ODRAF Boat Tragedy ରେ କେଉଁଠି ରହିଲା ଭୁଲ ? କାହା ମୁଣ୍ଡ ରେ ଜୁଟିଥିଲା ଏମିତି ଭୟଙ୍କର ଚିନ୍ତାଧାରା ? ଜାଣନ୍ତୁ ଏମିତି ସ୍ଥିତିରେ ବନ ବିଭାଗକୁ କଣ କରିବାର ଥିଲା, ଦେଖନ୍ତୁ ଏହି Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅକାଳ ରେ ଦୁଇଟି ମୂଲ୍ୟବାନ ଜୀବନ ଚାଲିଗଲା । ଯାହା ପାଇଁ କରାଗଲା ଏତେ ପାଲା ଶେଷ ରେ ସେ ବି ମ-ରି-ଗ-ଲା । ତେବେ ବର୍ତ୍ତମାନ ଏହା ପ୍ରଶ୍ନ ଉଠୁଛି ଯେ, ମହାନଦୀ ରେ ଅପରେସନ ଗଜରାଜ ଫେ-ଲ ପଛରେ କାହାର ତ୍ରୁ-ଟି ? କାହିଁକି ଉଦ୍ଧାର ହୋଇ ପାରିଲା ନାହିଁ ବନ୍ୟା ପାଣି ରେ ଦୀର୍ଘ ସମୟ ଧରି ଫ-ସି ରହିଥିବା ହାତୀ ? ବ୍ରିଜ ତଳୁ ହାତୀ କୁ ଘଉଡାଇବାକୁ ଓଡ୍ରାଫ ଟିମ୍ କୁ ଡାକିବାକୁ କାହା ମୁଣ୍ଡ ରେ ଜୁଟିଥିଲା ଉତ୍କଟ ଚିନ୍ତାଧାରା ?

ମୁଣ୍ଡୁଳି ବୋଟ ଟ୍ରା-ଜେ-ଡ଼ି କୁ ନେଇ ସାଧାରଣ ବହୁ ଏଭଳି ଅସମାହିତ ପ୍ରଶ୍ନ ଉଙ୍କି ମା-ରୁ-ଥି-ବା ବେଳେ ଅନେକ କିନ୍ତୁ ସିଧାସଳଖ ବନ ବିଭାଗ ର ବେଦାୟିତ୍ୱ କୁ ଦାୟୀ କରୁଛନ୍ତି । ଏହା ସହିତ ମୁଣ୍ଡୁଳି ରେ ଫ-ସି-ଥିବା ହାତୀ କୁ ଉଦ୍ଧାର କରିବା ନିମନ୍ତେ ବନ ବିଭାଗ କିଭଳି ପ୍ଲାନିଂ କରିଥିଲା ? ଏବଂ ଏହାର ପରିଣାମ କଣ ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ଏହା ସହିତ ଯଦି ସମ୍ପୂର୍ଣ୍ଣ ଘ-ଟ-ଣା-କ୍ର-ମ ଦେଖାଯାଏ ତେବେ ଅ-ଘ-ଟ-ଣ ପୂର୍ବରୁ କେବଳ ହାତୀକୁ କାନ୍ଦିଏ କଦଳୀ ଖାଇବାକୁ ଦେଇ ଯେମିତି ବେଫିକର ହୋଇ ବସି ଯାଇଥିଲା ବନ ବିଭାଗ ।

ଦୀର୍ଘ ସମୟ ପାଣି ରେ ଛିଡ଼ା ହେବା ପରେ ଶେଷରେ ହାଲିଆ ହୋଇ ପାଣି ରେ ଭାସିଗଲା ଦନ୍ତା । ପୁଣି ପ୍ରଶ୍ନ ଉଠୁଛି ରାତିରେ ଯେତେବେଳ ପର୍ଯ୍ୟନ୍ତ ହାତୀ ଟି ବ୍ରିଜ ତଳେ ଥିଲା ଲୋକମାନେ ଟର୍ଚ୍ଚ ପକାଇ ଦେଖିଛନ୍ତି । କିନ୍ତୁ ବନ ବିଭାଗ ସେତେବେଳେ କୁଆଡ଼େ ଗଲା ? କଣ ବୋଟ ଟ୍ରା-ଜେ-ଡ଼ି ପରେ ହାତୀ ଟି କୁ ହରି ଭରସା ରେ ଛାଡ଼ିଦେଇ ଉଦ୍ଧାର କଥା ପାଶୋରି ଗଲା କି ବନ ବିଭାଗ ? ଯାହାର ପରିଣାମ ସ୍ୱରୂପ ଗତ ରବିବାର ଜୋବ୍ରା ଆନିକଟ ରୁ ମିଳିଲା ହାତୀ ର ମୃ-ତ ଦେହ ।

ଉଭୟ ଆଠଗଡ ଅଞ୍ଚଳ ବାସୀ ଏବଂ ବନ୍ୟ ପ୍ରାଣୀ ବିଶେଷଜ୍ଞ ସମସ୍ତେ ମୁଣ୍ଡୁଳି ଅ-ଘ-ଟ-ଣ ପାଇଁ ସିଧାସଳଖ ବନ ବିଭାଗ ର ଦାୟିତ୍ୱହୀନତା କୁ ହିଁ ଦାୟୀ କରୁଛନ୍ତି । ଏହା ସହିତ ଅସୁରକ୍ଷିତ ହାତୀ ଏବଂ ଅପରେସନ ଗଜରାଜ ଅଦର୍ଶି ପଦକ୍ଷେପ କୁ ନେଇ ବନ ବିଭାଗ କୁ ମଧ୍ୟ ଟା-ର୍ଗେ-ଟ କରିଛନ୍ତି । ତେବେ ମୁଣ୍ଡୁଳି ରେ ଫ-ସି-ଥି-ବା ହାତୀ ପାଖକୁ ବୋଟ ପଠାଇବାର ଅନୁମତି ଦେଲା କିଏ ? ଏଥିରେ କାହିଁକି ସାମିଲ ହୋଇ ନଥିଲେ ବନ ବିଭାଗ କର୍ମଚାରୀ ?

ସାଧାରଣ ରେ ଉଠୁଥିବା ଏହି ସମସ୍ତ ପ୍ରଶ୍ନ ର ଉତ୍ତର ସିଧାସଳଖ ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂଗ୍ରହକ ଙ୍କ ଠାରୁ ଜାଣିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେ ସଫା ସଫା କହିଥିଲେ ଯେ, ବୋଟ ଟ୍ରା-ଜେ-ଡ଼ି ଘଟଣା ର ତ-ଦ-ନ୍ତ ଏଡିଜେ ଆଇନ ଶୃଙ୍ଖଳା କରୁଛନ୍ତି । ତେଣୁ କିଛି ପ୍ରତିକ୍ରିୟା ଦେବେ ନାହିଁ । ତେବେ ଜୋବ୍ରା ଆନିକଟ ରୁ ମିଳିଥିବା ଏହି ଦନ୍ତା ହାତୀ ର ମୃ-ତ ଦେହ ଏବଂ ମହାନଦୀ ରୁ ମିଳିଥିବା ଏକ ଛୁଆ ହାତୀ ର ମୃ-ତ୍ୟୁ ର କାରଣ ଖୋଜା ଚାଲିଛି ।

କାହିଁକି ହାତୀ ୨ କୁ ପାଣି ରୁ ଉଦ୍ଧାର କରାଯାଇ ପାରିଲା ନାହିଁ ? ଏହାର ଅନୁଧ୍ୟାନ କରାଯାଇ ଆକ୍ସନ ନିଆଯିବ । ଏଥିରେ ନିଶ୍ଚିତ ଭାବରେ କାହାର ନା କାହାର ତ୍ରୁଟି ରହିଛି । ତାହା ବନ ବିଭାଗ ହେଉ ଅଥବା ଓଡ୍ରାଫ । ଯାହାଦ୍ୱାରା ଏଭଳି ଅ-ଘ-ଟ-ଣ ଘ-ଟି-ଛି । ହାତୀ ସହିତ ଓଟିଭି ର ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଏବଂ ଓଡ୍ରାଫ ସିପାହୀ ସୀତାରାମ ମୁର୍ମୁ ମଧ୍ୟ ନିଜର ପ୍ରାଣ ହରାଇଲେ । ତେବେ ଏହି ଅ-ଭି-ଯୋ-ଗ ର ତ-ଦ-ନ୍ତ ରେ କେବେ ଏବଂ କାହା ଉପରେ ହେଉଛି ଆକ୍ସନ ତାହାର ଅପେକ୍ଷା ରେ ସମସ୍ତେ ଅଛନ୍ତି ।

Leave a Reply

Your email address will not be published. Required fields are marked *