଶଗଡ଼ ବେଆଇନ ଭାବରେ ଡ୍ୟାମ ନିର୍ମାଣ କରିଲା ଆଉ ଏବେ ପାଣି ଘେର ରେ ଅଧା ରାଜ୍ୟ । ଛୋଟବଡ଼ ଡ୍ୟାମ କରି ପାଣି ଅଟକାଇବାକୁ କରିଛି ମାଷ୍ଟର ପ୍ଲାନ । ଅନ୍ୟ ପାଇଁ ଖୋଳିଥିବା ଗାତରେ ନିଜେ ପଡ଼ିଛି ଛତିଶଗଡ଼ ରାଜ୍ୟ । ସମ୍ପୂର୍ଣ୍ଣ ରାଜ୍ୟ ରେ ବନ୍ୟା ର ପରିସ୍ଥିତି ।

ସରକାର ଙ୍କ ଖାମ ଖ୍ୟାଲି ନୀତି ପାଇଁ ଏବେ ରାଜ୍ୟ ଉବୁଟୁବୁ । କେନ୍ଦ୍ର ଜଳ ଆୟୋଗ ବା ସିଡବ୍ଲୁସି ର ବିନା ଅନୁମତି ରେ ସରକାର ଯେଉଁ ବେଆଇନ ପ୍ରକଳ୍ପ ନିର୍ମାଣ କରିଛନ୍ତି ତା’ର ପରିଣାମ ଭୋଗୁଛନ୍ତି ଛତିଶଗଡ଼ ବାସିନ୍ଦା । ତେବେ ଏହି ସମ୍ବନ୍ଧରେ କଂଗ୍ରେସ ସାଂସଦ ସୁର ରାଉତରାୟ ନିଜର ମତାମତ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ, ବନ୍ୟା ପାଣି ବଢ଼ିଛି ତାହା ଦେଖି ବହୁତ ଆନନ୍ଦ ଲାଗୁଛି । କିନ୍ତୁ ଏହି ଯେଉଁ ବନ୍ୟା ର ପରିସ୍ଥିତି ସୃଷ୍ଟି ହୋଇଛି ସେଥିପାଇଁ ଛତିଶଗଡ଼ ଦାୟୀ । ସେ କହିଛନ୍ତି ଯେ, ଓଡ଼ିଶା ସରକାର ଙ୍କ ବେଖୟଲୀ ନୀତି ମଧ୍ୟ ଏଥିପାଇଁ ମୁଖ୍ୟ ଦାୟୀ । ଏହି ସମୟ ରେ ଛତିଶଗଡ଼ ର କଥା ଶୁଣିବା ଉଚିତ ନୁହେଁ ।

ଆମ ପାଣି ଯେମିତି ଭବିଷ୍ୟତ ରେ ବନ୍ଧ ପକାଇ ରହିବ ତା’ର ବ୍ୟବସ୍ଥା ନବୀନ ପଟ୍ଟନାୟକ କରନ୍ତୁ । ନବୀନ ପଟ୍ଟନାୟକ ସ୍ଵୟଂ କହିଥିଲେ ଯେ, ପନ୍ଦର ହଜାର କୋଟି ଟଙ୍କା ଖର୍ଚ୍ଚ କରି ବନ୍ଧ କରିବେ ବୋଲି । କିନ୍ତୁ ଏଭଳି କିଛି କରିଲେ ନାହିଁ । ତେଣୁ ଏହି ସମସ୍ୟା ର ତୁରନ୍ତ ସମାଧାନ ନବୀନ ପଟ୍ଟନାୟକ କରନ୍ତୁ । ନଚେତ ଏହି ବାବଦ ରେ ବିରାଟ ଜନ ଆନ୍ଦୋଳନ ହେବ ।

ତେବେ ତାଙ୍କ କହିବାନୁଯାୟୀ ରାଜ୍ୟ ସରକାର କେବଳ ଚୁପ ହୋଇକି ବସିଛନ୍ତି, ଯେଉଁ କାରଣରୁ ଛତିଶଗଡ଼ ମନଇଚ୍ଛା ବନ୍ଧ ବାନ୍ଧିଛି । ତେବେ ଛତିଶଗଡ଼ ର ଏଭଳି ବେଆଇନ କାର୍ଯ୍ୟ କୁ ନେଇ କଂଗ୍ରେସ ସାଂସଦ ସୁର ରାଉତରାୟ ନିଜର ଏହିଭଳି କିଛି ମତାମତ ମିଡିଆ ସାମ୍ନା ରେ ରଖିଛନ୍ତି । ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *