ସରିଗଲା ମା’ ର ମମତା ! ବଣ ଭିତରୁ ଉଦ୍ଧାର ହେଲା ନବଜାତ ଶିଶୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ଏଭଳି ଏକ ଖବର ସାମ୍ନା କୁ ଆସିବାରେ ଲାଗିଛି ଯାହାକୁ ନେଇ ସମସ୍ତେ ନିଜର ଅସନ୍ତୋଷତା ପ୍ରକାଶ କରିଛନ୍ତି । ଏହି ଘଟଣା ଟି ସେହି ମା’ ର ମମତା ପ୍ରାୟ କିଭଳି ହୋଇଥିବ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି ? ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ତେବେ ରାଜସ୍ଥାନ ବାଡମେରର ଏହି ଘଟଣାଟି । ଏଠାରେ କେହି ଜଣେ 15 ଘଣ୍ଟା ପୂର୍ବରୁ ଜନ୍ମ ହୋଇଥିବା ଶିଶୁକୁ ଏକ ଝାଡିରେ ପକାଇ ଚାଲିଯାଇଥିଲା ।

ଏହାକୁ କିଛି ଯୁବକ ସକାଳ ସମୟରେ ମର୍ଣ୍ଣିଂ ୱାର୍କ କରିଲା ବେଳେ ଦେଖିଥିଲେ । ଜାଡ ଶୀତରେ ବଣରେ ପଡି ଥଋ ଥଋ କାନ୍ଦୁଥିଲା ଶିଶୁଟି । ଏହାକୁ ଦେଖି ରହି ପାରିନଥିଲେ ଯୁବକ ମାନେ । ସେମାନେ ସିଧା ଡାକ୍ତର ଖାନାକୁ ନେଇ ଆସିଥିଲେ । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା କଥା କହିଛନ୍ତି ଡାକ୍ତର । ଖବର ମୁତାବିକ ଏହି ଘଟଣାଟି ଚାରିଆଡେ ଆଶ୍ଚର୍ଯ୍ୟର ବାତାବରଣ ସୃଷ୍ଟି କରିଦେଇଛି ।

ଏଠାରେ ମାଙ୍ଗୀଲାଲ, ପ୍ରକାଶ କୁମାର, ରାଜୁ, ଏବଂ ମୁକେଶ ନାମକ 4 ଜଣ ଯୁବକ ମର୍ଣ୍ଣିଂ ୱାର୍କ ସାରି ଘରକୁ ଫେରୁଥିଲେ । ଆଉ ସେହି ସମୟରେ ମୁକେଶ ଙ୍କୁ ଶୁଭିଥିଲା ଏକ ଛୋଟଛୁଆର କାନ୍ଦ । ଏହାପରେ ସେ ସାଙ୍ଗମାନଙ୍କୁ କହିଥିଲେ । ଅନେକ ସମୟ ଖୋଜିଲା ପରେ ନବଜାତ ଶିଶୁ କୁ ପାଇଥିଲେ 4 ଜଣ ସାଙ୍ଗ । ଶିଶୁଟି ଏକ ପ୍ୟାକେଟ ଭିତରେ ସାଲ ଘୁଡା ହୋଇ ରହିଥିଲା ।

ଏହା ପରେ ସେ ବିଳମ୍ବ ନ କରି ନିକଟସ୍ଥ ଡାକ୍ତର ଖାନା କୁ ନେଇ ଆସିଥିଲେ । ଏହାପରେ ପୋଲିସ ଙ୍କୁ ଖବର ଦେଇଥିଲେ । ଡାକ୍ତର ଚିକିତ୍ସ୍ୟା କରିବା ପରେ କହିଥିଲେ କି ଶିଶୁଟି ସଂପୂର୍ଣ୍ଣ ଭାବରେ ସୁସ୍ଥ ରହିଛି । ମାତ୍ର ଅତି ଥଣ୍ଡା କାରଣରୁ ଶୀତରେ ତାପମାତ୍ରା କମିଯାଇଥିଲା । ବର୍ତମାନ କିନ୍ତୁ ତାପମାତ୍ରା ଠିକ ରହିଛି । ଶିଶୁଟିର ଓଜନ 2 କେଜି 700 ଗ୍ରାମ ରହିଛି ।

ଡାକ୍ତର କହିଥିଲେ ଯେ 15 ଘଣ୍ଟା ପୂର୍ବରୁ ଛୁଆଟି ଜନ୍ମ ହୋଇଥିଲା ଏହାପରେ ତାକୁ କେହି ଫିଙ୍ଗି ଚାଲିଯାଇଛି । ତେବେ ଜନ୍ମ କରିଲା ମା ଛୁଆକୁ ଆପଣାଇବା ବଦଳରେ ବଣରେ ଫିଙ୍ଗିବାକୁ ପଚାଇଲା ନାହିଁ । ତେବେ ଏହିଭଳି ମା’ ମମତା କେମିତି ତାକୁ ବାଧା ଦେଲାନି ବୋଲି ବର୍ତ୍ତମାନ ପ୍ରଶ୍ନ ସୃଷ୍ଟି କରିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *