Heavy Rain Alert: ବଙ୍ଗୋପ ସାଗରରେ ଲଘୁଚାପ, ପ୍ରବଳ ବର୍ଷା ଆଣିବ ବନ୍ୟା, ରାଜ୍ୟର ଏହି 4 ଟି ଜିଲ୍ଲାକୁ Yellow Warning ଜାରି କଲା ପାଣିପାଗ ବିଭାଗ

ବନ୍ଧୁଗଣ ପାଣିପାଗ ବିଭାଗ ତରଫରୁ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି । ବଙ୍ଗପ ସାଗରରେ ୱେଲ ମାର୍କ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ । ଏହି ଲଘୁଚାପ ଅଧିକ ଘର୍ନିଭୂତ ହୋଇ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକରେ ବହୁତ ପ୍ରଭାବ ପକାଇବ । ଏହି ସବୁ ଅଞ୍ଚଳରେ ପ୍ରବଳର ଅତି ପ୍ରବଳ ବର୍ଷା ହେବ । ଏହି ୪ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଏହା ଦ୍ଵାରା ବୁଢା ବଳଙ୍ଗ ଏବଂ ସୁବର୍ଣ୍ଣ ରେଖା ନଦୀର ଜଳ ସ୍ରୋତ ବୃଦ୍ଧି ପାଇବା ସହିତ ବନ୍ୟା ସ୍ଥିତି ଉପୁଜିପାରେ ।

ଭୋଗପୁରୀ, ବାଲିଆପାଳ, ବାଲେଶ୍ଵର ଏବଂ ଭସ୍ତା ଭଳି ତଳି ଇଲାକାକୁ ବିପଦ ରହିଛି । ଦେଓଗଡ, ଅନୁଗୁଳ, ଯାଜପୁର, ଭଦ୍ରକ, ବାଲେଶ୍ଵର ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବ । ଆସନ୍ତା କାଲି ମଧ୍ୟ ରାଜ୍ୟର କିଛି ସ୍ଥାନରେ ବର୍ଷା ହେବ ଓ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବ । ୩୦ ତାରିଖ ଯାଏଁ ସମୁଦ୍ର ଭିତରକୁ ଯିବା ପାଇଁ ମତ୍ସ୍ୟ ଜୀବି ମାନଙ୍କୁ ବାରଣ କରାଯାଇଛି ।

ପାଣିପାଗ ବିଜ୍ଞାନୀ ସନ୍ଦିପ ପଟ୍ଟନାୟକଙ୍କ ମତରେ, ଆଜି ସନ୍ଧ୍ୟାରୁ ଲଘୁଚାପର ପ୍ରଭାବ ବାଲେଶ୍ଵର, କେନ୍ଦୁଝର, ମୟୂରଭଞ୍ଜ ଏବଂ ଭଦ୍ରକରେ ଦେଖିବାକୁ ମିଳିବ । ଆଜି ଠାରୁ ଆସନ୍ତା କାଲି ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏହି ଲଘୁଚାପ ବୈତରଣୀ, ବୁଢା ବଳଙ୍ଗ ଓ ମହାନଦୀ ଜଳ ସ୍ରୋତକୁ ବୃଦ୍ଧି କରିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *